କିୱି ଏକ ଏମିତି ଫଳ ଯାହା ବହୁତ ରୋଗ ସହ ଲଢିବାର କ୍ଷମତା ରଖିଛି । ଏହା ଆମ ଭାରତରେ ମିଳୁନଥିଲା କିନ୍ତୁ ବର୍ତ୍ତମାନ ସମୟରେ ବହୁତ ସହଜରେ ଏହା ବଜାରରେ ମିଳିଯାଉଛି । କାରଣ ଏହା ଆମ ଭାରତରେ ମଧ୍ୟ ଉତ୍ପାଦନ ହେବାକୁ ଲାଗିଲାଣି । ଆପଣ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀର ପାଇଁ ଯେଉଁ ଫାଇଦା ମିଳିବ ତାହା ଆପଣଙ୍କୁ ସୁସ୍ଥ ରଖିବ । ରୋଗରେ ପଡି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ବଦଳରେ କିୱି ଖାଇ ସେହି ରୋଗ ହେବାକୁ ହିଁ ଦିଅନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ।
କିୱି ନିଜ ଭିତରେ ଥିବା ପୋଷକ ତତ୍ଵ ପାଇଁ ଅନ୍ୟ ଫଳ ଠାରୁ ବହୁତ ଅଲଗା ଅଟେ । ଭିଟାମିନ-c କିୱିରେ ବହୁ ମାତ୍ରାରେ ରହିଛି । ଆଉ ଯଦି ଆପଣ ଏହାକୁ ଖାଇବେ ତେବେ ଦୀର୍ଘ ଦିନ ଧରି ଆପଣ ସୁସ୍ଥ ରହିବେ । ଏହା ସ୍ଵାଦିଷ୍ଟ ବି ଆଉ ପୋଷକ ତତ୍ଵରେ ଭରପୁର ମଧ୍ୟ । କିୱି ଖାଇବା ଦ୍ଵାରା ଆମ ଶରୀରର ଧମନୀ ସୁସ୍ଥ ରହିଥାଏ ।
କିୱିରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି । ଯାହା ଆମ ଶରୀରକୁ ବହୁତ ପ୍ରକାର ସଂକ୍ରମଣ ଠାରୁ ଦୂରେଇ ରଖିଥାଏ । ସଂକ୍ରମଣର କୌଣସି ବି ଭୟ ନଥାଏ । ଏଥିରେ ଇନଫ୍ଲାମେଟୋରି ଗୁଣ ରହିଛି । ଯେଉଁଥିପାଇଁ କିୱି ଶରୀରରେ ହେଉଥିବା ସୁଜନକୁ କମାଇ ଥାଏ ଏବଂ ହେବାକୁ ମଧ୍ୟ ଦେଇନଥାଏ । ଯଦି ଆପଣଙ୍କୁ ଅର୍ଥରାଇଟିସ ସମସ୍ୟା ରହିଛି ତେବେ ଆପଣଙ୍କୁ କିୱିର ନିୟମିତ ସେବନ ଲାଭଦାୟକ ରହିବ ।
ଯଦି ଆପଣଙ୍କ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ବଢିବା ଦ୍ଵାରା ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ । କିୱି ଫଳ କୋଲେଷ୍ଟ୍ରଲ ବଢିବାକୁ ରୋକିଥାଏ । ଏହାକୁ ନିୟମିତ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ ମାତ୍ରା କମିବାକୁ ଲାଗିଥାଏ । ଏହାସହିତ ଭଲ କୋଲେଷ୍ଟ୍ରଲର ମାତ୍ରା ବଢିଥାଏ ।
କିୱିର ସେବନ ଦ୍ଵାରା ହାର୍ଟ ସହ ଜଡିତ ବହୁତ ରୋଗ ପାଇଁ ଫାଇଦା ମିଳିଥାଏ । ଏହି ଫଳକୁ ଡାଇବେଟିସ ରୋଗୀ ମାନଙ୍କୁ ମଧ୍ୟ ସେବନ କରିବା ଆବଶ୍ୟକ । ଫାଇବାରରେ ଭରପୁର ଥିବା କିୱି ଫଳ ଆପଣ ଖାଇବା ଦ୍ଵାରା କବ୍ଜ ଭଳି ସମସ୍ୟା ସହ ଆଉ ଆପଣଙ୍କୁ ଲଢିବାକୁ ପଡିନଥାଏ । ଶରୀରକୁ ଫାଇବର ମିଳିବା ଦ୍ଵାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ ।
ଯଦି ଆପଣଙ୍କୁ ବହୁତ ଚେଷ୍ଟା ପରେ ମଧ୍ୟ ନିଦ ଆସୁ ନାହିଁ ତେବେ ଆପଣ କିୱି ଖାଇବା ଦ୍ଵାରା ଆପଣଙ୍କୁ ସହଜରରେ ନିଦ ମଧ୍ୟ ହୋଇଥାଏ । ଶରୀରରେ ରକ୍ତର କମିକୁ ଏହା ପୁରା କରିଦେଇଥାଏ । ଏହାର ନିୟମିତ ସେବନ ଆପଣଙ୍କ ବ୍ଲଡ଼ ସୁଗାରକୁ ମଧ୍ୟ କମ କରି ଦେଇଥାଏ । ଆଶା କରୁଛୁ । ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।