ଦୋକାନରେ ଥିଲା ବାପା.. ପୁଅ ଘରେ ଫୁଟାଉ ଥିଲା ବାଣ, ଦେଖୁ ଦେଖୁ ପୁରା ଘର ଜଳି ପାଉଁଶ ହୋଇଗଲା…

ବାପା ଦୋକାନ ରେ କାମ କରୁଥିଲେ । ଆଉ ଏପଟେ ପିଲା ମାନେ ବାଣ ଫୁଟାଇ ଘରେ ନିଆଁ ଲଗାଇ ଦେଲେ । ଯାହା ଫଳରେ ଘର ସଂପୂର୍ଣ୍ଣ ରୂପେ ଜଳି ଯାଇଛି । ଜଳି ପୋଡି ପାଉଁଶ ହୋଇ ଯାଇଛି । ଘରେ କିଛି ବି ବାକି ନାହିଁ । ସବୁ କିଛି ଜଳି ପାଉଁଶ ହୋଇ ଯାଇଛି । ହଁ ଦର୍ଶକ ବନ୍ଧୁ ନୂଆପଡା ଜିଲ୍ଲା ସିରାପଲ୍ଲୀ ଠାରେ ଘଟି ଯାଇଛି ଏଭଳି ଅଘଟଣ ଗତ କାଲି ଦୀପାବଳି ରେ । ଗତ କାଲି ଥିଲା ଆଲୋକର ପର୍ବ ଦୀପାବଳି ପର୍ବ ।

ଆଉ ଏହି ଦୀପାବଳି ଭାରତ ବର୍ଷ ରେ ଖୁବ ଧୂମ ଧାମ ରେ ପାଳନ କରା ଯାଇଥାଏ । ଏହି ଦିନ ଘରେ ଘରେ ଦୀପ ଲଗାଇବା ସହ ବାଣ ମଧ୍ୟ ଫୁଟା ଯାଇଥାଏ । କିନ୍ତୁ ଅନେକ ସମୟରେ ଅସାବଧନତା କାରଣରୁ କିଛି ବି ଅଘଟଣ ଘଟିଥାଏ । ତେବେ ଏଭଳି ଏକ ଅଘଟଣ ଗତ କାଲି ଦୀପାବଳି ରେ ଘଟି ଯାଇଛି । ବାପା ଦୋକାନରେ ଥିବା ବେଳେ ପିଲା ମାନେ ଘରେ ବାଣ ଫୁଟାଉ ଥିଲେ ।

ଆଉ ଏଭଳି ବାନ ଫୁଟାଇ ଥିଲେ ଘରେ ନିଆଁ ଲଗାଇ ଦେଲେ । ଏହି ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି । ବାହାର ରାଜ୍ୟରୁ ଆସିଥିବା ଏହି ବ୍ୟାପାରୀ ଙ୍କ ଏଭଳି ଯତି ହୋଇଛି । ଘରେ କୌଣସି ବି ଜିନିଷ ସୁରକ୍ଷିତ ନାହିଁ । ସବୁ କିଛି ଜଳି ଯାଇଛି । ବେପାରୀ ଙ୍କ ନାଁ  ହେଉଛି ଜମିର ଖାନ । ଦୀର୍ଘ 20 ବର୍ଷ ହେବ ସେ ଶିରାପଲ୍ଲୀ ରେ ରହି ବେପାର କରୁଥିଲେ ।

ଗତ କାଲି ଦୀପାବଳି ରେ ଯେବେ ତାଙ୍କ ପିଲା ମାନେ ଘର ଆଗରେ ବାନ ଫୁଟାଉ ଥିଲେ ସେହି ସମୟରେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା କ୍ଷଣି ସବୁ ସାମଗ୍ରୀ ନଷ୍ଟ ହୋଇ ଯାଇଥିଲା । ଖବର ପାଇବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । କିନ୍ତୁ ସେତେ ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା ।

ସୂଚନା ଅନୁଯାୟୀ 13 କୁଇଣ୍ଟାଲ କପା ସାଙ୍ଗକୁ ଘରେ ଥିବା ଇଭିନ୍ନ ସାମଗ୍ରୀ ସବୁ ଜଳି ଯାଇଛି  ଯାହାର ମୋଟ ଆକଳନ କରିଲେ 3 ଲକ୍ଷ ହେବ । ଯାହା କି ଜମିର ଖାନ କହିଛନ୍ତି । ତେବେ ପିଲା ମାନଙ୍କର ଅସାବଧନତା କାରଣରୁ ଏଭଳି ଭୟଙ୍କର ଅଘଟଣ ଘଟି ଯାଇଛି ।