ଅନୁଭବ ଏମିତି କନ୍ଦା କଟା କଲେ, ତୁମ ଠାରୁ ଲୋକ ଶିଖିବେ କଣ ? Sura Routray

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ରାଜନୀତି ଅପେକ୍ଷା ନିଜର ଭାଷଣ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଅନେକ ସମୟରେ ସୁର ଭାଇ କୌଣସି ନା କୌଣସି ଘଟଣାକୁ ନେଇ ନିଜର ମତ ରଖିଥାନ୍ତି ଗଣମାଧ୍ୟମ ରେ । ଆଜି ମଧ୍ୟ ସେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ନୁ ନେଇ ନିଜର ମତ ଗଣମାଧ୍ୟମ ରେ ରଖିଛନ୍ତି ।

ଅନୁଭବ ଓ ବର୍ଷା ଏଭଳି ସୋସିଆଲ ମିଡିଆରେ ପରସ୍ପର କୁ ଜେଭଳି ଭାବେ କମେଣ୍ଟ ଦେଉଛନ୍ତି ବା ପରସ୍ପର ର ବିରୁଦ୍ଧରେ ଯାଉଛନ୍ତି ତାହାକୁ ନିନ୍ଦା କରିଛନ୍ତି ସୁର ଭାଇ । ଦୁହିଙ୍କର ଛାଡପତ୍ର ମାମଲା ଖାରଚ ହେବା ପରେ ଅନୁଭବ ଯେଉଁ ପୋଷ୍ଟ ସବୁ ସୋସିଆଲ ମିଡିଆରେ କରୁଛନ୍ତି ତାହା କେତେ ଦୂର ଠିକ ତାହାକୁ ନେଇ ନିଜର ମତ ରଖିଛନ୍ତି ସୁର ରାଉତରାୟ ।

ଅନୁଭବ ଯଦି ଏମିତି କାନ୍ଦିବେ ତେବେ ଲୋକ ମାନେ ତାଙ୍କ ଠାରୁ କଣ ଶିଖିବେ ବୋଲି ପ୍ରଶ୍ନ କରିଛନ୍ତି ସୁର ଭାଇ । ଆଗକୁ ସେ କହିଛନ୍ତି ଯେ “ଯଦି ଭଲ ପାଉନ ତେବେ ଅପଡ ହୋଇ ରୁହ । ସେ ତାଙ୍କର ରୁହନ୍ତୁ ତମେ ତମର ରୁହ । ଯଦି ଭଲ ପାଉଚ ତେବେ ଦୁଇ ଜଣ ଯାକ ଏକାଠି ରୁହ । ଯଦି ଏକାଠି ରହିବାକୁ ଅସୁବିଧା ହେଉଛି ତେବେ ଗୋଟେ ରୁମରେ ନ ରହି ଅଲଗା ଅଲଗା ରୁମରେ ରୁହ ।

ସମାଜ କୁ ଦେଖାଅ ଏକ ହୋଇ ଅଛୁ । ଭଲରେ ଅଛୁ ଶାନ୍ତିରେ ଅଛୁ । ସବୁଠୁ ମଙ୍ଗଳ ହେବ ଅନ୍ୟ ମାନେ ତମ ମାନଙ୍କ ଠାରୁ ଶିଖିବେ କି ଭଲ ପାଇବା ଚିର ଦିନ ପାଇଁ ସ୍ଥାୟୀ ରୁହେ । ଯଦି ଅନୁଭବ ନିଜେ ଚାହୁଁ ନାହାନ୍ତି କି ବର୍ଷା ଚାହୁଁ ନାହାନ୍ତି ତେବେ ଦୁଇ ଜଣକ ଯାକ ନିଜ ନିଜ ଘରେ ରୁହନ୍ତୁ । ଦୁହେଁ ଦୁହିଙ୍କ ପଛରେ ଆଉ ଗୋଡାନ୍ତୁନି ।

ଅନୁଭବ ବର୍ଷା କୁ ବର୍ଷା ଅନୁଭବ ନିଉ ପରପସ୍ର କେହି କାହାକୁ କମେଣ୍ଟ ଦିଅନ୍ତୁ ନାହିଁ । ଦୁହେଁ ନିଜ ନିଜର ଦୁଃଖ ସୁଖରେ ରୁହନ୍ତୁ । ସୋସିଆଲ ମିଡିଆ କି ଟ୍ବିଟର ରେ କରିଲେ ବହୁତ ଖରାପ ହେଉଛି । ଏଥିରେ ଲୋକେ ଘୃଣା କରିବେ ନିନ୍ଦା କରିବେ । ଯୁବ ଶକ୍ତି ଶିଖିବେ କଣ ଏମାନଙ୍କ ଠାରୁ । ଏତେ ବଡ ହସ୍ତୀ ଦୁହେଁ ଏମିତି ପରସ୍ପର କୁ କମେଣ୍ଟ ମାରିବା ଉଚିତ ନୁହେଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।