ଗ୍ରହ ମାନଙ୍କର କେଉଁ ସ୍ଥିତିରେ ରହିବା ଆଣିଦେଇଥାଏ ଚର୍ମ ରୋଗ ଜାଣନ୍ତୁ… Pragyan Tripathi

ବନ୍ଧୁଗଣ ଶରୀରର ତ୍ଵଚା ସୁନ୍ଦର ଓ ଚମକଦାର ସବୁବେଳେ ରହିଥାଉ ବୋଲି ସମସ୍ତେ ଇଛା କରିଥାନ୍ତି । ହେଲେ ବିଭିନ୍ନ ପ୍ରକାର କାରଣ ଯୋଗୁ ସ୍କିନରେ ବିଭିନ୍ନ ପ୍ରକାର ସମସ୍ଯା ଆସିଥାଏ । ଯାହାଫଳରେ ତ୍ଵଚାରେ ଅନେକ ଦାଗ ହୋଇଯିବା ସହ ତ୍ଵଚାର ଉଜ୍ଜଳତା ଯେମିତି କୁଆଡେ ଉଭେଇ ଯାଇଛି ସେମିତି ପରି ଲାଗିଥାଏ । ତ୍ଵଚା କହିଲେ କେବଳ ମୁଖର ନୁହେଁ ବଂର ହାତ, ପିଠି ଆଦି ଶରୀରର ସଂପୂର୍ଣ୍ଣ ତ୍ଵଚାକୁ ଦାଗମୁକ୍ତ ଓ ଉଜ୍ଜଳ ରଖିବା ଦ୍ଵାରା ବ୍ୟକ୍ତିର ସୁନ୍ଦରତାରେ ଚାରଚାନ୍ଦ ଲାଗିଯାଇଥାଏ ।

ତେବେ ଯେତେବେଳେ ବି ତ୍ଵଚା ଜନିତ କୌଣସି ପ୍ରୋବ୍ଲେମ ଆସିଥାଏ । ଏହି ସବୁ ଚର୍ମ ରୋଗ କେଉଁ ସବୁ କାରଣ ଯୋଗୁ ହୋଇଥାଏ ଆସନ୍ତୁ ଜାଣିବା । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ରବି ଯେତେବେଳେ ନୀଚସ୍ତ ହୋଇଥାନ୍ତି ଅକ୍ଟୋବର ୧୫ ରୁ ନଭେମ୍ବର 15 ଏହି ଭିତରେ । ଯେବେ ରବି ତୁଳା ରାଶିରେ ରହିଥାନ୍ତି ଓ ଯେଉଁମାନଙ୍କ ର ସେହି ଭାଗରେ ଥାଏ । ଯଦି ଆପଣଙ୍କର  ଅଷ୍ଟମ, ଦ୍ଵାଦଶ ସ୍ଥାନରେ ରବି ରହିଥାନ୍ତି । ସେହି ଲୋକମାନଙ୍କ କ୍ଷେତ୍ରରେ ସୂର୍ଯ୍ୟ କିରଣ ତାଙ୍କ ଉପରେ ପଡିଲେ ଶରୀର ଲାଲ ପଡିଯାଇଥାଏ । ଏହା ସବୁ ସମୟରେ ହୋଇନଥାଏ କିନ୍ତୁ ସେହି ଗ୍ରହ ଦଶାରେ ଏହା ଘଟିଥାଏ ।

ଚନ୍ଦ୍ରଙ୍କ ସହିତ କେତୁ ଯେତେବେଳେ ଆସିଥାନ୍ତି । ତେବେ ଆପଣଙ୍କ ମୁହଁରେ କଳା ଦାଗ , ଧଳା ଦାଗ, ଚର୍ମ ଜନିତ ସମସ୍ଯା ଦେଖିବାକୁ ପାଇଥାଉ । ଯଦି ଆପଣଙ୍କ ଜାତକରେ ଏହି ଭାବ ଅଛି ଏବଂ ଆପଣଙ୍କୁ ଚର୍ମ ରୋଗ ଆସୁଛି । ତେବେ ଏହା ଗ୍ରହର ସଂଯୋଗରୁ ହୋଇଥାଏ । ଏହା ଯୋଗୁ ମଧ୍ୟ ଆପଣଙ୍କୁ ଚର୍ମ ସମ୍ବନ୍ଧୀୟ ଅସୁବିଧା ଭୋଗିବାକୁ ପଡିଥାଏ । ଯଦି ଆପଣଙ୍କର ମଧ୍ୟ ଏହି ସବୁ କାରଣ ଯୋଗୁ ଚର୍ମ ରୋଗ ହୋଇଥାଏ ।

ଏହାର ପ୍ରତିକାର ସ୍ୱରୂପ ଶିବଲିଙ୍ଗଙ୍କୁ ଯେଉଁ ପଞ୍ଚାମୃତ ଅର୍ପଣ କରାଯାଇଥାଏ । ସେହି କ୍ଷୀର କୁ ସଂଗ୍ରହ କରିବେ ଏବଂ ଏହାକୁ ଆଣି ଶରୀରରେ ଲଗାଇବେ । ଏହାଛଡା ଜ୍ଯୋତିଷ ଶାସ୍ତ୍ରର ଏକ ଉପାୟ ଅନୁସାରେ ଏକ କାଗଜ ନେବେ ସେଥିରେ 515 ଏବଂ ତାହା ତଳେ 879 ଲେଖି ଏକ ବୋତଲ ଉପରେ ଲଗାଇବେ ।

ଏବେ ସେହି ବୋତଲ କୁ ଦେଖିକି କହିବେ ଚର୍ମ ସମସ୍ୟା ଦୂର ହେଉ । ତାପରେ ସେହି ବୋତଲ ଜଳକୁ ଶରୀରରେ ଲଗେଇବା ଦ୍ଵାରା ମଧ୍ୟ ଚର୍ମ ରୋଗ ଦୂର ହୋଇଥାଏ । ଯେ କୌଣସି ଉପାୟ କରୁଛନ୍ତି । ଯଦି ସେଥିରେ ଭରଷା ରଖିକି ଠିକ ନିୟମ ମାନିକି କରିବେ । ତେବେ ଆପଣଙ୍କର ସବୁ ସମସ୍ଯା ଦୂର ହୋଇଯାଇଥାଏ ।

ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।