ରାସ୍ତା ଉପରେ ଅଭାଗୀ ଝିଅ ସହ ଏମିତି କରିଲେ ବିଧାୟକ, ଯାହାକୁ ନେଇ ଏବେ ଚାରି ଆଡେ ପ୍ରଶଂସା ଚାଲିଛି ବିଧାୟକ ଙ୍କୁ ନେଇ ।

ରାସ୍ତା ରେ ଅଭାଗୀ ଝିଅ ସହ ବିଧାୟକ ଏମିତି କରିଲେ । ଯାହାକୁ ଦେଖି ସହ ସହ ଲୋକ ଗହଳି ଜମାଇଲେ । ସମସ୍ତଙ୍କ ଆଖିରୁ ଲୁହ ଚାଲି ଆସିଲା । ଏମିତିକି ବିଧାୟକଙ୍କ ଅକହି ରୁ ମଧ୍ୟ ଲୁହ ଚାଲି ଆସିଲା । ହଁ ଦର୍ଶକ ବନ୍ଧୁ ବିଧାୟକ ନିଜ ରୁମାଲ ବାହାର କରି ଝିଅର ଲୁହକୁ ପୋଛି ଡିଛନ୍ତି । କାନ୍ଧରେ ହାତ ପକାଇ କହିଛନ୍ତି ତୁ ବ୍ୟସ୍ତ ହନା ମୁଁ ଅଛି । ପ୍ରକୃତରେ ବିଧାୟକଙ୍କର କାମ କଣ ଓ ମାନବିକତା କେମିତି ହେବା ଉଚିତ ସେ କେଉଁ ମାନଙ୍କ ପାଇଁ କାମ କରନ୍ତି ତାହା ସେ ଦେଖାଇ ଦେଇଛନ୍ତି ।

ଏମିତି କିଛି ହୃଦୟ ବିଦାରକ ଦ୍ରୁଶ୍ଯ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ମେଡିକଳା ରୁ ଫେରିଥିବା ବାପା ସହ ଝିଅ ଟି ଟ୍ରଲି ଉପରେ ରାସ୍ତା ରେ ବସିଛି । ଝିଅ କାନ୍ଦୁଛି ଆଉ ଝିଅର କାନ୍ଦ ଦେଖି କାନ୍ଦି ପକାଇଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ନିଜ ପକେଟରୁ ରୁମାଲ ବାହାର କରି ଝିଅର ଲୁହାକୁ ପୋଛି ଦେଉଛନ୍ତି ଆଉ କହୁଛନ୍ତି ଝିଅ ତୁ କାନ୍ଦେ ନାହିଁ ତୋ ସହ ମୁଁ ଅଛି ।

ସୂଚନା ଅନୁଯାୟୀ ନନ୍ଦୀ ଗାଁ ର ଶମ୍ଭୁ ଙ୍କ ହାତ ଭାଙ୍ଗି ଯାଇଥିବାରୁ ଗତ 7 ଦିନ ପୂର୍ବରୁ ଟ୍ରଲି ରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ ତାଙ୍କ ଝିଅ । ଆଉ ଯେବେ ବାପାଙ୍କର ଅସ୍ତ୍ରୋପଚାର ସରିଥିଲା ସେତେବେଳେ ବି ପୁଣି ଆମ୍ବୁଲାନ୍ସ ନ ମିଳିବାରୁ ଟ୍ରଲି ରେ ବାହାରିଥିଲା ଝିଅ । କିନ୍ତୁ ଅଧା ରାସ୍ତାରେ ବିଧାୟକ ଦେଖି ଅଟକି ଯାଇଥିଲେ ଆଉ ସବୁ କଥା ପଚାରି ବୁଝିଥିଲେ ।

ଝିଅର କାନ୍ଦ ଦେଖି ନିଜେ ମଧ୍ୟ କାନ୍ଦି ପକାଇଥିଲେ ବିଧାୟକ । ଉଭୟଙ୍କ ସହ କଥା ହେବା ସମୟରେ ଭଦ୍ରକ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କୁ ଡକାଇ ଥିଲେ । ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ପୁଣି ଥରେ ଭଦ୍ରକ ଚିକିତ୍ସାଳୟ କୁ ନେଇ ଶମ୍ଭୁ ଙ୍କର ଅଧିକ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ ବିଧାୟକ ।

ଏପରି ଜନ ସେବା କାର୍ଯ୍ୟ ଦେଖି ଉପସ୍ଥିତ ଥିବା ବିଧାୟକ ମଲ୍ଲିକ ଙ୍କୁ ବହୁତ ପ୍ରଶଂସା କରିଥିଲେ । ତେବେ ବିଧାୟକ ମଲ୍ଲିକ ଙ୍କର ଏଭଳି ମହାନ କାର୍ଯ୍ୟ କଳାପ କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ସତରେ ଅଭାଗୀ ଝିଅ ର ଆଖି ରୁ ଲୁହ ପୋଛି ଦେଇ ଓ ତାର ଦୁଃଖ ବୁଝିଛନ୍ତି ବିଧାୟକ ମହାଶୟ । ଏହି ଘଟଣା କୁ ନେଇ ଏବେ ଚାରି ଆଡେ ପ୍ରଶଂସା ର ସୁଅ ଛୁଟୁଛି ବିଧାୟକ ଙ୍କୁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।