କଥା କଥାରେ ରାଗୁଛନ୍ତି କି ! ଏହି କାହାଣୀ ଶୁଣିବା ପରେ ଜୀବନରେ କେବେ ଆଉ ରାଗ ଆସିବ ନାହିଁ… Motivational Speech

ବନ୍ଧୁଗଣ ପ୍ରତ୍ଯେକଟି ବ୍ୟକ୍ତିର ରାଗ ଏକ ଏପରି ଜିନିଷ । ଯାହା ବ୍ୟକ୍ତିକୁ ଯଦି ଥରେ ଆସିଯାଇଥାଏ । ତେବେ ବ୍ୟକ୍ତି ତାହା ଉପରେ ସହଜରେ ନିଜର ନିୟନ୍ତ୍ରଣ ରଖିପାରିନଥାଏ । ସେଥିପାଇଁ ଅନେକ ସମୟରେ ଆମେ ଛୋଟ ଛୋଟ କଥା ଉପରେ ରାଗିଯାଇଥାଉ । ରାଗିଯିବା ପରେ ଆମେ ଆମ ମନ ଓ ମସ୍ତିଷ୍କର ସନ୍ତୁଳନ ରକ୍ଷା କରିପାରିନଥାଉ । ଫଳରେ ରାଗ ସମୟରେ ଆମେ କୌଣସି ପ୍ରକାର ମଧ୍ୟ କିଛି ବି ଭୁଲ ନିଷ୍ପତ୍ତି ଜୀବନରେ ନେଇଯାଇ ପାରୁ ।

ତେଣୁ ଏହି ରାଗ ପାଇଁ ଅନେକ ସମ୍ପର୍କରେ ତିକ୍ତତା ଆସିଯାଇଥାଏ । ଯାହା ଦ୍ଵାରା ସମ୍ପର୍କରେ ମଧ୍ୟ ଫାଟ ଆସିଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଏଠାରେ ଜାଣିବାକୁ ପାଇବା । ଆମ ଜୀବନରେ ଯେଉଁ ସମୟରେ ରାଗ ଆସିଥାଏ । ସେହି ସମୟରେ ଆମେ କିଭଳି ଭାବେ ନିଜର ରାଗକୁ କଣ୍ଟ୍ରୋଲ କରି ରଖିପାରିବା । ତେବେ ନିଜର ରାଗକୁ କଣ୍ଟ୍ରୋଲ କରି ରଖିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ବହୁତ ଭଲ କାହାଣୀ ଶୁଣାଇବାକୁ ଯାଉଛୁ ।

ଥରେ ଗୋଟେ ବ୍ୟକ୍ତିର ପୁଅ ବହୁତ ଜିଦିଆ ଆଉ ରାଗୀ ସ୍ଵଭାବର ଥିଲା । ଯେତେବେଳେ ପୁଅଟି କିଛି କଥା ପାଇଁ ରାଗିକି ଲାଲ ପଡିଯାଉଥିଲା । ସେତେବେଳେ ପୁଅଟିର ବାପା ନିଜ ପୁଅକୁ ତା’ ର ରାଗକୁ କମାଇବା ପାଇଁ ଏକ କଥା କହିଥିଲେ । ଆଉ ପୁଅକୁ ଏକ ଲୁହା ଭର୍ତ୍ତି କଣ୍ଟାର ବ୍ୟାଗ ମଧ୍ୟ ଦେଇଥିଲେ । ତେବେ ପୁଅଟିକୁ ବ୍ୟାଗ ଦେଇ କହିଥିଲେ, ଯେ ପୁଅ ତୋତେ ଯେତେବେଳେ ରାଗ ଆସିବ ।

ସେତେବେଳେ ତୁ ଏହି ବ୍ୟାଗରୁ ଗୋଟେ କଣ୍ଟା ନେଇ ଏହି କାନ୍ଥରେ ବାଡେଇବୁ । ପୁଅଟିକୁ ମଧ୍ୟ ଯେତେବେଳେ ଯେଉଁ ସମୟରେ ରାଗ ଆସିଥାଏ । ସେତେବେଳେ ପୁଅଟି କଣ୍ଟା ବ୍ୟାଗରୁ ଗୋଟେ ଗୋଟେ କଣ୍ଟା ନେଇ ସେହି କାନ୍ଥରେ ପିଟିଥାଏ । ଏହିଭଳି ଭାବେ କଣ୍ଟା ସରିବା ସହ ଧୀରେ ଧୀରେ ପୁଅଟିର ନିଜ ରାଗ ଉପରେ କଣ୍ଟ୍ରୋଲ ଆସିବା ଆରମ୍ଭ ହୋଇଗଲା । ପରେ ସେ ଏହି ବିଷୟରେ ନିଜର ବାପାଙ୍କୁ ଜଣାଇଲା ।

ସେତେବେଳେ ବାପାଟି ତା’ ର ପୁଅଟିକୁ ବୁଝାଇ କହିଥିଲେ । ଯେ ତୁମେ ଏହି କାନ୍ଥରେ ରାଗ ସମୟରେ ଯେଉଁ କଣ୍ଟା ବାଡେଇଛ । କଣ୍ଟା ଦ୍ଵାରା ହୋଇଥିବା ଛିଦ୍ରକୁ ତୁମେ ଠିକ କରିପାରିବ କି ! ସେମିତି ଯେତେବେଳେ ଆମେ ରାଗିକି କାହାକୁ କିଛି କଟୁ କଥା କହିଦେଇଥାଉ । ତାପରେ ଯେତେ ଆମେ ସେ ଲୋକ ଆଗରେ ଭଲ ହେଲେ, ମଧ୍ୟ ସେହି କଟୁ କଥା ସେହି ରାଗ ସମୟରେ ବ୍ୟକ୍ତିଙ୍କୁ ସେହି ସମୟରେ ସେତେ ଅଧିକ କଷ୍ଟ ଦେଇଥାଏ ।

ତେଣୁ ଯେକୌଣସି ପରିସ୍ଥିତି ଆସୁ ପଛେ । ଆମେ ଆମର ଥଣ୍ଡା ମୁଣ୍ଡ ସହ ସେହି ପରିସ୍ଥିତିରେ ସୁଧାର ଆଣିବା ପାଇଁ ଚେଷ୍ଟା କରିବା । ହେଲେ ଅଯଥାରେ ଅନ୍ୟ ଉପରେ କଥା କଥାରେ ରାଗିବା ନାହିଁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ