ଟ୍ରେନରେ ବିନା ଟିକେଟ ରେ ଯାତ୍ରା କରୁଥିଲେ ଟିଟିଆଇ ବାହାର କରି ଦେଉଥିଲେ କିନ୍ତୁ ଏବେ ଜାଣି ରଖନ୍ତୁ ନୂଆ ନିୟମ ।

ଦର୍ଶକ ବନ୍ଧୁ ସାଧାରଣତଃ ଦୂର ବାଟ କୁ ଯାତ୍ରା କରିଲେ ଆମେ ଟ୍ରେନରେ ଯାତ୍ରା କରିଥାଉ । ଏମିତି କି ନିଜ ପରିବାର ସହ ମଧ୍ୟ ଲୋକେ ରେନରେ ଯାତ୍ରା କରିଥାନ୍ତି । ବର୍ତ୍ତମାନ ସମୟରେ ଏକମାତ୍ର ବଡ ମାଧ୍ୟମ ପାଲଟିଛି ଟ୍ରେନ । କାରଣ ଟ୍ରେନ ଜରିଆରେ ସୁରକ୍ଷିତ ଯାତ୍ରା କରା ଯାଉଛି । ଏହା ସହ ପ୍ରାକୃତିକ ସୁନ୍ଦରତା କୁ ମଧ୍ୟ ଆମେ ଉପୋଭୋଗ କରିଥାଉ । ମୁଖ୍ୟତଃ ଟ୍ରେନ ଟିକେଟ କନଫର୍ମ ହେଲା କି ନାହିଁ, ଯାତ୍ରା କରି ପାରିବେ କି ନାହିଁ ଏଭଳି ନାନା ପ୍ରୋସେସ ଟ୍ରେନରେ ରହିଛି ।

ୱେଟିଙ୍ଗ ଲିଷ୍ଟରେ ଥିବା ଟିକେଟ କନଫର୍ମ ହେଲା କି ନାହିଁ ଅନେକ ବିଷୟରେ ଜାଣିବାକୁ ହୁଏ । ଅନେକ ସମୟରେ ଲୋକମାନେ ବିନା ଟିକେଟ ରେ ଟ୍ରେନରେ ଯାତ୍ରା କରନ୍ତି ଆଉ ଧରା ପଡନ୍ତି । ଏମିତିକି ଫାଇନ ମଧ୍ୟ ଗଣିଥାନ୍ତି । ଯାତ୍ରୀ ମାନଙ୍କର ସୁବିଧା ପାଇଁ ରେଲୱେ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆ ଯାଉଛି । ବିଶେଷ କରି ମହିଳା ମାନଙ୍କ ପାଇଁ ଟ୍ରେନରେ ସ୍ଵତନ୍ତ୍ର ଉପଲବ୍ଧ ସୁବିଧା କରା ଯାଉଛି ।

ଯଦି ମହିଳା ଯାତ୍ରୀ ବୀନା ଟିକେଟରେ ଯାତ୍ରା କରୁଛନ୍ତି ତଥାପି ଟିଟିଆଇ ତାଙ୍କୁ ଟ୍ରେନରୁ ବାହାର କରି ପାରିବେନି । ଭାରତୀୟ ରେଳ ର ଏଭଳି ଏକ ନିୟମ ରହିଛି । ଇଣ୍ଡିଆନ ରେଲୱେ ର ନିୟମ ଅନୁଯାୟୀ କୌଣସି ମହିଳା ଯଦି ଏକ ଯାତ୍ରା କରୁଛନ୍ତି ଓ ତାଙ୍କ ପାଖରେ ଟିକେଟ ନାହିଁ ତେବେ ଟିଟିଆଇ ତାଙ୍କୁ ବାହାର କରି ପାରିବେନି । ମହିଳା ଚାହିଁଲେ ଜୋରିମାନା ଦେଇ ଆଗକୁ ଯାତ୍ରା କରି ପାରିବେ ।

ମହିଳାଙ୍କ ପାଖରେ ଯଦି ଟଙ୍କା ବି ନ ଥାଏ ଏଭଳି କ୍ଷେତ୍ରରେ ଟିଟିଆଇ ଟ୍ରେନରୁ ବାହାର କରି ପାରିବେନି । ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିକି 1989 ମସିହାରେ ଏହି ନିୟମ ପ୍ରଣୟନ କରିଛି ଭାରତୀୟ ରେଳ ବିଭାଗ । ଏଥିରେ ଉଲେଖ ରହିଛି ଯେ ଏକାକୀ ଜଣେ ମହିଳାଙ୍କୁ ଯେ କୌଣସି ଷ୍ଟେସନରେ ଟ୍ରେନରୁ ଓଲହାଇ ଦେବା ଅନୁଚିତ ।

ରେଲୱେ ରେ ଜଣେ ଟିଟିଆଇ କହିଛନ୍ତି ଯେ ବର୍ତ୍ତମାନ ଆମ ଆଖକୁ ଏଭଳି ମାମଲା ଆସିଲେ କଣ୍ଟ୍ରୋଲ ରୁମକୁ ଅବଗତ କରା ଯାଇଥାଏ । ମହିଳା କିଭଳି ସ୍ଥିତିରେ ଯାତ୍ରା କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଏ । ଯଦି କୌଣସି ମମଳକୁ ନେଇ ସନ୍ଦେହ ସୃଷ୍ଟି ହୁଏ ଏ ନେଇ ଜିଆରପି ଙ୍କୁ ଅବଗତ କରା ଯାଇଥାଏ । ଏହା ପରେ ଜିଆରପି ମହିଳା କନେଷ୍ଟବଳ ଏହି ମାମଲା ରେ ନଜର ରଖିଛନ୍ତି । ଏଣୁ ବିନା ଟିକେଟ ରେ ଯଦି ମହିଳା ଯାତ୍ରା କରୁଛନ୍ତି ତେବେ ଏହି ସବୁ ନିୟମ ଜାଣି ରଖିବା ଉଚିତ ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।