ଘର ଝାଡୁ, ପୋଛା ମାରିବା ବେଳେ ସ୍ତ୍ରୀ ଙ୍କର କେଉଁ ଭୁଲ ସ୍ଵାମୀଙ୍କୁ କରିଥାଏ ବର୍ବାଦ ? Vastu tips

ଘରେ ସ୍ବଚ୍ଛତା ରଖିବା ଦ୍ଵାରା ଘରେ ସମୃଦ୍ଧତା ବଢିଥାଏ । ଘରକୁ ସକାରାତ୍ମକ ଊର୍ଜା ଓ ସୁଖ ଶାନ୍ତି ଆସିଥାଏ । ଅଳିଆ ଆବର୍ଜନା ଘରକୁ ଦରିଦ୍ରତା ଆମନ୍ତ୍ରଣ କରିଥାଏ । ସେଥିପାଇଁ ଘରର ଅଳିଆ ଆବର୍ଜନାକୁ ସର୍ବଦା ଘରଠାରୁ ଦୂରରେ ରଖିବା ଉଚିତ । ଯାହା ଦ୍ଵାରା ଘର ଠାରୁ ଦରିଦ୍ରତା ଓ କ୍ଲେଶ ସବୁବେଳେ ଦୂରରେ ରହିବ । ଆମେ ଘରକୁ ସଫା ସୁତୁରା ରଖିବା ପାଇଁ ପୋଛା ତ ଲଗାଇ ଥାଉ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ! ଯଦି ଆପଣ ପୋଛା ଲଗାଇବା ସମୟରେ କିଛି ଭୁଲ କରିଥାନ୍ତି ।

ତେବେ ତାର ବିପରୀତ ପରିଣାମ ଭୋଗିବାକୁ ପଡିଥାଏ । ଘର ପୋଛା ଲଗାଇବା ଦ୍ଵାରା ଆମ ଘର ସଫା ହୋଇଥାଏ କିନ୍ତୁ ପୋଛା ଲଗାଇବା ସମୟରେ କିଛି ଜିନିଷର ଧ୍ୟାନ ନରଖୁଛେ ତେବେ ଆପଣ ଆପଣଙ୍କ ଘରକୁ ଗରିବୀକୁ ଆମନ୍ତ୍ରଣ କରୁଛନ୍ତି । ଯେମିତି ଆମ ଝାଡୁର ଉପଯୋଗ ସାବଧାନତାର ସହିତ କରିଥାଉ ଓ ଏହାର ଉପଯୋଗ କରିବା ସମୟରେ କିଛି କଥାର ଧ୍ୟାନ ରଖିଥାନ୍ତି ।

ଠିକ ସେହିପରି ହିଁ ଆମେ ପୋଛା ଲଗେଇବା ସମୟରେ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ । ଦିନ ୧୨ ଟା ପରେ କି ସନ୍ଧ୍ଯା ସମୟରେ ପୋଛା ଲଗାଇବା ଅନୁଚିତ । ପୋଛା ସବୁବେଳେ ସକାଳେ ଲଗାଇବା ଉଚିତ । ଯାହା ଦ୍ଵାରା ଘରେ ଜମା ହୋଇଥିବା ନକରାତ୍ମକ ଊର୍ଜା ଘରୁ ବାହାରକୁ ଚାଲିଯାଇଥାଏ । ଘର ସକାରାତ୍ମକ ଊର୍ଜା ଓ ସ୍ବଚ୍ଛତାରେ ଭରପୁର ହୋଇଥାଏ ।

ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ପୋଛା ଲଗାଇବା ଅନୁଚିତ ହୋଇଥାଏ । ଏହା ଦ୍ଵାରା ବାସ୍ତୁ ଦୋଷ ଲାଗିଥାଏ । ଆପଣ ଏହି ଦିନ ଘରକୁ ଭଲସେ ସଫା କରିପାରିବେ । ଅଳିଆ ଆବର୍ଜନା ବାହାର କରିପାରିବେ କିନ୍ତୁ ଘରକୁ ପୋଛା ମାରିପାରିବା ନାହିଁ । ଏହା ଛଡା ନୂଆ ପୋଛା ଘରକୁ ଆଣିବା ପାଇଁ ଚିନ୍ତା କରୁଛନ୍ତି ତ ! ଆପଣ ଗୁରୁବାର ଦିନ ଅପଣ ନୂଆ ପୋଛା ଆଣିପାରିବେ ।

ଅନେକ ଲୋକ ଭଙ୍ଗା ବାଲଟିକୁ ପୋଛା ଲଗାଇବାରେ ବ୍ୟବହାର କରିଥାନ୍ତି । କିନ୍ତୁ କେବେବି ଭାଙ୍ଗି ଯାଇଥିବା ବାଲଟିରେ ପାଣି ଭର୍ତ୍ତି କରି ପୋଛା ଲଗାନ୍ତୁ ନାହିଁ । ଏହାକୁ ବହୁତ ଅଶୁଭ ମନାଯାଇଥାଏ, ଏହା ଦ୍ଵାରା ପୋଛାରୁ ଲାଭ ବଦଳରେ ଘରର କ୍ଷତି ଘଟିଥାଏ । ପୋଛା ସବୁବେଳେ ଉତ୍ତର ଦିଗରୁ ହିଁ ଆରମ୍ଭ କରିବା ଉଚିତ । ଉତ୍ତର ଦିଗ ସବୁଠୁ ଶୁଭ ଓ କୁବେରଙ୍କ ଦିଗ ବୋଲି କୁହାଯାଇଥାଏ ।

ଉତ୍ତର ଦିଗରୁ ପୋଛା ଲଗାଇବା ଦ୍ଵାରା ଏହାର ସବୁ ତତ୍ଵ ସବୁ ଘରେ ବନି ରହିଥାଏ । ଧନଲକ୍ଷ୍ମୀ ମା’ ଙ୍କ ପ୍ରବେଶ ଏହି ଉତ୍ତର ଦିଗରୁ ହିଁ ହୋଇଥାଏ । ସେଥିପାଇଁ ଯଦି ଆପଣ ସବୁଠୁ ଉତ୍ତର ଦିଗକୁ ସଫା କରୁଛନ୍ତି ଘରେ ସମୃଦ୍ଧି, ସୌଭାଗ୍ୟ ସର୍ବଦା ବନି ରହିଥାଏ ।

ଆଶା କରୁଛୁ । ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ