ନମସ୍କାର ବନ୍ଧୁଗଣ । ଆଜି ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ପୂର୍ବ କେନ୍ଦ୍ରୀୟ ଓ ସଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗାର ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ୱେଲ ମାର୍କଡ ଲୋ ପ୍ରେସର ରେ ପରିଣତ ହୋଇପାରେ । ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ରେ ପହଞ୍ଚିପାରେ ଲଘୁଚାପ ।
ଏହାର ପ୍ରଭାବରେ ଆଜି ଠାରୁ ବଢିବ ବର୍ଷାର ପରିମାଣ । ଆଜି ଠାରୁ ଅକ୍ଟୋବର 3 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଜିଲ୍ଲା କୁ ୟେଲୋ ବାର୍ଣ୍ଣିଂ ଜାରି କରା ଯାଇଛି ।
ଏହା ସହ 21 ଟି ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ବିଜୁଳି ଘଡଘଡି ସତର୍କତା ଜାରି କରା ଯାଇଛି । ଆସନ୍ତା କାଲି ଠାରୁ ବର୍ଷା ର ପରିମାଣ ବଢିପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା 4 ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ସ୍ୱଳ୍ପ ରୁ ମାଧ୍ୟମ ଧରଣର ବର୍ଷା ହେବ । ଅକ୍ଟୋବର 1 ରୁ 2 ତାରିଖ ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ କିଛି ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଦିଆ ଯାଇଛି ।
ଆଜି ରାତି ରୁ ଲଘୁଚାପ ର ପ୍ରଥମ ପ୍ରଭାବ ଦେଖିବାକୁ ମିଳିପାରେ । କାଲି ଠାରୁ ବର୍ଷା ର ମାତ୍ରା ଓ ବିସ୍ତୃତି ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିବ । ଉପକୂଳବର୍ତ୍ତୀ ଅନ୍ୟ ଅଞ୍ଚଳ ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଅବପାତ ର ରୂପ ନେବାର ସମ୍ଭାବନା ରହିଛି । ଛତିଶଗଡ ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।
https://www.youtube.com/watch?v=hZZhT6e_cgo&ab_channel=KalingaTV
କାଲି ଠାରୁ ବର୍ଷାର ପରିମାଣ ବଢିବା କାରଣରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ପ୍ରଭାବିତ ହେବେ । ପୁରୀ ରୁ ବାଲେଶ୍ଵର ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକ ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । 2 ତାରିଖରୁ ପଶ୍ଚିମ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ । 4 ତାରିଖ ପରେ ବର୍ଷାର ପରିମାଣ କମିପାରେ । 3 ତାରିଖ ଯାଏଁ ବର୍ଷା ର ପରିମାଣ ଅଧିକ ରହିବ । ଆଜି ରାତିରୁ କାଲି ଯାଏଁ ବର୍ଷ ସହ ବିଜୁଳି ଘଡଘଡି ର ସମ୍ଭାବନା ଅଧିକ ରହୁଛି । ବନ୍ଧୁଗଣ ଆଗକୁ ଏଭଳି ପାଣିପାଗ ସମ୍ବଧିତ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।