ଦର୍ଶକ ବନ୍ଧୁ ପୁଣି ଥରେ ଶ୍ରୀ କ୍ଷେତ୍ରରେ ଦେଖା ଦେଇଛି ଅଦଭୁତ ଦ୍ରୁଶ୍ଯ । ଶ୍ରୀକ୍ଷେତ୍ରରେ ଏଭଳି ବାରବାର ଅଦଭୁତ ଦ୍ରୁଶ୍ଯ ଦେଖା ହେବ ପଛରେ କଣ ରହିଛି ସଂକେତ ? ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳ ଖାଲି ହେବା ପରେ ଏକ ରହସ୍ୟମୟ ସୁଡଙ୍ଗ ର ସନ୍ଧାନ ମିଳିଛି । ଏହି ପୋଖରୀର ଉତ୍ତର ପାର୍ଶ୍ଵରେ ଥିବା ପ୍ରାୟ 2 ଫୁଟ ଓସାର ଓ 3 ଫୁଟ ଉଚ୍ଚତା ବିଶିଷ୍ଟ ଏହି ସୁଡଙ୍ଗ କେଉଁଠିକୁ ସଂଯୋଗ କରୁଛି ତାହା ସ୍ପଷ୍ଟ ହୋଇ ପାରିନି ।
ଏହା ବାଲିରେ ପୋତି ହୋଇ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସୁଡଙ୍ଗ ପାଖାପାଖି କୌଣସି ପୋଖରୀ କି ନାଳ ନ ଥାଇ ମଧ୍ୟ ସୁଡଙ୍ଗ ଭିତରୁ ଝରୁଛି ପାଣି । ଏହା ପୁଷ୍କରିଣୀ ପାଣି ବା ନିଷ୍କାସନ ବାଟ ନା ଅନ୍ୟ କିଛି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଶ୍ରୀ କ୍ଷେତ୍ରର ପଞ୍ଚ ତୀର୍ଥ ପୋଖରୀ ଭିତରେ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ହେଉଛି ଅନ୍ୟତମ । ଐତିହାସିକ ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ସମୟରେ ଏହି ପୋଖରୀ ର ଖନନ ହୋଇଥିଲା ।
ଲୋକକଥା ଅନୁସାରେ ଏହି ପୋଖରୀ ଖୋଳିବା ସମୟରେ ଲୋକ ମାନେ କୁରୁମ ପାଲଟି ଯାଇଥିଲେ । ଏହି କୁରୁମ ମାନେ ଏହି ପୋଖରୀ ର ଗଭୀର ଜଳରେ ଏବେ ବି ରହୁଥିବା କୁହା ଯାଉଛି । ଏବେ OBCC ପକ୍ଷରୁ 64 କୋଟି ଟଙ୍କା ବ୍ୟୟରେ ଇନ୍ଦ୍ରଦ୍ୟୁମ୍ନ ସହ ମାର୍କୋଣ୍ଡା, ଶ୍ଵେତଗଙ୍ଗା ତୀର୍ଥ ପୋଖରୀ ସମେତ ପବିତ୍ର ନରେନ୍ଦ୍ର ପୁଷ୍କରିଣୀର ବିକାଶ ଓ ପୁନଃଉଧାର ର କାର୍ଯ୍ୟ ଚାଲିଛି । ପବିତ୍ର ଜଳ ରାଶିକୁ ବିଶୋଧନ କରା ଯାଉଛି ।
ପୋଖରୀ ର ଜଳ ରାଶିକୁ ବଦଳାଯାଇ ନୂଆ ଜଳ ଭେଟିବାର ବନ୍ଦୋବସ୍ତ କରା ଯାଇଛି । ଏହା ପାଇଁ ବଡ ବଡ ପାଣି ପମ୍ପ ଲଗା ଯାଇଛି । ପାଣି ସୁଖାଇବା ଜାରି ରହିବା ବେଳେ ପାଣିରେ ଭାଶୁଥିବା ପାହାଚ ଦୃଶ୍ୟମାନ ହେଉଛି । ଆଉ ଠିକ ଏହି ସମୟରେ ଦେଖିବାକୁ ମିଳିଛି ଅଦଭୁତ ଦ୍ରୁଶ୍ଯ । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।
କାରଣ ପୂର୍ବ ଉତ୍ତର ପାର୍ଶ୍ଵରେ ପାହାଚର ସନ୍ଦୀ ରେ ଏକ ସୁଡଙ୍ଗ ଠାବ କରା ଯାଇଛି । ଏହି ସୁଡଙ୍ଗ ଟି ପ୍ରାୟ 20ରୁ 30 ମିଟର ଯାଏଁ ଲମ୍ବି ଥିବାର ଅନୁମାନ କରା ଯାଇଛି । ପୋଖରୀ ର ପୁନଃ ଉଧାର କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ପାଣି ସୁଖାଇବା ପରେ ଏଭଳି ଅଦଭୁତ ଦ୍ରୁଶ୍ଯ ଦେଖା ଯାଇଛି ।
ଶ୍ରୀ କ୍ଷେତ୍ରରେ ଅନେକ ପୋଖରୀ ରେ ଜଳ ନିଷ୍କାସନ ପାଇଁ ବହୁତ ପୂର୍ବରୁ ମୂଷା ନଦୀ କୁ ସଞ୍ଜୋଗୀ କାରଣ ନାଳ ସବୁ କରା ଯାଇଥିଲା । ଏହା ତାରି ଅନ୍ତର୍ଭୁକ୍ତ ବୋଲି ଏବେ କୁହା ଯାଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ଯାହା କି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସୁଡଙ୍ଗର ମାଟି ବାହାର କରାଗଲେ ଅନେକ ଐତିହାସିକ ତଥ୍ୟ ସାମନାକୁ ଆସିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।