ବନ୍ଧୁଗଣ ଡାଏଟରେ ରହୁଥିବା ଲୋକ ପ୍ରାୟତଃ ଭାତ ଖାଇବାକୁ ଇଛା ଥିଲେ ମଧ୍ୟ ଭାତ ଖାଇପାରିନଥାନ୍ତି । କାରଣ ତାଙ୍କର ଭୟ ରହିଥାଏ, ଯେ ଯଦି ସେମାନେ ଭାତ ଖାଇଦେବେ । ତେବେ ତାଙ୍କର ଡାଏଟ ଭାଙ୍ଗିଯିବ । କାରଣ ଭାତ ଖାଇବା ଦ୍ଵାରା ଶରୀରର ଓଜନ ବଢିଯିବାର ଅଧିକ ସମ୍ଭାବନା ରହିଥାଏ । ହେଲେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଚମତ୍କାର ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣ ଡାଏଟରେ ରହି ମଧ୍ୟ ଆରାମରେ ଭାତ ମଧ୍ୟ ଖାଇପାରିବେ ।
ତେବେ ସେଥିପାଇଁ ଆପଣଙ୍କୁ ମାର୍କେଟରେ ମିଳୁଥିବା ଯେକୌଣସି ଚାଉଳର ଭାତ ନୁହେଁ ବଂର ବ୍ରାଉନ ରାଇସ ଖାଇବାକୁ ପଡିବ । ତେବେ ବାଦାମୀ ଚାଉଳର ଭାତ ଖାଇବା ଦ୍ଵାରା ଶରୀରକୁ ସବୁ କେଉଁ କେଉଁ ଫାଇଦା ପହଞ୍ଚିଥାଏ ଆସନ୍ତୁ ଜାଣିବା ।
1- ବ୍ରାଉନ ରାଇସ ଅର୍ଥାତ ବାଦାମୀ ଚାଉଳରୁ ପ୍ରସ୍ତୁତ ଭାତ ଖାଇବାର ସବୁଠାରୁ ବଡ ଫାଇଦା ହେଉଛି ଏହା ଶରୀରର କୋଲେଷ୍ଟ୍ରୋଲ କମ୍ କରିଥାଏ ଏବଂ ଶରୀରରେ ଅଯଥା ଚର୍ବି ବଢିବାକୁ ରୋକିଥାଏ ।
2- ସାଧାରଣତଃ ଭାତରେ ଶର୍କରାର ମାତ୍ରା ଅଧିକ ରହିଥାଏ । ଏହି କାରଣରୁ ମଧୁମେହ ରୋଗୀ ଭାତ ଠାରୁ ଦୂରରେ ରୁହନ୍ତି । କିନ୍ତୁ ବାଦାମି ଭାତ ଭୋଜନ କରିବା ଦ୍ଵାରା ରକ୍ତରେ ଶର୍କରାର ମାତ୍ରାରେ ବୃଦ୍ଧି ହୋଇ ନଥାଏ । ଏହି କାରଣରୁ ଏହା ଆପଣଙ୍କ ପାଇଁ ଗୋଟେ ସୁନ୍ଦର ବିକଳ୍ପ ଅଟେ ।
3- ହୃଦଘାତ ବା ହୃଦୟ ସହ ଜଡିତ ଅନ୍ୟ ରୋଗ ସାଧାରଣତଃ ହୃତପିଣ୍ଡର ଧମନୀରେ କୋଲେଷ୍ଟ୍ରୋଲର ମାତ୍ରା ବୃଦ୍ଧି କାରଣରୁ ହୋଇଥାଏ । ହେଲେ ବ୍ରାଉସ ରାଇସର ସେବନ ଦ୍ଵାରା ଏହା ଆପଣଙ୍କ ହୃତପିଣ୍ଡକୁ ସୁରକ୍ଷା ଦେଇଥାଏ ।
4- ମ୍ୟାଗ୍ନେସିୟମ ଓ କ୍ୟାଲସିୟମରେ ଭରପୁର ବାଦାମି ଚାଉଳର ଭାତ ସେବନ କରିବା ଦ୍ଵାରା ମଣିଷ ଶରୀରର ହାଡ ଶକ୍ତ ବା ମଜବୁତ ହୋଇଥାଏ । ଧଳା ଭାତ ତୁଳନାରେ ବାଦାମି ଭାତ ସେବନ କରିବା ଶରୀର ପାଇଁ ଅନେକ ଲାଭ ଦାୟୀ ହୋଇଥାଏ ।
5- ଓଜନ କମ କରିବାକୁ ଚାହୁଁଞ୍ଚନ୍ତି କି ? ତେବେ ଧଳା ଭାତ ନୁହେଁ ବାଦାମି ଚାଉଳର ଭାତକୁ ନିଜର ଭୋଜନରେ ଗ୍ରହଣ କରନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ଓଜନ କମ ହେବା ଭଳି ଅନୁଭବ ହେବ । ଯଦି ଆପଣ ମଧ୍ୟ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆଜିଠୁ ବ୍ରାଉନ ରାଇସ ସେବନ କରିବା ଆରମ୍ଭ କରନ୍ତୁ ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ହେଲଥ ଟିପ୍ସଟି ପସନ୍ଦ ଆସିଥିବ । ତେବେ ଏହିଭଳି ଆମ ସହ ଆଗକୁ ଯୋଡି ହୋଇ ଭଲ ଭଲ ହେଲଥ ରିଲେଟେଡ଼ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।