20 ବର୍ଷ ତଳର ବଦଲା ନେବ ରୋହିତ ବାହିନୀ, Ganguli ଙ୍କ ଅପମାନର ବଦଲା ନେବ ଭାରତ…

ଦୀର୍ଘ 20 ବର୍ଷ ପରେ ଭାରତ ଅଷ୍ଟ୍ରେଲିୟା ଫାଇନାଲ ରେ ମୁହାଁ ମୁହିଁ ହେବେ । 2003 ର ବଦଲା ନେବ ଭାରତ 2-23 ରେ । ହଁ ଦର୍ଶକ ବନ୍ଧୁ ଯିଏ 2003 ବିଶ୍ଵକପ ଫାଇନାଲ ଦେଖିଛି ଇଏ ଜାଣିଛି କେଉଁ ଭଳି ଭାବେ ଫାଇନାଲ ରେ ଭାରତ କଙ୍ଗାରୁ ଦଳ ଠାରୁ ହାରିଥିଲା । 2003 ରେ ଯେବେ ସୌରଭ ଗାଙ୍ଗୁଲି କ୍ଯାପଟେନ ଥିଲେ ସେତେବେଳେ ଗାଙ୍ଗୁଲି ଙ୍କ ନେତୃତ୍ଵ ରେ ଦଳ ଫାଇନାଲ କୁ ଓଲହାଇଥିଲା ଫାଇନାଲ ମ୍ଯାଚ ଖେଳିବାକୁ ପାଇଁ ।

ପ୍ରତିପକ୍ଷ ଦଳ ଥିଲା ଅଷ୍ଟ୍ରେଲିୟା ଦଳ । ଆଉ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିୟା ଭାରତ କୁ ଦେଇଥିଲା 360 ରନ ର ବିଜୟ ଲକ୍ଷ୍ୟ । ଆଉ ଯାହାକୁ ପୁରା କରିପାରି ନ ଥିଲା ଭାରତ । ଯାହାର ଜବାବ ରେ ଭାରତୀୟ ଦଳ 234 ରନ କରି ହାରି ଯାଇଥିଲେ । ପାଖା ପାଖି 100 ରନ ରୁ ଅଧିକ ରେ ହାରି ଯାଇଥିଲା ଭାରତ । ଆଉ ସେଦିନ ଭାରତ ହାତରୁ କଙ୍ଗାରୁ ଦଳ ଅଷ୍ଟ୍ରେଲିୟା ଛଡାଇ ନେଇଥିଲା ବିଶ୍ଵକପ ର ସ୍ଵପ୍ନ କୁ ।

ସେତେବେଳେ ବିରେନ୍ଦ୍ର ସେହୱାଗ ସର୍ବାଧିକ 82 ରନ କରିଥିବା ବେଳେ ଦ୍ରାବିଡ 47 ରନ କରିଥିଲେ । ସଚିନ ତେନ୍ଦୁଲକର ମାତ୍ର 4 ରନ କରିଥିବା ବେଳେ ଗାଙ୍ଗୁଲି 24 ରନ କରିଥିଲେ । ଆଉ ବିଶ୍ଵକପ ଜିତିବାର ସବୁ ସ୍ଵପ୍ନ ମଉଳି ଯାଇଥିଲା । କିନ୍ତୁ ଏଥର ଭାରତ ଟିମ ପୁରା ଜବରଦସ୍ତ ଫର୍ମ ରେ ରହିଛି । ଏ ଯାଏଁ ବିଶ୍ଵକପରେ ଅପରାଜୟ ରହିଛି ରୋହିତ ବାହିନୀ ।

କୁହା ଯାଉଛି ଗାଙ୍ଗୁଲି ଙ୍କ ଅପମାନର ଜବାବ ଦେବ ଏଥର ରୋହିତ ବାହିନୀ । ଏଣୁ 2003 ର ପ୍ରତିଶୋଧ 2023 ରେ ନେବା ପାଇଁ ଚେଷ୍ଟା କରିପାରେ ଭାରତ । କାରଣ ଭାରତ ପୁରା ଫର୍ମ ରେ ରହିଛି । 2003 ବିଶ୍ଵକପରେ ଉପ ଅଧିନାୟକ ଥିବା ବା ଭାଇସ କ୍ଯାପଟେନ ଥିଲା ରାହୁଲ ଦ୍ରାବିଡ ଏବେ ଭାରତୀୟ ଦଳର ମୁଖ୍ୟ କୋଚ ଅଛନ୍ତି । ଟିମ ଭଲ ପ୍ରଦର୍ଶନ କରିବା ପଛରେ ଦ୍ରାବିଡ ଙ୍କ ମୁଖ୍ୟ ଭୂମିକା ରହିଛି ।

ଏଣୁ ଭାରତ ବିଶ୍ଵକପ ଜିତିଳେ ଦ୍ରାବିଡ ମଧ୍ୟ 2003 ର ଆସା ପୂରଣ କରି ପାରିବେ । ଯେବେ ଦ୍ରାବିଡ ଥିଲେ କ୍ଯାପଟେନ ସେତେବେଳେ ଗାଙ୍ଗୁଲି  ଥିଲେ ଅଧିନାୟକ । ଗାଙ୍ଗୁଲି ଓ ଦ୍ରାବିଡ ଙ୍କ ଆସା କୁ ପୁରା ଭାଙ୍ଗି ଦେଇଥିଲା ଅଷ୍ଟ୍ରେଲିୟା । ଯଦି ଫାଇନାଲ ରେ ଭାରତ ଅଷ୍ଟ୍ରେଲିୟା କୁ ହରାଇ ଦିଏ ଏବେ ଦ୍ରାବିଡ ମଧ୍ୟ 2003 ର ଯେଉଁ ସ୍ଵପ୍ନ ଦେଖିଥିଲେ ତାହା ପୂରଣ ହୋଇଯିବ ।

ତେବେ ବିଶ୍ଵକପ ଟ୍ରଫି ପାଇଁ ଆସନ୍ତା ରବିବାର ହେବାକୁ ଯାଉଛି ଫାଇନାଲ ର ମହା ମୁକାବିଲା । ସୁପର ସଣ୍ଡେ ରେ ହେବ ସୁପର ମୁକାବିଲା । ଭାରତ ସହ ମ୍ଯାଚ ଖେଳିବ 5 ଥରର ବିଶ୍ଵକପର ବିଜେତା ଅଷ୍ଟ୍ରେଲିୟା । 20 ବର୍ଷ ପରେ ଏହି ଦୁଇ ମହାରଥୀ ଦଳ ମୁହାଁ ମୁହିଁ ହେବାକୁ ଯାଉଛନ୍ତି ।