ଶଙ୍ଖ ଫୁଙ୍କିବାର ଚମତ୍କାରୀତା ଜାଣିନଥିଲେ, ଆଜି ହିଁ ନିହାତି ଜାଣନ୍ତୁ, ବଡ ବଡ ବେମାରୀ ଠାରୁ ନିଜକୁ ଦୂରେଇ ରଖନ୍ତୁ…

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ହିନ୍ଦୁଧର୍ମରେ ବହୁତ ଦେବା ଦେବୀ ଅଛନ୍ତି । ଯାହାଙ୍କୁ ଆମେ ପୂଜାର୍ଚ୍ଚନା କରିଥାଉ । ଯେମିତିକି ପୂଜା କରିବା ସମୟରେ ଦୀପ, ଧୂପ, ଫୁଲ, ସହ ଘଣ୍ଟ ଘଣ୍ଟା ଓ ଶଙ୍ଖ ହୁଳହୁଳି ମଧ୍ୟ ନିତ୍ୟନ୍ତ ଅବଶ୍ୟକ ହୋଇଥାଏ । ଏହି ସବୁ ମଧ୍ୟରୁ ଶଙ୍ଖ ହେଉଛି ମୁଖ୍ୟ । ଶଙ୍ଖ ଧ୍ୱନି ବିନା କୌଣସି ବି ପୂଜା ସଂପୂର୍ଣ୍ଣ ହୁଏ ନାହିଁ ବୋଲି ମନାଯାଏ । ତେବେ ଏହି ଶଙ୍ଖ ବାଜିବା ଦ୍ଵାରା ଆମକୁ କି ଉପକାର ମିଳେ ଆଜି ସେହି ବିଷୟରେ ଆଲୋଚନା କରିବା । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଶଙ୍ଖ ବଜାଇଲେ ଏହି ସବୁ ରୋଗରୁ ମୁକ୍ତି ମିଳେ ।

1- ଶଙ୍ଖ ବଜାଇବା ଦ୍ଵାରା ଆମ ଶରୀରରେ କମ୍ପନ ସୃଷ୍ଟି ହୋଇଥାଏ । ଯାହା ଫଳରେ ନିଷ୍କ୍ରିୟ ସମସ୍ତ ମାଂସପେଶୀ ଠିକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଦିଏ ।

2- ଯେଉଁ ପିଲା ମାନେ ଠିକ ଭାବେ କଥା କହି ପାରୁ ନାହାନ୍ତି, ସେମାନେ ଶଙ୍ଖ ବଜାଇଲେ ସେମାନଙ୍କର ଉଚ୍ଚାରଣ ସ୍ପଷ୍ଟ ହେବାକୁ ଲାଗିବ ।

3- ଦ୍ରୁଷ୍ଟି ଶକ୍ତି କମ ହୋଇଥିଲେ ପ୍ରତ୍ୟକ ଦିନ ଶଙ୍ଖ ନିଶ୍ଚୟ ବଜାନ୍ତୁ, ଦେଖିବେ ଧୀରେ ଧୀରେ ଦ୍ରୁଷ୍ଟି ଶକ୍ତି ଠିକ ହେବାକୁ ଲାଗିବ ।

4- ପ୍ରତ୍ୟକ ଦିନ ଶଙ୍ଖ ବଜାଇବା ଦ୍ଵାରା ଏହା ତ୍ଵଚାକୁ ସଙ୍କୁଚିତ ଓ ପ୍ରସାରିତ କରି ଥାଏ, ଯାହା ଦ୍ଵାରା ତ୍ଵଚା ଉଜ୍ଵଳ ଦେଖାଯାଏ ।

5- ଏହା ଦ୍ଵାରା ଆପଣଙ୍କ ଭୋକାଲକର୍ଡର ବ୍ୟାୟମ ହୁଏ । ଯାହା ସେହି ମାନଙ୍କୁ ସାହାଜ୍ଯ କରେ ଯେଉଁ ମାନଙ୍କ ପାଟି ଭଲଭାବେ ଖୋଲି ନଥାଏ ।

6- ନିୟମିତ ଶଙ୍ଖ ଫୁଙ୍କିବା ଦ୍ଵାରା ହୃଦଘାତ ହେବାର ଆଶଙ୍କା କମିଥାଏ ।

7- ପୁରା ରାତି ଶଙ୍ଖରେ ପାଣି ରଖି ସେହି ପାଣିକୁ ସକାଳୁ ମୁହଁରେ ଲଗାଇବା ଦ୍ଵାରା ତ୍ଵଚା ସମ୍ବନ୍ଧୀୟ ସମସ୍ତ ସମସ୍ଯା ଦୂର ହୋଇଥାଏ ।

8- ଶଙ୍ଖ ଫୁଙ୍କିଲେ ମସ୍ତିସ୍କ ଠିକ ଭାବେ କାମ କରେ ଓ ସବୁ ଖରାପ ଚିନ୍ତା ଦୂର ହୋଇ ମସ୍ତିସ୍କକୁ ଆରାମ ମିଳେ ।

ତେବେ ଶଙ୍ଖ ଫୁଙ୍କିବା ଦ୍ଵାରା ଆମକୁ ଏହିସବୁ ଲାଭ ମିଳିପାରିଥାଏ । ତେଣୁ ଶଙ୍ଖ ଏକ ଅତ୍ୟନ୍ତ ମୂଲ୍ୟବାନ ଜିନିଷ ଅଟେ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଜ୍ଞାନପୂର୍ଣ୍ଣ ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ