ଏହି କିଛି ପ୍ରମୁଖ କାରଣ ଯୋଗୁ ଜନ୍ମ ହୋଇଥାନ୍ତି ଯାଆଁଳା ସନ୍ତାନ ! ଯାଆଁଳା ସନ୍ତାନ ପାଇଁ ଇଚ୍ଛୁକ ଦମ୍ପତ୍ତି ଆପଣାନ୍ତୁ ଏହି ଉପାୟ !

ବିବାହ ପରେ ସବୁ ଦମ୍ପତ୍ତିଙ୍କର ବାପା, ମାଆ ହେବାର ଇଛା ରହିଥାଏ । ସବୁ ଦମ୍ପତ୍ତି ଚାହାନ୍ତି, ତାଙ୍କ କୋଳକୁ ଏକ ସନ୍ତାନ ଆସୁ । ତେବେ ଅନେକ ଦମ୍ପତ୍ତିଙ୍କର ପ୍ରଥମେ ପୁଅ ହୋଇଥାଏ ତ ଅନ୍ୟ କେତେ ଦମ୍ପତ୍ତିଙ୍କର ପ୍ରଥମେ ଝିଅ ହୋଇଥାଏ । ଏପରିକି ଅନେକ ସମୟରେ କିଛି ଦମ୍ପତ୍ତିଙ୍କର ଏକାବେଳକେ ଦୁଇଟି ଛୁଆ ହୋଇଥାଏ ବୋଲି ମଧ୍ୟ ଆପଣ ମନେ ଶୁଣିବାକୁ କି ଦେଖିବାକୁ ପାଇଥିବେ । ତେବେ ଯାହାକୁ ଯାଁଆଳା ଛୁଆ ବୋଲି କୁହାଯାଇଥାଏ ।

ଯାଁଆଳା ଛୁଆ ଗର୍ଭରେ ରହିବା ପାଇଁ ମହିଳାଙ୍କ ଗର୍ଭରେ ଗୋଟେ ଜାଗାରେ ଦୁଇଟି ଅଣ୍ଡାଶୟ ରହିଜାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ଵାରା ଦୁଇଟି ଅଣ୍ଡା ଗର୍ଭରେ ରହିବ । ତେବେ ମହିଳା ଗର୍ଭରେ ଯାଁଆଳା ସନ୍ତାନ ହେବାର ସମ୍ଭାବନା କେଉଁ କେଉଁ କାର୍ଯ୍ୟ ଦ୍ଵାରା ହୋଇପାରିବ ଚାଲନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା । ଯେଉଁମାନେ ଯାଁଆଳା ପିଲା କରିବାକୁ ଇଚ୍ଛୁକ ଥାଆନ୍ତି ।

ସେମାନଙ୍କର ଫର୍ଟିଲିଟି ବଢାଇବା ପାଇଁ ଡାକ୍ତର କିଛି ଔଷଧ ଦେଇଥାନ୍ତି । ଏହା ସହ କିଛି ଆସନ ମଧ୍ୟ କହିଥାନ୍ତି ଯାହା କରିବା ଦ୍ଵାରା ମହିଳାଙ୍କ ଗର୍ଭରେ ଦୁଇଟି ଅଣ୍ଡା ରହି ପାରିବ ତେବେ ଏହାକୁ ସଠିକ ଭାବେ କରିବା ଦ୍ଵାରା ସେହି ଗର୍ଭବତୀ ମହିଳାଙ୍କ ଯାଁଆଳା ପିଲା ହେବାର ଚାନ୍ସ ବଢିଯାଇଥାଏ । ଫର୍ଟିଲିଟି ବଢାଇବା ପାଇଁ ବହୁତ ପ୍ରକାର ଜିନିଷ ସେବନ କରାଯାଇଥାଏ । ଯେମିତିକି ଲବଙ୍ଗ ପାଣି ସେବନ କରି ପାରିବେ, ପାନ ମାଧୁରୀ ପାଣି ସେବନ କରି ପାରିବେ, ଡାଲଚିନୀ ସେବନ କରି ପାରନ୍ତି ଯାହା ଦ୍ଵାରା ମହିଳାଙ୍କ ଗର୍ଭ ମଜବୁତ ହେବା ସହ ଗର୍ଭରେ ଯାଁଆଳା ଛୁଆ ରହିବାର ସମ୍ଭାବନା ବହୁ ଅଧିକ ବଢିଯାଇଥାଏ ।

 

ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯଦି ୩୫ ବର୍ଷ ବୟସ ଠାରୁ ମହିଳା ମାନେ ଛୁଆ ପାଇଁ କିଛି ଔଷଧ ସେବନ କରୁଛନ୍ତି, ତେବେ ୬୦% ଚାନ୍ସ ରହିଥାଏ ଯେ ତାଙ୍କର ଯାଁଆଳା ଛୁଆ ହେବ । ତେବେ କିଛି ମହିଳା ମାନେ କନସିବ କରିବା ଆଗରୁ ଭିଟାମିନ ଆଉ ମିନେରାଲ ସେବନ କରନ୍ତି ଯାହା ଦ୍ଵାରା ଛୁଆ ଓ ମାଆ ଉଭୟ ସୁସ୍ଥ ରହିବେ । ତେବେ ଯେଉଁ ମହିଳା ମାନେ କନସିବ କରିବାର କିଛି ମାସ ଆଗରୁ ଫଲିକ ଏସିଡ ଔଷଧ ସେବନ କରନ୍ତି ତାଙ୍କର ମଧ୍ୟ ଯାଁଆଳା ଛୁଆ ହବାର ୪୦% ଚାନ୍ସ ବଢି ଯାଇଥାଏ ।

ଯେଉଁ ମାନେ କ୍ଷୀର ଜିନିଷ ଅଧିକ ସେବନ କରନ୍ତି ତାଙ୍କର ମଧ୍ୟ ଯାଁଆଳା ଛୁଆ ହେବାର ଚାନ୍ସ ବହୁତ ଅଧିକ ବଢି ଯାଇଥାଏ କାହିଁକିନା କ୍ଷୀରରେ କ୍ୟାଲସିୟମ ମାତ୍ରା ଅଧିକ ରହିଥାଏ ଆଉ ଏହା ଗର୍ଭାଶୟକୁ ଷ୍ଟିମୁଲେଟ କରିଥାଏ । ଯେଉଁ ମହିଳାଙ୍କ ଉଚ୍ଚତା ଅନ୍ୟ ମହିଳାଙ୍କ ଅପେକ୍ଷା ଅଧିକ ହୋଇଥାଏ ବା ସାମାନ୍ୟ ଠାରୁ ଅଧିକ ହୋଇଥାଏ ତେବେ ତାଙ୍କର ଯାଁଆଳା ଛୁଆ ହବାର ଚାନ୍ସ ବଢି ଯାଇଥାଏ ।

ଯେଉଁ ମହିଳାଙ୍କ ଛୋଟ ଛୁଆ ସ୍ତନପାନ କରୁଥିବ । ସେହି ସମୟରେ ମହିଳା ପୁଣି ଥରେ ଗର୍ଭବତୀ ହୋଇଯାଇଥିବେ । ସେପରି କ୍ଷେତ୍ରରେ ସେହି ମହିଳାଙ୍କ ଯାଁଆଳା ପିଲା ହେବାର ସମ୍ଭାବନା ରହିଥାଏ । ଆଶା କରୁଛୁ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ