ଟିମ ଇଣ୍ଡିଆ ର ଜୟ ଭୀରୁ ଯୋଡି ହେଉଛି ବିରାଟ କୋହଲି ଓ ରୋହିତ ଶର୍ମା ଙ୍କର ଯାହାକୁ ନେଇ ଏବେ ଚର୍ଚ୍ଚା!

ଟିମ ଇଣ୍ଡିଆର ଜୟ ଭୀରୁ ଯୋଡି । ହଁ ଦର୍ଶକ ବନ୍ଧୁ ଏହାର ବିଶ୍ଵକପରେ ନିଜର ଦାମ ଦେଖାଉଛି ଭାରତ । 7ଟି ମ୍ଯାଚରେ 7 ଥର ବିଜୟୀ ହୋଇ ଦଳ ଟେବଲ ଟପର ହୋଇଛି । ଆଉ ସେମି ଫାଇନାଲକୁ ଯିବାକୁ ପକ୍କା କରିଛି । ତେବେ ଦଳ ପାଇଁ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲୋର ଭଲ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଏହି ବିଶ୍ଵକପରେ ଭାରତକୁ ମିଳିଛି ଜୟ ଭୀରୁ ଯୋଡି । ଜଣେ ଫ୍ଲପ ହେଲେ ଆଉ ଜଣେ ଦେଖାଉଛନ୍ତି ପାୱାର ସୋ ।

ଆମେ ଏଠାରେ କହୁଚୁ ରୋହିତ ଶର୍ମା ଓ ବିରାଟ କୋହଲି ଙ୍କ କଥା । ବିଶ୍ଵକପରେ ଏହି ଯୋଡି ଏବେ ଭାରତ ପାଇଁ ବଡ ଶକ୍ତି ସାଜିଛି । ଜଣେ ଆଉଟ ହୋଇଗଲେ ଆଉ ଜଣେ ପାଳି ସମ୍ଭାଳିବାକୁ ରେଡି ରହୁଛନ୍ତି । ବିଶ୍ଵକପରେ ଭାରତ ଏବେ ଯାଏଁ ଗୋଟେ ବି ମ୍ଯାଚ ହାରି ନାହିଁ। କେଉଁ ମ୍ଯାଚରେ ବ୍ୟାଟ୍ସମ୍ୟାନ ନିଜର ଯାଦୁ ଦେଖାଉଛନ୍ତି ଆଉ କେତେକେ ମ୍ଯାଚରେ ବୋଲୋର ମାନେ ନିଜର ଯାଦୁ ଦେଖାଉଛନ୍ତି ।

କିନ୍ତୁ ବିରାଟ ଓ ରୋହିତ ଙ୍କ ଯୋଡି ସବୁ ମ୍ଯାଚରେ ତିସ୍ଥିତି ରହିଛି । ପ୍ରଥମ ମ୍ଯାଚରେ କୋହଲି 50 ରନ, ଦ୍ଵିତୀୟ ମ୍ଯାଚରର ରୋହିତ 131 ରନ, ତୃତୀୟ ମ୍ଯାଚରେ ରୋହିତ 186 ରନ, ଚତୁର୍ଥ ମ୍ଯାଚରେ କୋହଲି 103 ରନ, ପଞ୍ଚମ ମ୍ଯାଚରେ କୋହଲି 95 ରନ, ଷଷ୍ଠ ମ୍ଯାଚରେ ରୋହିତ 87 ରନ ଓ ସପ୍ତମ ମ୍ଯାଚରେ କୋହଲି 88 ରନ କରିଛନ୍ତି । ଏହି ବିଶ୍ଵକପରେ ପ୍ରତିଟି ମ୍ଯାଚରେ ରୋହିତ ଓ ବିରାଟଙ୍କ ମଧ୍ୟରୁ ଜଣେ 80ରୁ ଅଧିକ ରନ କରୁଛନ୍ତି ।

ଆଉ ନିଜ ଟିମ କୁ ବିଜୟୀ କରାଉଛନ୍ତି । ଅଷ୍ଟ୍ରେଲିୟା ବିପକ୍ଷ ମ୍ଯାଚରେ ରୋହିତ ଭଲ ବ୍ୟାଟିଙ୍ଗ ନ କରିଥିବା ବେଳେ ବିରାଟ ପାଳି ସମ୍ଭାଳି ଥିଲେ । ଆଉ 85 ରନ କରି ଦଳକୁ ବିଜୟୀ କରାଇଥିଲେ । ସେହିପରି ଆଫଗାନିସ୍ତାନ ବିପକ୍ଷ ଦ୍ଵିତୀୟ ମ୍ଯାଚରେ ରୋହିତ 131 ରନ କରିଥିବା ବେଳେ କୋହଲି 95 ରନ କରି ନଟ ଆଉଟ ହୋଇଥିଲେ । ତୃତୀୟ ମ୍ଯାଚ ପାକିସ୍ତାନ ବିପକ୍ଷରେ କୋହଲି 16 ରନ କରି ଆଉଟ ହୋଇ ଯାଇଥିଲେ ।

କିନ୍ତୁ ରହିତ 86 ରନ କରିଥିଲେ । ଚତୁର୍ଥ ମ୍ଯାଚ ବାଙ୍ଗାଲଦେଶ ବିପକ୍ଷରେ ରୋହିତ 48 ରନ ରେ ଆଉଟ ହୋଇଥିବା ବେଳେ କୋହଲି 103 ରନ କରି ନାଟ ଆଉଟ ହୋଇଥିଲେ । ପଞ୍ଚମ ମ୍ଯାଚରେ ରୋହିତ 46 ରନ କରି ଆଉଟ ହୋଇଥିଲେ । କୋହଲି ପାଳି ସମ୍ଭାଳି 95 ରନ କରିଥିଲେ । ଇଂଲଣ୍ଡ ବିପକ୍ଷରେ କୋହଲି ପାଳି ସମ୍ଭାଳି ନ ଥିବା ବେଳେ ରୋହିତ 87 ରନ କରି ଭାରତକୁ ବଡ ବିଜୟ ଦେଇଥିଲେ ।

ଶ୍ରୀଲଙ୍କା ବିପକ୍ଷ ମ୍ଯାଚରେ ରୋହିତ 4 ରନ କରି ପ୍ୟାଭିଲନ ଫେରିଥିବା ବେଳେ କୋହଲି 88 ରନ ର ପାଳି ଖେଳିଥିଲେ । ଏହିଭଳି ଦମଦାର ଇନିଙ୍ଗ୍ସ ଖେଳି ରୋହିତ ଓ କୋହଲି ଏବେ ହିଟ ଫିଲ୍ମ “ସୋଲେ” ର ଜୟ ଭୀରୁ ସାଜିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।