ଝାରପଡା ଜେଲ ରୁ ସ୍ଵାମୀ ଜଗବନ୍ଧୁ ଙ୍କ ହାତ ଧରି ବାହାରିଲେ ଅର୍ଚ୍ଚନା ନାଗ !

ନମସ୍କାର ବନ୍ଧୁଗଣ । ଆଜି ସକାଳୁ ଝାରପଡା ଜେଲ ବାହାରେ ଏମିତି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଯାହା କେହି କେବେ ଭାବି ନ ଥିଲେ କି ଦେଖି ନ ଥିଲେ । ହଁ ଦର୍ଶକ ବନ୍ଧୁ ସ୍ତ୍ରୀ ଅର୍ଚ୍ଚନା ନାଗ ଙ୍କୁ ସ୍ଵାମୀ ଜଗବନ୍ଧୁ ଜେଲରୁ ବାହାରକୁ ନେଇ ଆସିବାର ଦ୍ରୁଶ୍ଯ ଆଜି ସକାଳୁ ସକାଳୁ ନଜର ଆସିଛି । ଯାହା ଏବେ ସବୁଠି ଭାଇରାଲ ହେଉଛି । ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ବଡ ବଡିଆଙ୍କୁ ହନି ଟ୍ରାପ ରେ ଫସାଇ କୋଟି କୋଟି ଟଙ୍କାର ମାଲିକିଆଣୀ ହୋଇଥିଲା ।

ଏମିତି ଏକ ଅଭିଯୋଗ ପରେ ପୁରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା । ଆଉ ଏହି ଘଟଣା ସାମ୍ନା କୁ ଆସିବା ପରେ ଜଣଙ୍କ ପରେ ଜଣଙ୍କ ନାଁ ଯେମିତିକି ଶିଳ୍ପପତି, ନେତା, ବଡ ବଡିଆ ଙ୍କ ନାଁ ସାମ୍ନା କୁ ଆସିଥିଲା । ଆଉ ତା ପରେ ଜଣ ଜଣ କରି ଡକାଇ ଜେରା କରିଥିଲା IT । ଆଉ ଗୋଟେ ପରେ ଗୋଟେ ମାମଲାରେ ଛନ୍ଦି ହୋଇ ପଡିଥିଲେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ । ଆଉ ତା ପରେ ଜେଲ ଯାଇଥିଲେ କିନ୍ତୁ ଆଜି ସେ ଜେଲରୁ ମୁକୁଳିଛନ୍ତି ।

ଆଜି ସକାଳୁ ଜେଲ ନିକଟରେ ପହଞ୍ଚି ଥିଲେ ସ୍ଵାମୀ ଜଗବନ୍ଧୁ । ଆଉ ସେପଟେ ସ୍ତ୍ରୀ ଅର୍ଚ୍ଚନା ନାଗ ବାହାରି ଥିଲେ । ଆଉ ସ୍ତ୍ରୀ ଙ୍କ ହାତ ଧରି ଜଗବନ୍ଧୁ ଘରକୁ ନେଇ ଆସିଥିଲେ । ଆଉ ଆସୁ ଆସୁ ଗଣମାଧ୍ୟମ ରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ହନି ଟ୍ରାପ ଅର୍ଚ୍ଚନା ନଗ । ଆଉ କହିଥିଲେ ଆଇନର ଛାତ୍ରୀ ମୁଁ । ମୁଁ କୋର୍ଟ କୁ ସଂପୂର୍ଣ୍ଣ ସହଯୋଗ କରିବି । ମାନ୍ୟବର କୋର୍ଟ ଉପରେ ମୋର ଯଥେଷ୍ଟ ଭରସା ଅଛି ।

ଅର୍ଚ୍ଚନା ନାଁ ରେ ପୂର୍ବରୁ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଥିଲା । ସେହିପରି ଖଣ୍ଡଗିରୀ ମାମଲାରେ ଅର୍ଚ୍ଚନା ଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇ କୋର୍ଟ । ଏପ୍ରିଲ 11 ରେ ନୟାପଲ୍ଲୀ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନ ଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲା । ସେହିଭଳି ଅଗଷ୍ଟ 2 ରେ ଖଣ୍ଡଗିରୀ ମାମଲା ରେ ତାଙ୍କୁ ମିଳିଥିଲା ଜାମିନ ।

ଆଉ ଆଜି ସେ ବିଧି ବଦ୍ଧ ଭାବରେ ସମସ୍ତ ନ୍ୟାୟ ପ୍ରକ୍ରିୟାକୁ ଶେଷ କରିବା ପରେ ଜେଲ ରୁ ବାହାରିଛନ୍ତି । ଆଉ ସ୍ତ୍ରୀ ଜେଲରୁ ବାହାରିବା ପରେ ଅପେକ୍ଷା କରି ରହିଥିଲେ ସ୍ଵାମୀ ଜଗବନ୍ଧୁ । ଜେଲରୁ ବାହାରିବା ପରେ ସ୍ତ୍ରୀ ଙ୍କ ହାତ ଧରି ଗାଡି ରେ ବସାଇଛନ୍ତି ଓ ସିଧା ଘରକୁ ଆସିଛନ୍ତି । ଏବେ ସମସ୍ତଙ୍କର ନଜର ତାଙ୍କ ଉପରେ ରହିଛି ।

କାରଣ ଜେଲରେ ଥିବା ବେଳେ ଅର୍ଚ୍ଚନା କହିଥିଲେ ମୁହଁ ଖୋଲିଲେ ରାଜ୍ୟ ହଇଚଇ ହୋଇଯିବ । ରାଜ୍ୟରେ ଚହଳ ପଡିଯିବ । ତେବେ ଅର୍ଚ୍ଚନା ମୁହଁ ଖୋଲିବେ ନା ଚୁପ ରହିବେ ଏବେ ସମସ୍ତଙ୍କର ନଜର ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।