ବନ୍ଧୁଗଣ ସବୁ ଲୋକ ନିଜ ନିଜ ସୁବିଧା ଅନୁଯାଇ ନିଜ ମନ ପସନ୍ଦର ଜିନିଷ କିଣିଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ପ୍ରତ୍ଯେକ ବ୍ୟକ୍ତିକୁ ସବୁ ଜିନିଷ ସବୁ ରଙ୍ଗର ସୁଟ କରି ନଥାଏ । ଆଜି ଆମେ ଆପଣଙ୍କୁ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ କହିବାକୁ ଯାଉଛୁ, ଯେ କେଉଁ ଗାଡି କଲର କେଉଁ ରାଶି ପାଇଁ ଶୁଭ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ କେଉଁ କଲର ଗାଡି କିଣିବା ଉଚିତ ।
ମେଷ ରାଶି – ମେଷ ରାଶି ଜାତକଙ୍କ ପାଇଁ ଧଳା, ହାଲୁକା ସବୁଜ, ଗୋଲାପି ରଙ୍ଗ ବହୁତ ଶୁଭ ଅଟେ । ସେଥିପାଇଁ ମେଷ ରାଶି ଲୋକଙ୍କୁ ଏହି ୩ ଟି କଲରରୁ ଗୋଟେ ରଙ୍ଗର ଗାଡି କିଣିବା ଶୁଭ ଅଟେ । ମେଷ ରାଶି ଲୋକଙ୍କୁ କଳା ରଙ୍ଗ ଗାଡି କେବେବି କିଣିବା ଉଚିତ ନୁହେଁ ।
ବୃଷ ରାଶି – ବୃଷ ରାଶି ଜାତକଙ୍କ ପାଇଁ ହାଲୁକା ଗୋଲାପି, କ୍ରିମ, କଳା, ଧଳା ଓ ନୀଳ ରଙ୍ଗ ଶୁଭ ଅଟେ । କିନ୍ତୁ ଏହି ରାଶି ଲୋକଙ୍କୁ ଭୁଲରେ ବି ନାଲି ରଙ୍ଗ ଗାଡି କିଣିବା ଉଚିତ ନୁହେଁ ।
ମିଥୁନ ରାଶି – ମିଥୁନ ରାଶି ଜାତକଙ୍କ ପାଇଁ କଳା, ଗୋଲାପି, ନାଲି ଓ ଧଳା ରଙ୍ଗ ବହୁତ ଶୁଭ ହୋଇଥାଏ ।
କର୍କଟ – କର୍କଟ ରାଶି ରାଶି ଜାତକଙ୍କ ପାଇଁ ହଳଦିଆ, କ୍ରିମ ଓ ଶେଡ କଲର ଶୁଭ ଅଟେ, କିନ୍ତୁ ଭୁଲରେ ବି କଳା ରଙ୍ଗ ଗାଡି କିଣନ୍ତୁ ନାହିଁ ।
ସିଂହ ରାଶି – ସିଂହ ରାଶି ଜାତକଙ୍କ ପାଇଁ ନାରଙ୍ଗି କେସରୀ ଓ ହଳଦିଆ, ପର୍ପଲ ବା ନାଲି ରଙ୍ଗ ଏହି ରାଶି ଲୋକଙ୍କ ପାଇଁ ବହୁତ ଶୁଭ ଅଟେ ।
କନ୍ୟା ରାଶି – କନ୍ୟା ରାଶି ଜାତକଙ୍କ ପାଇଁ ସବୁଜ ବା କଳା ରଙ୍ଗ ବହୁତ ଶୁଭ ହୋଇଥାଏ ।
ତୁଳା ରାଶି – ତୁଳା ରାଶି ଜାତକଙ୍କ ପାଇଁ ଧଳା ଓ ଗାଢ ନୀଳ ବହୁତ ଶୁଭ ହୋଇଥାଏ । ଏହା ଛଡା ଗୋଲାପି ନଚେତ କଳା ରଙ୍ଗ ଗାଡି ମଧ୍ୟ ଏହି ଲୋକଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।
ବିଛା ରାଶି – ବିଛା ରାଶି ଜାତକଙ୍କ ପାଇଁ ମେରୁନ ବା ପର୍ପଲ କଲର ଗାଡି କିଣିବା ବହୁତ ଶୁଭ ଲାଭ ପ୍ରଦ ହୋଇଥାଏ ।
ଧନୁ ରାଶି – ଧନୁ ରାଶି ଜାତକଙ୍କ ପାଇଁ ନୀଳ, ହଳଦିଆ, ନାରଙ୍ଗି ଏହି ସବୁ ରଙ୍ଗ ଶୁଭ ଅଟେ । ଭୁଲରେ ବି କଳା ରଙ୍ଗ ଗାଡି କିଣନ୍ତୁ ନାହିଁ ।
ମକର ରାଶି – ମକର ରାଶି ଜାତକଙ୍କ ପାଇଁ ଗ୍ରେ, ହଳଦିଆ ଓ ନୀଳ କଲର ବହୁତ ଶୁଭ ହୋଇଥାଏ ଓ ନାଲି ରଙ୍ଗ ଏହି ରାଶି ଲୋକଙ୍କ ପାଇଁ ଅଶୁଭ ଅଟେ ।
କୁମ୍ଭ ରାଶି – କୁମ୍ଭ ରାଶି ଜାତକଙ୍କ ପାଇଁ କଳା ନୀଳ ଓ ବାଇଗଣି କଲର ଶୁଭ ଅଟେ ।
ମୀନ ରାଶି – ମୀନ ରାଶି ଜାତକଙ୍କ ପାଇଁ ହାଲ୍କା ଗୋଲାପି, ହଳଦିଆ ଓ ନୀଳ ରଙ୍ଗ ଗାଡି କିଣିବା ଉଚିତ ଅଟେ । ହେଲେ ସବୁଜ ରଙ୍ଗର ଗାଡି କିଣିବା ଉଚିତ ନୁହେଁ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ