ସକାଳୁ ସକାଳୁ ନମାଜ ପଢିବାକୁ ଡାକୁଥିଲେ ଆଫ୍ରିଦି । ଦାନିଶ କାନେରିଆ ଖୋଲିଲେ ପାକିସ୍ତାନ କ୍ରିକେଟର ଙ୍କ କଳା ସତ । ହଁ ଦର୍ଶକ ବନ୍ଧୁ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ପାକିସ୍ତାନ କ୍ରିକେଟର ଙ୍କ ରାଜ ପୁରା ବିଶ୍ଵ ର ସାମନାକୁ ଆଣିଛନ୍ତି । ପାକିସ୍ତାନ ପକ୍ଷରୁ ଖେଳୁଥିବା ସମୟରେ କିଭଳି ତାଙ୍କୁ ଧାର୍ମିକ ଭେଦଭାବର ଶିକାର ହେବାକୁ ପଡିଥିଲା ତାହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କାନେରିଆ ।
ଏହାର ବଡ କାରଣ ଥିଲା ତାଙ୍କର ଧର୍ମ । କାନେରିଆ ହିନ୍ଦୁ ଧର୍ମ ର ହୋଇଥିବାରୁ ତାଙ୍କୁ ଦଳରେ କଠିନ ସ୍ଥିତିର ସାମ୍ନା କରିବାକୁ ପଡିଥିଲା । କାନେରିଆ କହିଛନ୍ତି ଯଦି ସେ ହିନ୍ଦୁ ହୋଇ ନ ଥାନ୍ତେ ତେବେ ପାକିସ୍ତାନ ଟିମ ର ଅଧିନାୟକ ଆଜି ହୋଇଥାନ୍ତା । ସେ ଟିମ ରୁ ବାଦ ପଡିବାର କାରଣ ସେ ନିଜ ଧର୍ମ ଉପରେ ଯଥେଷ୍ଟ ଭରସା କରୁଥିଲେ । ଆଗକୁ ସେ କହିଛନ୍ତି ପିସିବି ରେ ସବୁ କିଛି ସମ୍ଭବ ।
ଏଠାରେ ଲୋକଙ୍କର ଦକ୍ଷତା ନୁହେଁ ସୁପାରିସରେ ଖେଳାଳିଙ୍କୁ ଦଳରେ ସାମିଲ କରାଯାଏ । ଏପରିକି ତାଙ୍କୁ ତାଙ୍କ ଟିମ ପକ୍ଷରୁ କାହାର ବି ସମର୍ଥନ ମିଳିପାରି ନ ଥିଲା । ବରଂ ନିଜର ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଥିଲା । କାନେରିଆ କହିଛନ୍ତି ପାକିସ୍ତାନ ଦଳର ଇଞ୍ଜାମାଓ ଥିବା ବେଳେ ସେ ଅନେକ ସମୟ ଧରି କ୍ରିକେଟ ଖେଳିଥିଲେ ।
କିନ୍ତୁ ଇଞ୍ଜାମାଓ ପଦ ଛାଡିବା ପରେ କାନେଋଆଙ୍କ କ୍ରିକେଟ କ୍ଯାରିୟର ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା । ଟିମ ରେ ଖେଳୁଥିବା ସମୟରେ ସୋଏବ ଅଖତର ମଧ୍ୟ ବାରମ୍ବାର କହୁଥିଲେ ଲୋକଙ୍କ କଥାରେ ଧ୍ୟାନ ନ ଦେଇ ଖେଳ ଉପରେ ଧ୍ୟାନ ଦିଅ । କିନ୍ତୁ ପାକିସ୍ତାନ ଟିମରେ ଏମିତି ଅନେକ ଖେଳାଳି ଥିଲେ ଯେଉଁ ମାନେ ଧାର୍ମିକ ଭେଦଭାବ ରଖୁଥିଲେ ।
ଆଗକୁ ସେ କହିଛନ୍ତି ପାକିସ୍ତାନ ଟିମର ସାହିଦି ଆଫ୍ରିଦି ଅତି ଖରାପ ବ୍ୟବହାର କରୁଥିଲେ । ମୋ ସହ ଖାଉ ନ ଥିଲେ କି ଏମିତିକି ସକାଳୁ ସକାଳୁ ମୋତେ ନମାଜ ପଢିବାକୁ ଡାକୁଥିଲେ ଆଫ୍ରିଦି । ଆଫ୍ରିଦି ଜଣେ ଚରିତ୍ରହୀନ ବ୍ୟକ୍ତି ଏଣୁ ମୋତେ ଧର୍ମ ପରିବର୍ତ୍ତନ କରିବାକୁ କହୁଥିଲେ ଆଫ୍ରିଦି । କିନ୍ତୁ ମୁଁ ଜୟ ଶ୍ରୀରାମ କହି ସେଠାରୁ ଚାଲି ଆସେ ।
ଏହାପରେ ଟିମରୁ ବିଦା କରିବାକୁ ପ୍ରୟାସ ଚାଲିଥିଲା । ଯଦି ମୁଁ ଧର୍ମ ପରିବର୍ତ୍ତନ କରିଥାନ୍ତି ତେବେ ପାକିସ୍ତାନ ଟିମର ଅଧିନାୟକ ହୋଇଥାନ୍ତି, କିନ୍ତୁ ଏଭଳି କିଛି ଜରୁରତ ନାହିଁ । ସ୍ଥିତି କିଛି ବି ହେଉ ନା କାହିଁକି ମୋ ଧର୍ମ ପାଇଁ ସବୁଠୁ ବଡ ବୋଲି କହିଛନ୍ତି କାନେରିଆ । 42 ବର୍ଷୀୟ କାନେରିଆ କହିଛନ୍ତି ଏଭଳି ସ୍ଥିତି ଭାରତୀୟ ଟିମରେ ଦେଖିବାକୁ ମିଳେ ନାହିଁ ।
ଏକ ଟୁର୍ଣ୍ଣାମେଣ୍ଟରେ ସାମୀ ଙ୍କୁ ଟ୍ରୋଲ କରାଯାଇଥିଲା । କିନ୍ତୁ ବିରାଟ କୋହଲି ଓ ଅନ୍ୟ ଖେଳାଳୟ ସାମୀଙ୍କ ସପକ୍ଷରେ ବାହାରିଥିଲେ । ଭାରତକୁ ସବୁ ଧର୍ମରେ ଉଚିତ ସମ୍ମାନ ମିଳେ ବୋଲି କାନେରିଆ କହିଛନ୍ତି । ଏଭଳି ସୁଯୋଗ ମିଳିଲେ ଭାରତର ନାଗରିକତା ଗ୍ରହଣ କରିବେ ବୋଲି ସେ ଶେଷରେ କହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।