ରାତ୍ରୀ ଭୋଜନ ପରେ ଅଇଁଠା ବାସନ ରାତି ସାର ପଡି ରହିଲେ, ଘରକୁ କେଉଁ ପ୍ରକାର ବିପଦ ଆସିଥାଏ ? Pragyan Tripathi

ରାତିର ଅଇଁଠା ବାସନ ସକାଳ ଯାଏଁ ରୁହେନି କାହିଁକି ? ଅନେକଙ୍କ ଘରେ ରାତ୍ରୀର ଭୋଜନ ପରେ ସମସ୍ତ ଅଇଁଠା ବାସନକୁ ମାଜି ଧୋଇ ପରିଷ୍କାର କରିବା ପରେ ଯାଇ ମହିଳା ମାନେ ଶୋଇଥାନ୍ତି । ଅନେକଙ୍କ ଘରେ ତାହାର ସଂପୂର୍ଣ୍ଣ ବିପରୀତ ହୋଇଥାଏ। ରାତ୍ରୀ ଖାଇବା ପରେ ଅଇଁଠା ବାସନକୁ ପକାଇ ଦେଇ ସକାଳୁ ଉଠି ଯାଇ ବାସନ ମଜାଯାଇଥାଏ । ତେବେ ବନ୍ଧୁଗଣ ରାତିର ଅଇଁଠା ବାସନକୁ ରାତି ସାରା ରୋଷେଇ ଘରେ ପଡି ରହିବା ଉଚିତ ନୁହେଁ କାହିଁକି ?

ଏହାଛଡା ଏହି କାର୍ଯ୍ୟ କରିବା ଦ୍ଵାରା କଣ ସବୁ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା । ବନ୍ଧୁଗଣ ରୋଷେଇ ଘରେ ମାତା ଅର୍ଣ୍ଣପୂର୍ଣ୍ଣାଙ୍କର ବାସ ହୋଇଥାଏ । ମାତା ଲକ୍ଷ୍ମୀ ଅର୍ଥାତ ମାତା ଅର୍ଣ୍ଣପୂର୍ଣ୍ଣା ସଫାସୁତରା ଘରେ ରହିବାକୁ ପସନ୍ଦ କରିଥାନ୍ତି । ସେଥିପାଇଁ ଲୋକ ଯେମିତି ନିଜ ବେଡ୍ ରୁମ୍, ଡ୍ରଇଙ୍ଗ ରୁମ୍ ଆଦିକୁ ସଜାଇ ସୁନ୍ଦର ଭାବେ ରଖୁଛନ୍ତି । ଠିକ ସେହିପରି ଯେଉଁଠାରେ ପ୍ରତିଦିନ ରୋଷେଇ କାର୍ଯ୍ୟ ହେଉଛି । ଯେଉଁ ଘରେ ପ୍ରସ୍ତୁତ ହେଉଥିବା କାର୍ଯ୍ୟକୁ ଘରର ସମସ୍ତ ବ୍ୟକ୍ତି ପ୍ରତିଦିନ ଖାଉଛନ୍ତି ।

ସେହି ରୋଷେଇ ଘରର ପରିଷ୍କାର ପରିଚ୍ଛନତା କଥାକୁ କିପରି ଭାବେ ଭୁଲିପାରିବେ ? କାରଣ ଯଦି ରୋଷେଇ ଘର ଅପରିଷ୍କାର ହୋଇ ପଡି ରହିଥାଏ । ଯେତେବେଳେ ରାତ୍ର ସମୟରେ ମାତା ଲକ୍ଷ୍ମୀ ରୋଷେଇ ଘରକୁ ପ୍ରବେଶ କରିଥାନ୍ତି । ରୋଷେଇ ଘରେ ଅଇଁଠା ବାସନ ପଡିଥିବା ଦେଖି ଏବଂ ରୋଷେଇ ଘରର ଅପରିଷ୍କାର ଦୃଶ୍ୟ ଦେଖି ସେ ବହୁତ ଅଧିକ ରୁଷ୍ଠ ହୋଇଯାଇଥାନ୍ତି । ଯାହାଫଳରେ ସେହି ଘରୁ ଲକ୍ଷ୍ମୀ ଛାଡିଯାଇଥାନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ତେଣୁ ରାତିରେ ଖାଇସାରିବା ପରେ ଶୋଇବାକୁ ଯିବା ପୂର୍ବରୁ ରୋଷେଇ ଘରେ ଥିବା ବାକି କାର୍ଯ୍ୟକୁ ନିହାତି ଭାବେ କରିସାରି ଶୋଇବା ଉଚିତ । ଯେପରି ରୋଷେଇ ହୋଇଥିବା ଗ୍ଯାସ କି ଚୁଲିକୁ ଭଲ ଭାବେ ପରିଷ୍କାର କରି ଲିପାପୋଛା କରିଦିଅନ୍ତୁ । ଏହାଛଡା ରୋଷେଇ ହୋଇଥିବା  ଓ ଖାଇକି ପଡିଥିବା ଅଇଁଠା ବାସନକୁ ଭଲ ଭାବେ ମାଜି ଧୋଇ ରୋଷେଇ ଘରକୁ ପରିଷ୍କାର କରିଦେଇ ଆସି ଶାନ୍ତିରେ ଶୁଅନ୍ତୁ ।

ଯାହାଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ । ଏଥିସହ ଘରେ ପଜିଟିଭ ଶକ୍ତିର ସଂଚାର ହୋଇଥାଏ । କେବଳ ରାତ୍ରୀ ସମୟରେ ଅଇଁଠା ବାସନ ନୁହେଁ । ବଂର ପୁରା ଦିନ ସାରା ଯେତେବେଳେ ମଧ୍ୟ ଖାଉଛନ୍ତି । ସେହି ସବୁ ବାସନକୁ ମଧ୍ୟ ଅଧିକ ସମୟ ଧରି ପକାଇ ନରଖି ଯଥା ଶୀଘ୍ର ଧୋଇ ମାଜି ସୁତରା କରିଦିଅନ୍ତୁ । ଖାଇସାରି ଅଧିକ ସମୟ ପର୍ଯ୍ୟନ୍ତ ଅଇଁଠା ହାତରେ ମଧ୍ୟ ବସି ରହିବା ଉଚିତ ହୋଇନଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରନ୍ତୁ । ଧନ୍ୟବାଦ