ଧନତେରସ ଦିନ ଘରକୁ ନେଇ ଆସନ୍ତୁ ଏହି 5 ଟି ଜିନିଷ ! ମା’ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଘରେ ବର୍ଷିବ ! Dhanteras

ପ୍ରତ୍ଯେକ ବର୍ଷ କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶ ତିଥିକୁ ଧନତେରସ ମନା ଯାଇଥାଏ । ଏହି ବର୍ଷ ଚଳିତ ମାସ 10 ତାରିଖରେ ଧନତେରସ ପଡିବା ପାଇଁ ଯାଉଛି । ଧନତେରସ ପୂଜାର ଶୁଭ ମୂହୁର୍ତ୍ତ ହେଉଛି ସନ୍ଧ୍ୟା 6 ଟା 20 ମିନିଟ । ଯାହାକି ରାତି 8 ଟା ବାଜି 20 ମିନିଟରେ ଶେଷ ହୋଇବ । ବନ୍ଧୁଗଣ ଧନତେରସ ଦିନକୁ ବହୁତ ପବିତ୍ର ତଥା ସୁଖସମୃଦ୍ଧି ଆଣିଦେଉଥିବା ଦିନ ବୋଲି ମଧ୍ୟ କୁହାଯାଇଥାଏ । କାରଣ ଏହି ଦିନ କିଛି ବିଶେଷ ଜିନିଷ ଘରକୁ ଆଣିବା ଦ୍ଵାରା ଘରର ସୁଖ ସମୃଦ୍ଧି ବଢିବାରେ ଲାଗିଥାଏ ।

ଏଥିସହ ଘର ଉପରେ ମା ଲକ୍ଷ୍ମୀଙ୍କର ଶୁଭ ଦ୍ରୁଷ୍ଟି ମଧ୍ୟ ଘର ଉପରେ ପଡିଥାଏ । ଧନତେରସ ଦିନ ସୁନା, ଚାନ୍ଦି, ବାସନକୁସନ କିମ୍ବା ଘର ପାଇଁ କୌଣସି ଜିନିଷ କିଣି ଆଣିବାର ଶୁଭ ଦିନ ହୋଇଥାଏ । ଧନତେରସ ଦିନ ଧନତ୍ଵରୀଙ୍କର ପୂଜା କରାଯାଇଥାଏ । ଯେ ଧନତ୍ଵରୀଙ୍କୁ ଆୟୁର୍ଭେଦର ଜନ୍ମଦାତା ବୋଲି କୁହାଯାଇଥାଏ । ଧନତେରସ ଦିନ ଘରକୁ କେଉଁ କେଉଁ ଜିନିଷ କିଣି ଆଣିବା ଦ୍ଵାରା ଘର ସୁଖ ସମୃଦ୍ଧିରେ ଭରି ଯାଇଥାଏ । ଚାଲନ୍ତୁ ସେହି ସମ୍ପର୍କରେ ଆଲୋଚନା କରିନେବା ।

1- କମଳ ବୀଜ- ପଦ୍ମ ଫୁଲରୁ ଯେଉଁ ମଞ୍ଜି ବାହାରିଥାଏ । ତାହାକୁ ପଦ୍ମମଞ୍ଜି ବ କମଳ ବୀଜ ବୋଲି କୁହାଯାଇଥାଏ । ଏହି ମଞ୍ଜିରୁ ପ୍ରସ୍ତୁତ ମାଳା ମା’ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ବସ୍ତୁ ହୋଇଥାଏ । ତେବେ ଧନତେରସ ଦିନ ମା’ ଲକ୍ଷ୍ମୀ ଓ ଧନତ୍ଵରୀଙ୍କର ପୂଜା ସମୟରେ ଉଭୟଙ୍କୁ ନିଷ୍ଠା ସହକାରେ ପାଞ୍ଚ ପାଞ୍ଚଟି ଲେଖାଏ ଏହି ପଦ୍ମମଞ୍ଜି ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ଘରେ ସୁଖ, ସମୃଦ୍ଧି ବଢିବା ସହ ପରିବାର ସଦସ୍ୟ ନିରୋଗ ମଧ୍ୟ ରହିଥାନ୍ତି ।

2- କଇଁଛ ମୁଦି- ଧନତେରସ ଦିନ ଚାନ୍ଦି କିମ୍ବା ପିତ୍ତଳର କଇଁଛ ମୁଦି କିଣି ନିଜ ଅନାମିକା ଆଙ୍ଗୁଳିରେ ପିନ୍ଧନ୍ତୁ । ଏହା ଦ୍ଵାରା ମା’ ଲକ୍ଷ୍ମୀଙ୍କର କୃପାଦ୍ରୁଷ୍ଟି ଆପଣଙ୍କ ଉପରେ ବର୍ଷିବ । 3- ଲକ୍ଷ୍ମୀ ଓ ଗଣେଶଙ୍କ ଫୋଟୋ- ଧନତେରସ ଦିନ ମା’ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ଫୋଟ କିଣି ଆଣି ଘରେ ପୂଜା କରନ୍ତୁ ।

4- ମୟୂର ପଙ୍ଖ- ଧନତେରସ ଦିନ ଘରକୁ ମୟୂର ପଙ୍ଖ କିଣି ଆଣନ୍ତୁ । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । 5- ଶଙ୍ଖ- ଧନତେରସ ଦିନ ଘରକୁ ଶଙ୍ଖ ଆଣିବାକୁ ମଧ୍ୟ ବହୁତ ଶୁଭ କୁହାଯାଇଥାଏ । ତେବେ ଧନତେରସ ଦିନ ଘରକୁ ଯେଉଁ ଜିନିଷ ଆଣିଥିବେ ।

ତାହାକୁ ଦୀପାବଳୀ ଦିନ ପୂଜା କରନ୍ତୁ, ମା’ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ଜୟ ମା’ ଲକ୍ଷ୍ମୀ ଲେଖିକି ଜଣାନ୍ତୁ । ଧନ୍ୟବାଦ