ହଠାତ୍ ସରକାରୀ ଅଫିସ୍‌ରେ ପହଞ୍ଚିଗଲେ ବିଧାୟକ ରୁଦ୍ର ମହାରଥୀ … ଛାନିଆ ହେଲେ ବିଳମ୍ବରେ ଆସିଥିବା

ସରକାରୀ ଅଫିସରେ ବିଧାୟକ ଅଚାନକ ପହଞ୍ଚି ଗଲେ । ଅଫିସରେ କର୍ମଚାରୀଙ୍କୁ ନ ପାଇ ପ୍ରବଳ ବର୍ଷିଲେ । ବିଳମ୍ବରେ ପହଞ୍ଚିବାର କାରଣ ପଚାରିଲେ । ବିଧାୟକଙ୍କୁ ଦେଖି ଶିଡିପିଓ ମ୍ୟାଡମ ଥରିଲେ । ହଁ ଦର୍ଶକ ବନ୍ଧୁ ଶିଡିପିଓ ଙ୍କ ଅଫିସରେ ହଠାତ ପହଞ୍ଚି ଗଲେ ବିଧାୟକ । କିନ୍ତୁ ପହଞ୍ଚିଲା ବେଳକୁ ଅନେକ ଚେୟାର ଖାଲି ପଡିଥିଲା । ଅଳ୍ପ କିଛି କର୍ମଚାରୀ ଅଫିସରେ ଥିବା ବେଳେ ଅନ୍ୟ କର୍ମଚାରୀ ଅଫିସରେ ପହଞ୍ଚି ନ ଥିଲେ ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ବ୍ଲକ ଶିଡିପିଓ ଙ୍କ କାର୍ଜ୍ଯାଳୟ । ଯେଉଁଠି ହଠାତ ପହଞ୍ଚିଥିଲେ ସ୍ଥାନୀୟ ବିଧାୟକ ରୁଦ୍ର ମହାରଥୀ । ନିଜେ ଶିଡିପିଓ ମ୍ୟାଡମ ମଧ୍ୟ ଅଫିସ ରେ ନ ଥିଲେ । ଆଉ ଅଫିସର ହେଡ କ୍ଳର୍କ ମଧ୍ୟ ଅନୁପସ୍ଥିତ ଥିଲେ । ରୁଦ୍ର ମହାରଥୀ ମ୍ୟାଡମ ଙ୍କୁ ନିଜେ ଫୋନ କରିଥିଲେ କିନ୍ତୁ ସେ ଉଠାଇ ନ ଥିଲେ । ତେଣୁ ସେହି ଅଫିସରେ ବିଧାୟକ ରୁଦ୍ର ତାଙ୍କୁ ଅପେକ୍ଷା କରିଥିଲେ ।

ଆଉ ଅଧିକାରୀ  କର୍ମଚାରୀ କେତେବେଳେ ଅଫିସରେ ପହଞ୍ଚୁଛନ୍ତି ତାହାର ସମୟ ଲେଖିଥିଲେ ବିଧାୟକ । ବିଧାୟକ ଅଫିସରେ କିଛି ସମୟ ରହିବା ପରେ ଶିଡିପିଓ ମ୍ୟାଡମ ପହଞ୍ଚିଥିଲେ । ଆଉ ଏହା ପରେ ଏତେ ଡେରି ରେ ଆସିବାର କାରଣ ପଚାରିବାରୁ ତା ପୂର୍ବ ଦିନ ଟ୍ରେନିଙ୍ଗ ଯାଇଥିବା କଥା କହିଥିଲେ । ଶିଡିପିଓ ଅଫିସକୁ ବିଭିନ୍ନ କାମରେ ଆସୁଥିବା ସାଧାରଣ ଲୋକେ ଅନେକ ସମୟରେ ନିରାଶ ହେବାର ଅଭିଯୋଗ ହେଉଥିଲା ।

କାରଣ ହିତାଧିକାରୀ ମାନେ ଅଫିସର କର୍ମଚାରୀ ମାନଙ୍କୁ ଅଫିସରେ ଆଉ ନ ଥିଲେ । କୌଣସି ଅଧିକାରୀ ବା କରମଚାରୀ ଙ୍କ ଅନୁପସ୍ଥିତର କାରଣ ପଚାରିଲେ ବି ସାଧାରଣ ଲୋକଙ୍କୁ କିଛି ଉତ୍ତର ମିଳୁ ନ ଥିଲା । ଆଉ ବାରମ୍ବାର ଅଭିଯୋଗ ପରେ ବିଧାୟକ ରୁଦ୍ର ମହାରଥୀ ନିଜେ ଅଫିସରେ ପହଞ୍ଚି ସ୍ଥିତି ପରଖୀ ଥିଲେ । ଆଉ ଅନେକ ଚେୟାର ଖାଲି ପଡିଥିବା ବେଳେ ଶିଡିପିଓ ମ୍ୟାଡମ ଙ୍କୁ ତାଗିଦ କରିଥିଲେ ବିଧାୟକ ।

ପ୍ରକୃତରେ କୌଣସି ଉପରିସ୍ଥ ଅଧିକାରୀ ବା ଲୋକ ପ୍ରତିନିଧି ଙ୍କୁ ଦେଖି ତତପର ହୋଇ ଉଠିବା ସରକାରୀ କର୍ମଚାରି ମାନେ ସାଧାରଣ ଲୋକଙ୍କ କଥାକୁ ନ ଶୁଣିବା ଭଳି ଅନେକ କ୍ଷେତ୍ରରେ ଦେଖାଯାଏ । ଯାହା ପାଇଁ ଅନେକ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି ଗରିବ ହିତାଧିକାରୀ । ତେବେ ଏଭଳି ସରକାରୀ କର୍ମଚାରୀ ମାନଙ୍କ ପାଇଁ ସାଧାରଣ ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଯାହା ପାଇଁ ସାଧାରଣ ଲୋକଙ୍କର ଅନେକ ଜରୁରୀ କାମ ସମୟ ଅନୁଯାୟୀ ହୋଇପାରୁ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।