ଆଣ୍ଠୁ ଗଣ୍ଠିର ଅସହ୍ୟ ଯନ୍ତ୍ରଣାରୁ କିଭଳି ପାଇବେ ମୁକ୍ତି ? Health Tips

ବନ୍ଧୁଗଣ ଆଜିକାଲି ବହୁତ କମ୍ ବର୍ଷ ବୟସରୁ ଲୋକ ମାନଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେଉଛି । ଯେଉଁଥିରେ ପୀଡିତ ହେବା ପରେ ତାଙ୍କୁ ବହୁତ କିଛି ପ୍ରୋବ୍ଲେମର ସମ୍ମୁଖୀନ ହେବାକୁ ପଡୁଛି । ଯଦି ଆଣ୍ଠୁଗଣ୍ଠି ସମସ୍ଯା କମ୍ ବର୍ଷ ବୟସରୁ ପ୍ରାୟ ବହୁତ ଲୋକଙ୍କ ପାଖରେ ଦେଖାଯାଉଛି କହିବାର କାରଣ ଖୋଜିବା । ତେବେ ତାହାର ପପ୍ରମୁଖ କାରଣ ହେଉଛି । ଲୋକମାନଙ୍କର ଖରାପ ଜୀବନଶୈଳୀର ଅଭ୍ଯାସ ଯୋଗୁ ଏହି ସବୁ ସମସ୍ଯା ବାର୍ଦ୍ଧକ୍ୟ ଆସିବା ପୂର୍ବରୁ ହିଁ ଆସିଯାଇଥାଏ ।

ଯେମିତି ଠିକ ସମୟରେ ଠିକ ଭାବେ ଖାଇବା, ପିଇବା ଉପରେ ଧ୍ୟାନ ନଦେଲେ । ନିୟମିତ ବ୍ୟାୟମ ଓ ଏକ୍ସରସାଇଜ ନକଲେ । ଯାହାଫଳରେ ଅନେକ ଲୋକଙ୍କର ମେଦବହୁଳତା ବୃଦ୍ଧି ପାଉଛି । ମେଦବହୁଳତା ଥିବା ଲୋକଙ୍କ ଠାରେ ବିଶେଷ ଭାବେ ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦେଖାଦେଇଥାଏ । ତେଣୁ ନିଜ ହାଡକୁ ଶକ୍ତିଶାଳୀ ରଖିବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ କିପରି ନିଜକୁ ଦୂରେଇ ରଖିପାରିବା । ସେହି ସମ୍ପର୍କରେ ଡାକ୍ତର ବସନ୍ତ ବେହେରାଙ୍କ ଠାରୁ ଜାଣିବା ।

ପ୍ରତିଦିନ ସକାଳୁ ଉଠି 15 ରୁ 30 ମିନିଟ ଚାଲିବା ଉଚିତ । ଆପଣ ଚାହିଁଲେ ସେହି ସବୁ ସମୟ ମଧ୍ୟରେ ଆପଣ କୌଣସି ପ୍ରକାର ଯୋଗ ବ୍ୟାୟମ ଆଦି କରିପାରିବେ । ତାହା ଆପଣଙ୍କ ହାଡଗଣ୍ଠିକୁ ଭଲ ରଖିବା ପାଇଁ ହେଲ୍ପ ରଖିଥାଏ । ଆଜିକାଲିର ଲୋକେ ନିଜକୁ ଫିଟ ରଖିବା ପାଇଁ ଜିମ୍ କୁ ଯାଉଛନ୍ତି । ହେଲେ ଯଦି ଦରକାର ଠାରୁ ଅଧିକ ଜିମରେ ବ୍ୟାୟାମ ଆଦି କରିବେ । ତେବେ ଗଣ୍ଠି ଯନ୍ତ୍ରଣା ଦେଖାଦେଇପାରେ ।

ତାହା ଠାରୁ ଭଲ ପ୍ରତ୍ଯେକ ବ୍ୟକ୍ତି ସକାଳ ଭୋର ସମୟରେ କିଛି ସମୟ ଚାଲିବା ସହ କିଛି ହଲ୍କା ଏକ୍ସରସାଇଜ ମଧ୍ୟ ନିଜ ବଡିକୁ ଫିଟ ରଖିବା ପାଇଁ କରନ୍ତୁ । ଏହିସବୁ କାର୍ଯ୍ୟ ଉପରେ ଧ୍ୟାନ ଦେବା ସହ ନିଜ ଡାଏଟ ଉପରେ ମଧ୍ୟ ଧ୍ୟାନ ରଖନ୍ତୁ । ବାହାରର ଜଙ୍କ ଫୁଡ ଖାଇବା କମାଇ ଘରେ ତିଆରି ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। କାରଣ ଆମର ଖରାପ ଖାଦ୍ୟପେୟ ଯୋଗୁ ଶରୀରକୁ ବହୁ ପ୍ରକାର ରୋଗ ମାଡିଆସିଥାନ୍ତି ।

ବିଭିନ୍ନ ପ୍ରକାର ପନିପରିବା, ଫଳ ଆଦି ହେଲଦି ଖାଇବା ଖାଆନ୍ତୁ । ସକାଳ ସମୟରେ ଗଜାମୁଗ ଓ ଚଣା ଖାଆନ୍ତୁ । ଏହା ଖାଇବା ଦ୍ଵାରା କୋଷ୍ଠକାଠିନ୍ଯ ହୋଇନଥାଏ । ପେଟ ସଫା ରହିବା ସହ ଶରୀର ମଧ୍ୟ ସୁସ୍ଥ ଓ ସତେଜ ରହିଥାଏ । ଆଣ୍ଠୁ ଗଣ୍ଠି ସମସ୍ଯା ଥିବା ଲୋକ ମାନେ ଆଣ୍ଠୁ ଓ ଗଣ୍ଠିରେ ଅଧିକ ଚାପ ପକାଉଥିବା କାମ କରନ୍ତୁ ନାହିଁ । ଅଧିକ ସିଢି ଚଢାଚଢି କରନ୍ତୁ ନାହିଁ । ନିୟମିତ ଫିଜିଓଥେରାପୀ ଓ ଯୋଗ କରିବାକୁ ଚେଷ୍ଟା କରନ୍ତୁ ।

ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ