କାଗଜପତ୍ର ରେ ଦସ୍ତଖତ କରିବା ସମୟରେ ଚେତା ଶୂନ୍ୟ ହୋଇ ପଡିଲେ ସହିଦ ଯବାନ ସରୋଜ ଙ୍କ ସ୍ତ୍ରୀ ।

ବନ୍ଧୁଗଣ ଦିନେ ମଥାରେ ସିନ୍ଦୁର ଲଗାଇ ନବ ବଧୂ ସାଜିଥିଲେ ଆଜି ସେ ମଥା ବେରଙ୍ଗ ଦିଶୁଛି । ଶବ ହୋଇ ସ୍ଵାମୀଙ୍କ ସହ ସବୁ ଦିନ ପାଇଁ ଚାଲି ଯାଇଛି ହାତର ଶଙ୍ଖା ଓ ମଥାର ସିନ୍ଦୁର । ଆଉ ସେହି ଉଜୁଡା ମଥା ନେଇ ସମସ୍ତଙ୍କ ଆଗକୁ ଆସିବାକୁ ମନା କରୁଥିଲେ ସହିଦ ସରୋଜ ଙ୍କ ସ୍ତ୍ରୀ ଲୋମାମୁଦ୍ରା । ଶନିବାର ଦିନ ଗାଁ ମସାଣି ରେ ସରୋଜଙ୍କର ଶେଷକୃତ୍ୟ ସରିବା ପରେ ରବିବାର ସକାଳେ ତାଙ୍କ ଘରକୁ ଆସିଥିଲେ ସେନା ଅଧିକାରୀ ।

କାରଣ ଯବାନ ସରୋଜ ସହିଦ ହେବା ପରେ ଇଛି ଔପଚାରିକତା ପୁରଣର ଆବଶ୍ୟକତା ଥିଲା । ଯେଉଁଥି ପାଇଁ ସେନା ଅଧିକାରୀ ସରୋଜଙ୍କ ଘର ଢେଙ୍କାନାଳ କୁ ଆସି ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବା ସହ କାଗଜପତ୍ର ପ୍ରସ୍ତୂତ କରିଥିଲେ । ପରିବାର ଲୋକଙ୍କ ସହ ଗାଁ ର କିଛି ଭାଦ୍ର ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ଯେଉଁ ପୁଅ ଦିନେ ବାପା ମା ଙ୍କୁ କାନ୍ଧ ଦେଇଥାନ୍ତା ସେହି ପୁଅ ଆଜି ଦୁନିଆ ଛାଡି ଚାଲି ଯାଇଛି ।

ଆଉ ପୁଅକୁ ମୁଖାଗ୍ନି ଦେବା ପରେ ବାପା ର ଧର୍ଯ୍ୟ ରହୁ ନ ଥିଲା । ସାନ ପୁଅ ସରୋଜର ମୁହଁ ବାପା ର ଆଖି ଆଗରେ ବାରମ୍ବାର ଚାଲି ଆସୁଥିଲା । ଆଉ ତାଙ୍କ ଉଦାସି ଆଖି ରେ ପୁଅକୁ ହରାଇଥିବାର ଦୁଃଖ ସ୍ପଷ୍ଟ ବାରି ହୋଇ ପଡୁଥିଲା । ଖାଲି ପରିବାର ନୁହେଁ ଗାଁ ମଧ୍ୟ ପୁରା ଖାଁ ଖାଁ ଲାଗୁଥିଲା । ନିଜର ବୀର ସନ୍ତାନ କୁ ହରାଇ ଯେମିତି ସୁନସନ ହୋଇ ଯାଇଛି ଗାଁ ମାଟି ।

ସହିଦ ଙ୍କ ପାର୍ଥିବ ଶରୀର ଗାଁ ରେ ପହଞ୍ଚିବାର ଦ୍ରୁଶ୍ଯ କୁ କେହି ବି ମନରୁ ପାସୋରି ପାରୁ ନ ଥିଲେ । ଆଉ ଶେଷରେ ମର ଶରୀର ଗାଁ ମସାଣି ରେ ପଞ୍ଚଭୂତ ରେ ଲୀନ ହୋଇଯିବା ପରେ ସେନା ଅଧିକାରୀ ସହିଦ ସରୋଜଙ୍କ ଘରେ ପହଞ୍ଚି କାଗଜପତ୍ର ପହଞ୍ଚୁ ଥିଲେ । ସେପଟେ କଇଁ କଇଁ ହୋଇ କାନ୍ଦୁ ଥିଲେ ସରୋଜ ଙ୍କ ସ୍ତ୍ରୀ ।

କେତେ କଣ ସ୍ଵପ୍ନ ଦେଖାଇ ତାଙ୍କୁ ଏମିତି ଅଧ ବାଟ ରେ ହାତ ଛାଡି ଦେଇ କେମିତି ଚାଲିଗଲେ ସରୋଜ ଏହି କଥା ଭାବି ଭାବି ସ୍ତ୍ରୀ ଲୋମାମୁଦ୍ରା ଙ୍କ ଆଖି ରୁ ଲୁହ ସୁଖୁ ନାହିଁ । ଆଉ ଏତିକି ବେଳେ କାଗଜପତ୍ର ରେ ଲୋମାମୁଦ୍ରା ଙ୍କର ସାଇନ ଦରକାର ପଡିବ ବୋଲି ସେନା ଅଧିକାରୀ କହିଥିଲେ । ହେଲେ ଲୋମାମୁଦ୍ରା ରାଜି ହୋଇ ନ ଥିଲେ ।

ଫଳରେ ଘର ଭିତରେ ତାଙ୍କର ଦସ୍ତଖତ ନିଆ ଯାଇଥିଲା । ଆଉ ତା ପରେ ଲୋମାମୁଦ୍ରା କାନ୍ଦି କାନ୍ଦି ଚେତା ଶୂନ୍ୟ ହୋଇ ପଡିଥିଲେ ବୋଲି ଜଣ ଅପଡିଛି । ବାହାଘରର ମାତ୍ର 8 ମାସ ପରେ ସ୍ବାମୀଙ୍କୁ ହରାଇଥିବା ସ୍ତ୍ରୀ ଧର୍ଯ୍ୟ ଧରିବା ସମ୍ଭବ ନୁହେଁ । କିନ୍ତୁ ସମୟ ଆଗରେ କେହି ବି ତିଷ୍ଠିବ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।