ସ୍ନାନ ସମୟରେ ବିନା ବସ୍ତ୍ରରେ ଗାଧେଇଲେ କ’ଣ ହୋଇଥାଏ ? ଜାଣନ୍ତୁ ଏହା ପଛରେ ଥିବା ରୋଚକପୂର୍ଣ୍ଣ କାରଣ…

ସଂସାରରେ ସବୁ କାର୍ଯ୍ୟ କରିବା ବେଳେ କିଛି ନିୟମମାନ ରହିଥାଏ । ଯାହାକୁ ମାନି ସେହି କାମ ଆମକୁ କରିବାକୁ ପଡିଥାଏ । ଯେତେବେଳେ ଆମେ ନିୟମ ପାଳନ କରି ନଥାଉ, ସେତେବେଳେ ଆମକୁ କିଛି ନା କିଛି ସମସ୍ଯା ସାମ୍ନା କରିବାକୁ ପଡିଥାଏ । ବହୁତ ଲୋକ ସବୁ କାମ କରିବା ପୂର୍ବରୁ ନୀତିନିୟମ ବିଷୟରେ ଜାଣି ସେହି କାମକୁ କରିଥାନ୍ତି । କିଛି ଲୋକ ନିୟମ ଜଣାଇ ମଧ୍ୟ ତାହାକୁ ପାଳନ କରିବାକୁ ଇଛା କରନ୍ତି ନାହିଁ ।

ତେବେ ଆଜି ଆମେ ଆପଣଙ୍କୁ ବିନା ବସ୍ତ୍ରରେ ଗାଧେଇବା ଠିକ ନା ଭୁଲ ତାହା ବୁଝାଇବାକୁ ଯାଇ ସେହି ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିବାକୁ ଯାଉଛୁ । ମଣିଷ ଜୀବନରେ ସ୍ନାନ ଏକ ବହୁତ ମହତ୍ଵପୂର୍ଣ ପ୍ରକ୍ରିୟା ଅଟେ ଯାହା ଦ୍ଵାରା ମନ ଓ ଶରୀର ଦୁହେଁ ସ୍ଵଛ ଏବଂ ପବିତ୍ର ରହିଥାଏ । ହେଲେ ସ୍ନାନ ସମୟରେ ନିର୍ବସ୍ତ୍ର ହୋଇ ସ୍ନାନ କରିବା ବର୍ଜିତ ଅଟେ । ତେବେ ବିନା ବସ୍ତ୍ରରେ ସ୍ନାନ କରିବା ପୁରୁଷ ବା ସ୍ତ୍ରୀ କାହାକୁ ବି ଉଚିତ ନୁହେଁ ।

ଶାସ୍ତ୍ରରେ କୂଅ, ନଦୀ ବା ଝରଣା ଯେକୌଣସି ସ୍ଥାନରେ ସ୍ନାନ କରନ୍ତୁ ହେଲେ ବିନା ବସ୍ତ୍ର ସ୍ନାନ କରିବା ଉଚିତ ନୁହ । ଏହି କଥା ବୁଝେଇବା ପାଇଁ ଭଗବାନ ଶ୍ରୀ କୃଷ୍ଣ ଗୋଟେ ଲୀଳା କରିଥିଲେ । ଥରେ ବୃନ୍ଦାବନରେ ଗୋପୀ ମାନେ ନିର୍ବସ୍ତ୍ର ହୋଇ ସ୍ନାନ କରୁଥିଲେ ଓ ହଟାତ ଶ୍ରୀ କୃଷ୍ଣ ଆସି ତାଙ୍କ ବସ୍ତ୍ର ନେଇ ଗଛରେ ବସି ଯାଇଥିଲେ ଯାହା ପରେ ଗୋପୀମାନେ ନିଜ ବସ୍ତ୍ର ମାଗିଥିଲେ । ତେବେ ଶ୍ରୀ କୃଷ୍ଣ କହିଥିଲେ ପାଣିରୁ ବାହାରକୁ ଆସ ଓ ନିଜ ବସ୍ତ୍ର ନେଇଜାଅ ।

ଏହି କଥା ଶୁଣି ଗୋପୀମାନେ ମଧ୍ୟ କହିଥିଲେ ଯେ ଆମେ ନିର୍ବସ୍ତ୍ର ଅଛୁ ଏହି ଅବସ୍ତାରେ ପାଣି ବାହାରକୁ ଯାଇ ପାରିବୁ ନାହିଁ । ଏହା ପରେ ଗୋପୀମାନେ କହିଲେ ଯେତେବେଳେ ଆମେ ସ୍ନାନ ପାଇଁ ଆସିଲୁ ସେତେବେଳେ ଏଠି କେହି ନଥିଲେ, ଶ୍ରୀ କୃଷ୍ଣ କହିଲେ କେହି କେମିତି ନଥିଲେ ମୁଁ ସର୍ବଜ୍ଞ ଅଟେ । ମୁଁ ସବୁଠାରେ ଅଛି । ଏହି ଜଳ ମଧ୍ୟ ତମକୁ ନଗ୍ନ ଦେଖିଲେ, ପାଣିରେ ଥିବା ଜୀବମାନେ ମଧ୍ୟ ତମକୁ ନଗ୍ନ ଦେଖିଲେ ଏହା ଛଡା ଆକାଶରେ ଉଡୁଥିବା ପକ୍ଷୀ ମଧ୍ୟ ତମକୁ ନଗ୍ନ ଦେଖିଲେ ସେଥିପାଇଁ କେବେବି ନଗ୍ନ ହୋଇ ଗାଧେଇବା ଉଚିତ ନୁହେଁ ।

ଏହା ଛଡା ଭଗବାନ ଶ୍ରୀ କୃଷ୍ଣଙ୍କ କହିବା ଅନୁଯାଇ ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି, ଯେ ବ୍ୟକ୍ତି ବସ୍ତ୍ର ପିନ୍ଧି ଗାଧେଇଲେ ବସ୍ତ୍ରରୁ ଝରୁଥିବା ପାଣି ପିତୃ ସେବନ କରନ୍ତି କିନ୍ତୁ ନଗ୍ନ ହୋଇ ଗାଧୋଇଲେ ପିତୃଙ୍କୁ ପାଣି ପ୍ରାପ୍ତ ହୁଏ ନାହିଁ । ସ୍ନାନ ସମୟରେ ପିତୃ ଆଖପାଖରେ ରୁହନ୍ତି, ସେଥିପାଇଁ ଗାଧେଇଲା ବେଳେ ଦେହରେ ବସ୍ତ୍ର ରହିବା ଉଚିତ ଅଟେ ।

ଏହି ଲେଖାଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ