ପାଣି ପିଇବା ସମୟରେ ମରିଗଲେବି କରନ୍ତୁନି ଏହି 5 ଟି ଭୁଲ୍, ବହୁତ ହଇରାଣରେ ପଡିବେ । Health related tips

ପାଣି ହେଉଛି ପ୍ରାଣୀଜଗତର ଜୀବନ । ପାଣି ଆମ ଶରୀର ପାଇଁ ନିହାତି ଭାବରେ ଆବଶ୍ୟକ । ପାଣି ପ୍ରଚୁର ମାତ୍ରାରେ ପିଇବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ । ବହୁତ ଲୋକ ପାଣି ପିଇଥାନ୍ତି ସତ । ହେଲେ ପାଣି ପିଇବାର ସଠିକ ଢଙ୍ଗ ଜାଣିନଥାନ୍ତି । ତେଣୁ ପାଣି ପିଇବା ଆପଣଙ୍କ ଶରୀର ପାଇଁ ଭଲ ହେବା ବଦଳରେ ପହଞ୍ଚାଇ ଦେଉଛି କ୍ଷତି । ତେବେ ଆସନ୍ତୁ ଜାଣିବା ପାଣି ପିଇବା ସମୟରେ କେଉଁ ଭୁଲ କରିବା ଅନୁଚିତ ।

ଆପଣ ପାଣିକୁ ପିଅନ୍ତୁ ନାହିଁ ପାଣିକୁ ଖାଆନ୍ତୁ । ଆପଣ ପାଣିକୁ ଗୋଟିଏ ଗୋଟିଏ ଢୋକ ନେଇ ପିଇବା ଉଚିତ । ପାଣିକୁ ଆପଣ ପାଟିରେ ନେଇ ପ୍ରଥମେ ଦୁଇ ରୁ ତିନି ସେକେଣ୍ଡ ପାଟି ଭିତରେ ବୁଲାନ୍ତୁ ଏହାପରେ ଯାଇ ପିଅନ୍ତୁ । ଆପଣ ଏପରି କରିବା ଦ୍ଵାରା ଆପଣଙ୍କ ପାଟିରୁ ବାହାରୁଥିବା ସାଲାଇଭା ପାଣି ସହ ଆପଣଙ୍କ ପେଟକୁ ଯାଇଥାଏ ।

ଯାହାକି ହଜମ କରିବା ପାଇଁ ସାହାଜ୍ଯ କରିଥାଏ । ଆପଣ ପିଉଥିବା ପାଣିର ତାପମାତ୍ରା ସାଧାରଣ ରହିବା ଉଚିତ । ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ପାଣି ଆପଣଙ୍କ ଶରୀର ପାଇଁ ହୋଇଥାଏ କ୍ଷତିକାରକ । ଯଦି ଗ୍ରୀଷ୍ମ ଋତୁ ହୋଇଛି ଆଉ ଥଣ୍ଡା ପାଣି ପିଇବା ପାଇଁ ଇଛା ହେଉଛି ତେବେ ଆପଣ ପାଣିକୁ ମାଟିର ପାତ୍ରରେ ରଖି ଥଣ୍ଡା ପାଣି ପିଇପାରିବେ ।

ଖାଇବା ସମୟରେ, ଖାଇବା ପୂର୍ବରୁ ଏବଂ ଖାଇବା ପରେ ସଙ୍ଗେ ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ । ଖାଇବାର ଏକ ଘଣ୍ଟା ପୂର୍ବରୁ ଏବଂ ଖାଇବା ଏକ ଘଣ୍ଟା ପରେ ଆପଣ ପାଣି ପିଇବା ଉଚିତ । ଆପଣ ମାଟିର ବୋତଲ ଏବଂ ଗ୍ଳାସର ବୋତଲରେ ପାଣି ରଖି ପିଇବା ଉଚିତ । କିନ୍ତୁ ପ୍ଲାଷ୍ଟିକ ବୋତଲରୁ ପାଣି ପିଇବା ହାନିକାରକ ହୋଇଥାଏ । ଆପଣ ଚାହିଁଲେ ଏକ ମାଟି ପାତ୍ରରେ ପିଇବା ପାଣି ରଖି ତା ମୁହଁରେ ଏକ ସଫା କପଡା ଗୁଡାଇ ଦିଅନ୍ତୁ । ଏବଂ ଏହାକୁ ନେଇ ଆପଣ ଖରାରେ ଆଠ ଘଣ୍ଟା ରଖନ୍ତୁ ।

ଆଉ ଏହାପରେ ଆପଣ ଖରାରୁ ଆଣି ତାହାକୁ ମାଟି ପାତ୍ରରେ ଭର୍ତ୍ତି କରନ୍ତୁ । ଆଉ ଦିନ ସାରା ସେହି ପାଣିକୁ ପିଅନ୍ତୁ । ଏହା ଆପଣଙ୍କ ଶରୀର ପାଇଁ ଏକ ପ୍ରାକୃତିକ ଔଷଧ ପରି କାମ କରିଥାଏ । ଆପଣଙ୍କୁ ଆପଣଙ୍କ ଜୀବନଶୈଳୀ ଅନୁଯାୟୀ ପାଣି ପିଇବା ଉଚିତ ।

ଯଦି ଆପଣଙ୍କ ୟୁରିନ ପୁରା ଗାଢ ହଳଦିଆ ହେଉଛି ତେବେ ଆପଣଙ୍କ ଶରୀରରେ ଠିକ ଭାବରେ ପାଣି ନାହିଁ ତେଣୁ ଆପଣଙ୍କୁ ପ୍ରଚୁର ପାଣି ପିଇବା ଉଚିତ । ଆଉ ଯଦି ଆପଣଙ୍କ ୟୁରିନ ଧଳା ରଙ୍ଗର ହେଉଛି ତେବେ ଶରୀରକୁ ଦରକାର ଅନୁଯାଇ ଠିକ ମାତ୍ରାରେ ପାଣି ପିଉଛନ୍ତି ବୋଲି ଜାଣିପାରିବେ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।