ବ୍ରାହ୍ମଣ ମାନେ କାହିଁକି ପିଆଜ ଓ ରଶୁଣ ସେବନ କରନ୍ତି ନାହିଁ ? କ’ଣ ରହିଛି ଏହା ପଛର କାରଣ ?

ବନ୍ଧୁଗଣ ଓଷାବାରରେ ପିଆଜ, ରଶୁଣ ଖାଇବାକୁ ବାରଣ କରାଯାଇଥାଏ ।  ଏପରିକି ବ୍ରାହ୍ମଣ ମାନେ ପିଆଜ, ରଶୁଣ ପଡି ରୋଷେଇ ହୋଇଥିବା ଖାଦ୍ୟକୁ ଗ୍ରହଣ କରନ୍ତି ନାହିଁ । ତେବେ ବ୍ରାହ୍ମଣ ମାନେ ପିଆଜ, ରଶୁଣ କାହିଁକି ସେବନ କରନ୍ତି ନାହିଁ ସେହି ସମ୍ପର୍କରେ ଆସନ୍ତୁ ଜାଣିବା । ଶାସ୍ତ୍ରରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି । କେଉଁ କାରଣରୁ ବ୍ରାହ୍ମଣ ମାନେ ଏହି ସବୁ ଜିନିଷର ସେବନ କରନ୍ତି ନାହିଁ ।

ସମୁଦ୍ର ମନ୍ଥନ ସମୟରେ ଯେବେ ଅମୃତ କଳସ ବାହାରିଥିଲା । ସେତେବେଳେ ବିଷ୍ଣୁ ଭଗବାନ ସମସ୍ତ ଦେବତାଙ୍କୁ ଅମର ହେବା ପାଇଁ ଅମୃତ ବାଣ୍ଟୁଥିଲେ । ସେହି ସମୟରେ ରାହୁ ଓ କେତୁ ନାମକ ଦୁଇ ରାକ୍ଷସ ତାଙ୍କ ମଧ୍ୟରେ ଆସି ବସିଗଲେ  ଓ ଭୁଲ୍ ବଶତଃ ସେମାନେ ଅମୃତ ପିଇଦେଇଥିଲେ । କିନ୍ତୁ ଯେମିତି ଦେବତାଙ୍କୁ ଏହା ଆଭାଷ ମିଳିଲା । ସେମାନେ ତୁରନ୍ତ ବିଷ୍ଣୁ ଭଗବାନଙ୍କୁ ଏହି ବିଷୟରେ ଜଣାଇଲେ ।

ତାପରେ ବିଷ୍ଣୁ ଭଗବାନ ସୁଦର୍ଶନ ଚକ୍ର ଦ୍ୱାରା ସେହି ରାକ୍ଷସଙ୍କର ମୁଣ୍ତକୁ ଶରୀରରୁ ଅଲଗା କରିଦେଲେ । ମୁଣ୍ତରୁ ଶରୀର ଅଲଗା ହେବା ପରେ ତାଙ୍କ ମୁହଁର ଭିତରେ ଅମୃତର କିଛି ବୁନ୍ଦା ଚାଲିଯାଇଥିଲା । ଏମିତିରେ ରାକ୍ଷସଙ୍କ ମୁଣ୍ତ ଅମର ହୋଇଗଲା । କିନ୍ତୁ ଅନ୍ୟ ସବୁ ନଷ୍ଟ ହୋଇଗଲା ।

କିନ୍ତୁ ଯେବେ ବିଷ୍ଣୁ ଭଗବାନ ତାଙ୍କ ଉପରେ ପ୍ରହାର କଲେ । ତେବେ କିଛି ରକ୍ତର ବୁନ୍ଦା ତଳେ ଗଳିପଡିଥିଲା ଓ ସେହି ରକ୍ତରୁ ପିଆଜ ଓ ରସୁଣ ଜନ୍ମ ନେଇଥିଲେ । ଯାହା କାରଣରୁ ଏହାକୁ ମୁହଁରେ ଲଗାଇଲେ ଦୂର୍ଗନ୍ଧ ଆସିଥାଏ । ରାକ୍ଷସ ମାନଙ୍କ ରକ୍ତରୁ ପିଆଜ ଓ ରସୁଣର ଉତ୍ପତ୍ତି ହୋଇଥିଲା । ଯାହା କାରଣରୁ ବ୍ରାହ୍ମଣମାନେ ଏହାର ସେବନ କରନ୍ତି ନାହିଁ ।

କାରଣ ତାଙ୍କର ମାନିବା କଥା କି ପିଆଜ ଓ ରସୁଣରେ ରାକ୍ଷସଙ୍କ ବାସ ଅଛି । ଆୟୁର୍ବେଦରେ ଖାଦ୍ୟ ପଦାର୍ଥ ଗୁଡିକୁ ତିନିଟି ଶ୍ରେଣୀରେ ବଣ୍ଟାଯାଇଛି । ଯଥା ସ୍ୱାତ୍ତିକ, ରାଜସିକ, ତାମାସିକ । ସାତ୍ଵିକ ଶାନ୍ତି, ପବିତ୍ରତା ଓ ମନର ଶାନ୍ତି ଯେପରି ଗୁଣ । ରାଜସିକ ମନରେ ଇଚ୍ଛା ଓ ଖୁସି ହେବାର ଯେପରି ଗୁଣ । ତାମସିକ ଯେପରି କ୍ରୋଧ, ଲୋଭ, ଅହଂକାର ଓ ବିନାଶ ପରି ଯେପରି ଗୁଣ । ଆଶା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ