ମାସକୁ ତାଙ୍କର ଦରମା ୧୦୦ କୋଟି ଟଙ୍କା ଥିଲା, କିନ୍ତୁ ମାତ୍ର ଗୋଟିଏ ବର୍ଷରେ ଚାକିରି ଚାଲିଗଲା I ତା’ପରେ ଏବେ..

ଦର୍ଶକ ବନ୍ଧୁ ଟେକ୍ନୋଲୋଜି ଦୁନିଆକୁ ଯାଉଥିବା ପ୍ରତେକ ବ୍ୟକ୍ତି IIT ରେ ଅଧିବାକୁ ଇଚ୍ଛା ରଖନ୍ତି । ଦେଶ ତଥା ବିଦେଶରେ ଭଲ କମ୍ପାନୀରେ ଚାକିରି ପାଇବାକୁ ଇଚ୍ଛା କରିଥାନ୍ତି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଡିଗ୍ରୀ ହାସଲ ପରେ ଦେଶର ବଡ ବଡ କମ୍ପାନୀ ଏହି ଛାତ୍ର ମାନଙ୍କୁ ଚାକିରିର ଭଲ ଅଫର ଦିଅନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ IIT ଗ୍ରାଜ୍ଯୁଏଟଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଦରମା ଥିଲା ମାସକୁ 100 କୋଟି ଟଙ୍କା ।

ଏହି ବ୍ୟକ୍ତିଙ୍କ ସହ ଏମିତି ହୋଇଥିଲା ଯେ ତାଙ୍କର ଚାକିରି ମାତ୍ର ଗୋଟେ ବର୍ଷରେ ଚାଲିଗଲା । ସୂଚନା ଅନୁଯାୟୀ IIT ବମ୍ବେ ରୁ ଡିଗ୍ରୀ ହାସଲ ପରେ ଏହି ବ୍ୟକ୍ତିଙ୍କୁ ବଡ କମ୍ପାନୀରେ CEO ପଦରେ ଚାକିରି ମିଳିଥିଲା । ସେ କମ୍ପାନୀକୁ ଆଗକୁ ନେବାକୁ ଅନେକ ଚେଷ୍ଟା ମଧ୍ୟ କରିଥିଲେ । ତାଙ୍କ କାମ ଏତେ ଭଲ ଥିଲା କି କମ୍ପାନୀ ମଧ୍ୟ ସଫଳତାର ଶିକ୍ଷାର ରେ ପହଞ୍ଚିଥିଲା ।

କିନ୍ତୁ ଧୀରେ ଧୀରେ ଏହି କମ୍ପାନୀକୁ କିଣିବା ପାଇଁ ବଡ ବଡ ଧନୀ କମ୍ପାନୀ ଚେଷ୍ଟା କରିଲେ ଓ ଶେଷରେ କମ୍ପାନୀ ବିକ୍ରି ହୋଇଗଲା । ସେହି କମ୍ପାନୀ ହେଉଛି ଏକ୍ସ ବା ପୂର୍ବତନ ଟ୍ବିଟର । 2021ରେ ଏହି ବ୍ୟକ୍ତି ସାରା ଦୁନିଆରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଯେବେ ତାଙ୍କୁ ତ୍ଵିଟର CEO ପଦରେ ନିଯୁକ୍ତି ମିଳିଲା ସେ କେବଳ ଭାରତ ପାଇଁ ଗର୍ବ ଆଣିଥିଲେ ତାହା ନୁହେଁ ବରଂ ସାରା ବିଶ୍ଵ ତାଙ୍କ ପାଇଁ ଗର୍ବିତ ହୋଇଥିଲା ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଟ୍ବିଟର ର ପୂର୍ବତନ CEO ପରାଗ ଅଗ୍ରୱାଲ । ସେ 100 କୋଟି ଟଙ୍କାର ପ୍ଯାକେଜ ପାଇବା ପରେ ତାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । କିନ୍ତୁ CEO ଭାବେ ତାଙ୍କର ଯାତ୍ରା ଅଧିକ ଦିନ ଯାଏଁ ତିଷ୍ଠି ପାରି ନ ଥିଲା । ପରାଗଙ୍କର ସାଲାରି ପ୍ରାୟ 8 କୋଟି ଟଙ୍କା ଥିଲା । ଦରମା ସହ ତାଙ୍କୁ 94 କୋଟି ଟଙ୍କାର ସେୟାର ଦିଆ ଯାଇଥିଲା । ଯାହା 100 କୋଟିରୁ ଊର୍ଦ୍ଧ ଥିଲା ।

ହେଲେ ଦୁର୍ଭାଗ୍ୟ ବଶତଃ କମ୍ପାନୀର ନିଯୁକ୍ତି ପାଇବାର ମାତ୍ର ବର୍ଷକ ମଧ୍ୟରେ ତାଙ୍କୁ ବାହାର କରି ଦିଆଗଲା । ଏଲନ ମସ୍କ ଟ୍ବିଟର କୁ ସାଢେ 3 ଲକ୍ଷ କୋଟି ଟଙ୍କାରେ କିଣି ନେଇଥିଲେ । ମସ୍କ ଟ୍ବିଟର ର ଦାୟିତ୍ଵ ଭାର ନେବା ପରେ ପରାଗ ଅଗ୍ରୱାଲ ଙ୍କୁ ବାହାର କରି ଦିଆଯାଇଥିଲା । ପରାଗଙ୍କର ଘର ରାଜସ୍ଥାନ ର ଆଜମେର ରେ ହୋଇଥିବା ବେଳେ ତାଙ୍କ ବାପା ପରମାଣୁ ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀ ଓ ମା ଅବସର ପ୍ରାପ୍ତ ରାଜନୀତି ପ୍ରଫେସର ଥିଲେ ।

ସେ IIT, JEE ପରୀକ୍ଷାରେ ସର୍ବ ଭାରତୀୟ ସ୍ତର ରେ 77ତମ ରିୟାଙ୍କ ହାସଲ କରିଥିଲେ । ପରେ ସେ ଷ୍ଟାନଫରଦ ୟୁନିଭର୍ସିଟି ରେ କମ୍ପ୍ୟୁଟର ବିଜ୍ଞାନରେ PHD କରିବା ପାଇଁ ଆମେରିକା ଯାଇଥିଲେ । ସେ ଟ୍ବିଟର ରେ ଚାକିରି ଛାଡିବା ପରେ ଅନ୍ୟ କୌଣସି କମ୍ପାନୀ ସହ ଯୋଡି ହୋଇ ନାହାନ୍ତି । ବନ୍ଧୁଗଣ ଆଗକୁ ଏଭଳି ଖବର ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।