ବନ୍ଧୁଗଣ କଦଳୀକୁ ଆମେ ସମସ୍ତେ ପୂଜା ପାଇଁ ପ୍ରସାଦ ରୂପେ ବ୍ୟବହାର କରିଥାଉ । ଏଥିସହ କଦଳୀକୁ ଖାଇବା ଦ୍ଵାରା ଆମକୁ ବହୁତ ସାରା ହେଲଥ ବେନିଫିଟ୍ସ ମଧ୍ୟ ମିଳିଥାଏ । ଏମିତି ବି କଦଳୀର ସ୍ଵାଦ ବହୁତ ଭଲ ହୋଇଥିବାରୁ ବହୁତ ଲୋକ ଏହାକୁ ଖାଇବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ବନ୍ଧୁଗଣ କଦଳୀକୁ ଖାଇ ବହୁତ ଲୋକ ତାହାର ଚୋପାକୁ ଫିଙ୍ଗି ଦେଇଥାନ୍ତି । ହେଲେ ଆଜି କଦଳୀ ଚୋପାର କେତେ ଗୁଡିଏ ଫାଇଦା ବିଷୟରେ ଜାଣିବାକୁ ପାଇବା । ଆଜି ଠାରୁ କଦଳୀ ଚୋପାକୁ ଫିଙ୍ଗିବା ପୂର୍ବରୁ ଏହାର ଗୁଣାବଳୀ ବିଷୟରେ ଜାଣି ରଖନ୍ତୁ ।
ଯେଉଁ ମାନଙ୍କର ଦାନ୍ତ ଗୁଡିକ ବ୍ରସ କରିବା ସତ୍ବେ ବି ହଳଦିଆ ପଡିଯାଉଛି । ସେମାନଙ୍କୁ ସପ୍ତାହରେ ୨ ଥର କଦଳୀ ଚୋପାକୁ ଆଣି ଦାନ୍ତରେ ଘଷି ଘଷି କିଛି ସମୟ ମସାଜ କରନ୍ତୁ । ତାପରେ ସାଧାରଣ ଭାବରେ ବ୍ରସ କରି ଦାନ୍ତକୁ ସଫା କରନ୍ତୁ । ଦେଖିବେ କିଛି ଦିନ ଏପରି କରିବା ଦ୍ଵାରା ଦାନ୍ତ ଧଳା ଓ ସୁନ୍ଦର ହୋଇଯିବ ।
ଯେଉଁ ମାନଙ୍କର ମୁହଁରେ ବ୍ରଣ ସମସ୍ଯା ରହୁଛି । ସେମାନେ ବ୍ରଣ ଉପରେ କଦଳୀ ଚୋପାକୁ ଧୀରେ ଧୀରେ କରି ମସାଜ କରନ୍ତୁ । ଏହିପରି ସବୁବେଳେ କରିବା ଦ୍ଵାରା ଦେଖିବେ ମୁହଁରୁ ବ୍ରଣ କମିବା ସହ ବ୍ରଣ ଯୋଗୁ ହୋଇଥିବା ଦାଗ ମଧ୍ୟ ଦୂର ହୋଇବ । ଆପଣ ଯେବେ ମଧ୍ୟ କଦଳୀକୁ ଖାଉଛନ୍ତି । ତାହାର ଚୋପାକୁ ଫୋପାଡିବା ପୂର୍ବରୁ ଯଦି ମୁହଁରେ କିଛି ସମୟ ପାଇଁ ଆଣି ମସାଜ କରିବେ । ମୁହଁରେ ଥିବା ଧୁଳି, ମଇଳା ବାହାରିଯିବା ସହିତ ମୁହଁରେ ଏକ ସୁନ୍ଦର ଚମକ ଆସିଯିବ ।
ଯେଉଁ ମାନଙ୍କ ଶରୀରର କୌଣସି ସ୍ଥାନରେ ଭାତୁଡି ହେଉଛି । ତେବେ ସେହି ଭାତୁଡି ଉପରେ ମଧ୍ୟ କଦଳୀ ଚୋପାକୁ ଆଣି ଘସନ୍ତୁ । ତାପରେ ସେହି ଜାଗାରେ କଦଳୀ ଚୋପାକୁ କିଛି ସମୟ ରଖନ୍ତୁ , ଏହିପରି କିଛି ଦିନ କରିବା ପରେ ଭାତୁଡି ଭଲ ହୋଇଯିବ ।
ଶରୀରରେ ମଶା କାମୁଡିବା ଦ୍ଵାରା ଯେଉଁ କୁଣ୍ଡାଇ ହେଉଥାଏ କିମ୍ବା ଯଦି କୌଣସି ସ୍ଥାନ କୌଣସି କାରଣରୁ ଜଳାପୋଡା ହେଉଥାଏ । ତେବେ ସେହି ଜାଗାରେ କଦଳୀ ଚୋପାକୁ ଆଣି ଘସନ୍ତୁ ଦେଖିବେ ବହୁତ ଆରାମ ମିଳିବ ।
କଦଳୀ ଚୋପାକୁ ଗ୍ରାଇଣ୍ଡିଙ୍ଗ କରି ସେଥିରେ ଦହି ମିଶାଇ ମୁହଁରେ ଲଗାଇ କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ । ଦେଖିବେ ଏହା ମୁହଁରେ ଦାମୀ ଫେସପ୍ୟାକ ଲଗାଇଲା ଭଳି ଗ୍ଲୋ ଚେହେରାକୁ ଦେବ । ତେବେ କଦଳୀଚୋପା ର ମଧ୍ୟ ବହୁ ବିଦ୍ଧ ଫାଇଦା ରହିଅଛି । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର ନିହାତି ଭାବେ କରିଦେବେ । ଧନ୍ୟବାଦ