ଆଜି ଠାରୁ କିଛି କ୍ଷେତ୍ର ରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ନମସ୍କାର ବନ୍ଧୁଗଣ । ଆଜି ହେଉଛି ଜାନୁଆରୀ 1 ତାରିଖ । ଆଉ ଆଜି ଠାରୁ ବଦଳିଛି କିଛି ନୂଆ ନିୟମ । ଆରମ୍ଭ ହେଲା 2024 ନୂଆବର୍ଷ । ବର୍ଷ ବଦଳିବା ସହ ଦେଶରେ ଏକାଧିକ ନିୟମରେ ପରିବର୍ତ୍ତନ ହୋଇ ଲାଗୁ ହେବ । ଯାହାର ସିଧା ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡିପାରେ । ଏଥିରେ ବ୍ଯାଙ୍କ ଲକର ଠାରୁ ଆରମ୍ଭ କରି ଘରୋଇ ରନ୍ଧାର ଏଲପିଜି ଗ୍ଯାସ ହେଉ କି ୟୁପିଆଇ ପେମେଣ୍ଟ ଠାରୁ ନେଇ ସିମ କାର୍ଡ ସବୁ କିଛି ସାମିଲ ଅଛି ।

ଆସନ୍ତୁ ଜାଣିବା ସେହି ସବୁ ପରିବର୍ତ୍ତନ ବାବଦରେ । ଗତ ଦିନରେ ସରକାର 19 କେଜିର କମର୍ଷୀଆଲ ସିଲିଣ୍ଡର ର ମୂଲ୍ୟ ହ୍ରାସ କରିଥିଲେ । ଅନେକ ମାସ ଧରି ରନ୍ଧନ ଗ୍ଯାସରେ ପରିବର୍ତ୍ତନ ହୋଇ ନାହିଁ ତେଣୁ ନୂଆବର୍ଷରେ ଘରୋଇ ରନ୍ଧନ ଗ୍ଯାସର ଦର ତୈଳ କମ୍ପାନୀ ଗୁଡିକ ହ୍ରାସ କରିପାରନ୍ତି ବଳି ଗ୍ରାହକ ମାନେ ଆଶା ବାନ୍ଧିଛନ୍ତି । ସେହିପରି ଭାରତୀୟ ରିଜର୍ଭ ବ୍ଯାଙ୍କ, ଲକର, ଏଗ୍ରୀମେଣ୍ଟ କରିଛନ୍ତି । ଏହି କ୍ରମରେ ନିସ୍ପତି ନେବାକୁ ଡିସେମ୍ବର 31 ଯାଏଁ ସମୟ ଦିଆ ଯାଇଥିଲା ।

ଆରବିଆଇ ସବୁ ବ୍ଯାଙ୍କ ଗୁଡିକୁ ସୂଚନା ଦେଇ ସାରିଛି କି ଡିସେମ୍ବର 31 ସୁଧା ବ୍ଯାଙ୍କ ଲକର ଏଗ୍ରୀମେଣ୍ଟ ସଂଶୋଧନ ନ ହୁଏ ତେବେ ବ୍ଯାଙ୍କ ଲକର ଖାଲି କରିବାକୁ ପଡିପାରେ । ଏଣୁ ନୂଆ ଲକର ଏଗ୍ରୀମେଣ୍ଟକୁ ପ୍ରଣତ କରିବା ଉଚିତ । ଜାନୁଆରୀ ମାସ ଟି ୟୁପିଆଇ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ପାଇଁ ମହଦୀ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ସୂଚନା ଅନୁଯାୟୀ କର୍ପୋରେସନ ଅଫ ଇଣ୍ଡିଆ ପେଟିଏମ, ଗୁଗୁଲ ପେ, ଫୋନପେ ପରି ଅନଲାଇନ ପେମେଣ୍ଟ ଆପ ଯେଉଁଥିରେ ବର୍ଷ ହେବ କୌଣସି ଲେନଦେନ ହେଉ ନାହିଁ ସେଗୁଡିକ ବନ୍ଦ କରିବାକୁ ନିସ୍ପତି ନିଆ ଯାଇଛି ।

ଏପରି ୟୁପିଆଇ ଆଇଡି ଥିଲେ ତୁରନ୍ତ ରେଜିଷ୍ଟ୍ରେଶନ କରିବା ଉଚିତ । ଆଜି ଠାରୁ ଟେଲିକମ ସେକ୍ଟରରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଟେଲିକମ ବିଭାଗ ସିମ କାର୍ଡ ପାଇଁ ପେନ ପେପର ଆଧାରିତ KYC ପ୍ରୋସେସ ଶେଷ କରି ଏବେ କେବଳ ଡିଜିଟାଲ KYC ଆରମ୍ଭ କରିବ । ସେହିପରି ଇନକମ ଟ୍ୟାକ୍ସ ଭରିବାର ଶେଷ ସମୟ 2023 ଜୁଲାଇ 31 ଯାଏଁ ଧାର୍ଯ୍ୟ କରା ଯାଇଥିଲା ।

ହେଲେ ଏହାକୁ ବଢାଇ ଡିସେମ୍ବର 31 ଯାଏଁ ସମୟ ଦିଆ ଯାଇଥିଲା । କିନ୍ତୁ ଏହି ଡେଡ ଲାଇନ ଯାଏଁ ଆପଣଙ୍କୁ ଲେଟ ଫିସ ସହ ସଂଶୋଧିତ ଆଇଟିଆର ଦାଖଲ କରିବାକୁ ପଡିପାରେ । ଆପଣ ଦାଖଲ କରିବାକୁ ଥିବା ଆର୍ଥିକ ରାଶି ଅନୁଯାୟୀ ଭିନ୍ନ ଭିନ୍ନ ହୋଇପାରେ । ଏହି 5ଟି ନିୟମ ସହ ଆଉ କିଛି ନିୟମରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଗାଡି କିଣିବା ମହଙ୍ଗା ହୋଇପାରେ କାରଣ ମାରୁତି, ମହିନ୍ଦ୍ରା, କିଆ, ଟାଟା ଟୋୟୋଟା କମ୍ପାନୀ ଗୁଡିକ ନିଜ କମର୍ଶିଆଲ ବାହନ ଗୁଡିକର ଦରରେ 2% ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର,କମେଣ୍ଟ କରନ୍ତୁ, ଧନ୍ୟବାଦ ।