ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ Rohit Sharma ଙ୍କୁ ପଦ ରୁ ହଟାଇବା ପରେ Rohit Sharma ଙ୍କ ସ୍ତ୍ରୀ Ritika Sajdeh ଦେଲେ ବଡ ବୟାନ ।

ନମସ୍କାର ବନ୍ଧୁଗଣ । ଭାରତୀୟ ଦଳର କ୍ଯାପଟେନ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡିଆ ଙ୍କୁ କ୍ଯାପଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଏଭଳି ନିସ୍ପତି ପରେ ଅନେକ ଚର୍ଚ୍ଚା ଏବେ ସାମନାକୁ ଆସିଛି । ସୋସିଆଲ ମିଡିଆରେ ଫ୍ୟାନ ମାନେ ମୁମ୍ବାଇ ଇଣ୍ଡିଆନକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଏହା ସହ ରୋହିତ ଅଧିନାୟକ ପଦରୁ ବାହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆ ଏକ୍ସ ରୁ ନିଜର 10 ଲକ୍ଷ ଫଲୋର୍ଷ ହରାଇଛି ।

ଏହି ଘଟଣା ପରେ ଆଉ ଏକ ଖବର ସାମନାକୁ ଆସିଛି । ରୋହିତ ଶର୍ମା ଚେନ୍ନାଇ ସୁପର କିଂ କୁ ଯାଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ହେଲାଣି । ଆଉ ଏହି ଚର୍ଚ୍ଚାର କାରଣ ହେଉଛନ୍ତି ରୋହିତ ଙ୍କ ସ୍ତ୍ରୀ ରୀତିକା ସଚଦେ । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ପୁରା ଘଟଣା । ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ସ୍ତ୍ରୀ ରୀତିକା ପ୍ରତିକ୍ରିୟା ରଖିଛନ୍ତି । ସେ ଚେନ୍ନାଇ ସୁପର କିଂ ଦ୍ଵାରା ସେୟାର କରାଯାଇଥିବା ଏକ ପୋଷ୍ଟରେ କମେଣ୍ଟ କରିଛନ୍ତି ।

ଚେନ୍ନାଇ ସୁପର କିଂ ରୋହିତଙ୍କୁ ପୋଷ୍ଟ କରି ଲେଖିଥିଲା “2013ରୁ 2023 ଯାଏଁ ସାହସୀ ଓ ଚ୍ୟାଲେଞ୍ଜିଙ୍ଗର ଏକ ଦଶକ ରୋହିତଙ୍କୁ ସମ୍ମାନ” । ଆଉ ଏହି ପୋଷ୍ଟରେ ରୀତିକା ୟେଲୋ ହାର୍ଟର କମେଣ୍ଟ ଦେଇଥିଲେ । ଯାହାକୁଇ ବନ୍ଧୁତାକୁ ଦର୍ଶାଉଛି । ଏହି ୟେଲୋ ହାର୍ଟ କେତେ ବନ୍ଧୁତାରେ ପରିଣତ ହେଉଛି ତାହା ସମୟ କହିବ । ରୋହିତ ଅନେକ ଥର କହିଛନ୍ତି ମୁମ୍ବାଇ ଛାଡି ସେ ଅନ୍ୟ କୌଣସି ଫ୍ରାଞ୍ଚାଇଚ ପାଇଁ ଖେଳିବେନି ।

ମୁମ୍ବାଇ ପାଇଁ ଗତ 3ଟି ଆଇପିଏଲ ଖରାପ ରହିଛି । 2021ରେ ପାଣ୍ଡିଆ ଆହତ ହୋଇ ଫିଟ ହୋଇ ନ ଥିଲେ । ଏହା ପରେ ବୁମରା ମଧ୍ୟ ଆହତ ହୋଇ ଦଳରୁ ବାହାରିଥିଲେ । ଆଇପିଏଲର ସବୁଠୁ ସଫଳ ଟିମ ବୋଲାଉଥିବା ମୁମ୍ବାଇ କୁ ଚାମ୍ପିୟାନ କରି ମୁକୁଟ ପିନ୍ଧାଉଥିବା ବାକ୍ସା ହେଉଛନ୍ତି ହିଟମ୍ୟାନ ରୋହିତ ଶର୍ମା । 2013ରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସର କ୍ଯପଟେନ ଭାର ସମ୍ଭାଇଥିଲେ ।

ମାତ୍ର 10ଟି ସଂସ୍କରଣରେ ରୋହିତଙ୍କୁ ଏକମାତ୍ର କ୍ଯାପଟେନ ଭାବେ 5 ଥରର ଆଇପିଏଲ ଚାମ୍ପିୟାନ ଭାବେ ଟାଇଟେଲ ହାତେଇଥିଲେ । ମୁମ୍ବାଇ କ୍ଯାପଟେନ ଭାବେ ରୋହିତ 3986 ରନ କରିଥିବା ବେଳେ ଆଇପିଏଲ ଇତିହାସରେ ଚତୁର୍ଥ ସର୍ବାଧିକ ରନ କରିଥିଲା ଖେଳାଳି ଅଟନ୍ତି । ଏଯାଏଁ ରୋହିତ ଆଇପିଏଲରେ 6211 ରନ କରିଛନ୍ତି । ଏପରିକି ପାଣ୍ଡିଆଙ୍କୁ ପରିପକ୍ଵ ଖେଳାଳି ଭାବେ ରୋହିତଙ୍କ ପ୍ରମୁଖ ଭୂମିକା ରହିଛି ।

କାରଣ ହାର୍ଦ୍ଦିକ 2015ରେ ଯେବେ ମୁମ୍ବାଇ ଦଳରେ ସାମିଲ ହୋଇଥିଲେ ସେତେବେଳେ ରୋହିତଙ୍କ କ୍ଯାପଟେନସିପ ରେ ଦଳ ଚାମ୍ପିୟାନ ଭାବେ ଆଗକୁ ବଢି ଚାଲିଥିଲା । ବର୍ତ୍ତମାନ ଟିମ ମ୍ୟାନେଜମେଣ୍ଟ ଗୁଜୁରାଟ ଟ୍ରେଡ୍ସ ରୁ ହାର୍ଦ୍ଦିକ ଙ୍କୁ ଆଣି ରୋହିତଙ୍କ ବଦଳରେ ପାଣ୍ଡିଆଙ୍କୁ କ୍ଯାପଟେନ ଭାର ଦେଇଛି । ଯାହାକି ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅସନ୍ତୋଷ ଖେଳାଇ ଦେଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।