ବନ୍ଧୁଗଣ ହଳଦୀ ପାଣି ପିଇବା ଆମ ଶରୀର ପାଇଁ ଅମୃତ ସମାନ ହୋଇଥାଏ । କାରଣ ହଳଦୀ ପାଣିରେ ଏତେ ସାରା ଔଷଧୀୟ ଗୁଣ ଭରି ହୋଇରହିଥାଏ । ଯାହା ଆମ ବଡିର ଅନେକ କିଛି ସମସ୍ଯାର ସମାଧାନ ବହୁତ ସହଜରେ କରିଥାଏ । ଯଦି ସକାଳୁ ଖାଲି ହଳଦୀ ପାଣି ପିଇବେ ତେବେ ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଯାଏ ଓ ଓଜୋନ କମ୍ ହୋଇଥାଏ ।
ଗରମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଆମ ଶରୀର ରୁ ଟକ୍ସିନ ପଦାର୍ଥ ବାହାରି ଯାଏ ଏବଂ ପେଟ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ । ଶରୀରର କୈଣସି ସ୍ଥାନରେ କ୍ଷତ ହେଲେ ଗରମ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ଏହି କ୍ଷତ ଭଲ ହୋଇଥାଏ ।
ଶରୀର ଦୁର୍ବଳ ଲାଗିବା ସମୟରେ ହଳଦୀ ପାଣି ପିଇବା ଉଚିତ । ହଳଦୀ ଖାଦ୍ୟରେ ସ୍ୱାଦ ବଢାଇ ଥାଏ ତା ସହିତ ଶରୀର ର କିଛି ବେମାରୀକୁ ଦୂର କରିଥାଏ । ଆମ ଶରୀରକୁ ସୁସ୍ଥ ରଖିବାରେ ହଳଦୀ ସାହାଜ୍ଯ କରିଥାଏ । ହଳଦୀ ପାଣି ପିଇବା ଦ୍ୱାରା ଶରୀରରେ ବହୁ ପ୍ରକାର ସ୍ୱାସ୍ଥ୍ୟ ଲାଭ ହୋଇଥାଏ । ଏହା ପାଇଁ ଦରକାର ଗୋଟିଏ ଗ୍ଳାସ୍ ଗରମ ପାଣି, ଅଧା ଲେମ୍ବୁ , ଅଳ୍ପ ହଳଦୀ ଓ ଅଧା ଚାମଚ ମହୁ ।
ସର୍ବ ପ୍ରଥମେ ଏକ ଗ୍ଳାସ୍ ଗରମ ପାଣିରେ ଅଧା ଲେମ୍ବୁ ଚିପୁଡି ଦେବେ ଏଥିରେ ଅଳ୍ପ ହଳଦୀ ମିଶାଇ ଦେବେ ଟିକେ ଥଣ୍ଡା ହେବା ପରେ ଏଥିରେ ଟିକେ ମହୁ ମିଶାଇ ଦେବେ ଏବଂ ଏହାକୁ ସେବନ କରିବେ । ପ୍ରତିଦିନ ସକାଳୁ ଖାଲି ପେଟରେ ଏହାକୁ ପିଇବା ଦରକାର । ସକାଳୁ ଖାଲି ପେଟରେ ଏହି ପାଣିକୁ ପିଇବା ଦ୍ୱାରା ଶରୀରର ଫୁଲା ଅଂଶ କମିଯାଏ । ହଳଦୀରେ କର୍କମିନ୍ ଥାଏ ଯାହା ଶରୀରରେ ଆଣ୍ଟିବାୟୋଟିକ୍ କାମ କରିଥାଏ ।
ଏହାକୁ ପିଇବା ଦ୍ୱାରା ଆଣ୍ଠୁ ,ଗଣ୍ଠି ର ପେନ୍ ମଧ୍ୟ ଦୂର ହୋଇଥାଏ । ହଳଦୀ ପାଣି ଆମ ଲିଭରର ରକ୍ଷା କରିଥାଏ । କାରଣ ଏହାକୁ ପିଇବା ଦ୍ୱାରା ଆମ ଶରୀରର ଟକ୍ସିନ୍ କମିଯାଏ ଓ ଲିଭର ଭଲ ଭାବେ କାମ କରିଥାଏ । ହଳଦୀ ପାଣି ପିଇବା ଦ୍ୱାରା ବୟସର ପ୍ରଭାବ ପଡିନଥାଏ । ଏହା ଦ୍ୱାରା ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ ଏବଂ ଏହା ଆମ ରକ୍ତ ସଫା କରିବାରେ ସାହାଜ୍ଯ ମଧ୍ୟ କରିଥାଏ । ହଳଦୀ ପାଣି ପିଇବା ଦ୍ୱାରା ଡାଇବେଟିସ୍ କଣ୍ଟ୍ରୋଲରେ ରହିଥାଏ ଏବଂ ଆମ ହାର୍ଟବିଟ ଭଲ ରହିଥାଏ ।
ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ