ନମସ୍କାର ବନ୍ଧୁଗଣ । ଜଣେ ବ୍ୟକ୍ତି ନିଜର ଅଭିଯୋଗ କୁ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବ୍ୟକ୍ତି ଜଣକ ଜେରକ୍ସ କୁ ନେଇ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ଯାହା ପାଇଁ ଜେରକ୍ସ ଦୋକାନୀ ଙ୍କୁ 3 ତାଙ୍କ ଏପାଇଁ 25 ହଜାର ଟଙ୍କା ଫାଇନ ଦେବାକୁ ପଡିଲା । ଅଭିଯୋଗକାରୀ ବ୍ୟକ୍ତି ଜଣକ କହିଛନ୍ତି ଯେ “ଭାରତ ବର୍ଷରେ ଏକା ଏହ ବିରଳ ଘଟଣା ।

ଘଟଣା ଘଟିବାର 1 ଘଣ୍ଟା ପରେ ସମ୍ବଲପୁର ଜିଲ୍ଲା ଖାଉଟି ମୀମାଂସ ପରିସର ରେ ମୁଁ ଅଭିଯୋଗ ଦାଖଲ କରିଥିଲି ଓ ଗ୍ରହଣ ହୋଇଥିଲା । ଏହି ଘଟଣାଟି ହେଉଛି ଏପ୍ରିଲ 28 ର କଥା । ସେଦିନ ମୋର ଏକ ଫୋଟୋ କପି ଜେରକ୍ସ କରିବାର ଥିଲା । ସେଥିପାଇଁ ମୁଁ ଜେରକ୍ସ ଦୋକାନ ଯାଇଥିଲି ଆଉ ସେଠାରେ ଜେରକ୍ସ ମଧ୍ୟ କରିଲି । ଜେରକ୍ସ ପରେ ମୁଁ ଦୋକାନୀଙ୍କୁ 5ଟଙ୍କା ଦେଲି କିନ୍ତୁ ସେ ଆଉ ମୋତେ ଟଙ୍କା ଫେରାଇଲେ ନାହିଁ ।
ମୁଁ ଯେବେ ଦୋକାନୀ କୁ ପଚାରିଲି ମୋ ବାକି ପଇସା ଦେବାକୁ ସେ କହିଲେ ହୋଇଗଲା ଆଉ ପଇସା ଫେରାଇବାର ନାହିଁ । ମୁଁ ଦୋକାନୀ କୁ କହିଲି ସାରା ରାଜ୍ୟରେ 2 ଟଙ୍କା ନେଉଛନ୍ତି ଜେରକ୍ସ ପାଇଁ କିନ୍ତୁ 5 ଟଙ୍କା କଣ ପାଇଁ ନେବ ? ଏତିକି କହିବା ଭିତରେ ଦୋକାନୀ ଜଣକ ଉଗ୍ର ହୋଇ 5 ଟଙ୍କା ତେବଳ ଉପରେ ରଖିଦେଲେ ଓ କହିଲେ ମୁଁ ଭିକାରୀକୁ ଦାନ ଦେଇଦେଲି । ହଠାତ ମୁଁ ଏହାର ଅର୍ଥ ବୁଝିପାରିଲିନି ।

ମୁଁ ନମ୍ର ଭାବେ ବ୍ଯବହାର କରିଥିଲି କିନ୍ତୁ ସେ ମୋ ସହ ଏମିତି ବ୍ୟବହାର କରିଲେ । ଏମିତି ଯୁକ୍ତି ପରେ ମୁଁ କୋର୍ଟରେ ଆସି ପହଞ୍ଚିଲି । ଆଉ ଅଭିଯୋଗ ପଞ୍ଜୀକୃତ ହେଲା ଓ ଗ୍ରହଣ ମଧ୍ୟ ହେଲା । 4ଟା ତାରିଖରେ ଦୋକାନୀ ଆସିଲାନି । ଏହା ପରେ ହୀୟରିଙ୍ଗ ଚାଲିଲା ଆଉ କୋର୍ଟ ନିର୍ଦ୍ଦେଶ ଦେଲେ ମୋତେ 2 ଟଙ୍କା ଫେରାଇବାକୁ କୋର୍ଟ ଉପରେ । ଏହାପରେ 5 ଟଙ୍କା ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଲେ ଆଉ 700 ଟଙ୍କା ମଧ୍ୟ ଦେଲେ ।
ମୁଁ ମୋ ତରଫରୁ ମୋ ସହ ହୋଇଥିବା ବ୍ୟବହାର ଲିଖିତ ଆକାରରେ ଦେଇଥିଲି । ମାନ୍ୟବର ସଭାପତି ଦୋକାନୀକୁ ସିସିଟିଭି ର ଫୋଟେଜ ମାଗିଥିଲେ କିନ୍ତୁ ସେ ମନା କରିଥିଲେ । ଯାହା ପାଇଁ କୋର୍ଟ ତାଙ୍କୁ ମିଛ ଅଭିଯୋଗରେ 25 ହଜାର ଫାଇନ ଦେବାକୁ ପଡିଲା । ମୋତେ ମାନସିକ ଅସାନ୍ତି ଦେଇଥିବାରୁ 25 ହଜାର ଟଙ୍କା ମୋତେ ଫେରାଇବାକୁ ନିର୍ଦ୍ଦେଶ କରିଛନ୍ତି କୋର୍ଟ ।
ଏହା ନ ଫେରାଇଲେ ବାର୍ଷିକ 9% ସୁଧ ହାରରେ ଦୋକାନୀ ପ୍ରଦାନ କରିବେ । ତେଣୁ ନିଶ୍ଚୟ ଭାବେ ଖାଉଟି ମାନେ ନିଜର ଅଧିକାର ପ୍ରତି ସଚେତନ ହେବା ଉଚିତ । ଜୋର ଜବରଦସ୍ତ କରି କୌଣସି ଦୋକାନୀ ଖାଉଟି ଙ୍କ ଠାରୁ 50 ପଇସା ବି ହେଉ ନା କାହିଁକି ନେବା ଉଚିତ ନୁହେଁ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।