ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଖାଲି ସୁନା ନାଖି ବୋହୂ ନୁହେଁ । ବରଂ ବୋହୂ ର କର୍ତ୍ତବ୍ୟ ପୁରା କରିବା ସହ ସ୍ଵର୍ଣ୍ଣ ପଦକ ଜିତିବାର ସ୍ଵପ୍ନ ନେଇ ଆଗକୁ ବଢୁଥିବା ସୁନା ବୋହୂ ଟିଏ । ଏହି ମହିଳା ହେଉଛନ୍ତି ଜ୍ୟୋସ୍ନାରାଣୀ । କେତେବେଳେ ଗ୍ଲୋବ୍ସ ପିନ୍ଧି ପଞ୍ଚ ମାରୁଛନ୍ତି ଆଉ କେବେ ମୁଣ୍ଡରେ ଓଢଣି ଦେଇ ପୂଜା କରୁଛନ୍ତି ।

ଗାଁ ରେ ଥିବା ଝିଅ ବୋହୁ ଙ୍କ ପାଖରେ ବହୁତ ପ୍ରତିଭା ଥାଏ । କିନ୍ତୁ ପରିବାର ଓ ଗାଁ ଲୋକଙ୍କ କଥା ପାଇଁ ସେମାନେ ଆଗକୁ ବଢି ପାରନ୍ତିନି । କିନ୍ତୁ ଜ୍ୟୋସ୍ନାରାଣୀ ଙ୍କ କ୍ଷେତ୍ରରେ ପୂରା ଅଲଗା । ନା ଅଛି ପରିବାରର ଆପତ୍ତି ନା ଅଛି ଗାଁ ଲୋକଙ୍କ ଟାହି ଟାପରା । ସ୍ଵାମୀ ମଧ୍ୟ କହୁଛନ୍ତି ମୋ ସ୍ତ୍ରୀ ପାଇଁ ମୁଁ ଗର୍ବିତ । ପୂର୍ବରୁ ସ୍ଵାମୀ ସହଯୋଗ କରୁଥିଲେ ଆଉ ଆଗକୁ ମଧ୍ୟ କରିବେ ।
ବାଲେଶ୍ଵର ଔପଦା ବ୍ଲକର ପଦ୍ମନାଭପୁର ଗାଁ ର ବୋହୂ ଜ୍ୟୋସ୍ନାରାଣୀ ଜେନା । ଗତ ଅଗଷ୍ଟ ମାସରେ ବେଲପାହଟ ଠାରେ ଖେଲ ଇଣ୍ଡିଆ ୱୋମେନ ଚାମ୍ପିୟନସିପ ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ ମ୍ଯାଚରେ ଜ୍ୟୋସ୍ନାରାଣୀ ଗୋଲ୍ଡ ମେଡାଲ ଜିତିଛନ୍ତି । ଖାଲି ସେତିକି ନୁହେଁ ଜାତୀୟ ସ୍ତରରେ ପଦକ ହାସଲ କରିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି ଜ୍ୟୋସ୍ନାରାଣୀ । ଏହି ଯାତ୍ରାରେ ତାଙ୍କ ପରିବାର ସହ ଗାଁ ଲୋକେ ସମସ୍ତେ ସହଯୋଗ କରୁଛନ୍ତି ।

ଖେଳ ସହ ନିଜର ପରିବାରକୁ ଭୁଲନ୍ତି ନାହିଁ ଜ୍ୟୋସ୍ନାରାଣୀ । ଘରର କୁଳ ବଧୁ ର ଭୂମିକା ବେଶ ସୁଚାରୁରୂପେ ତୁଲାଉଛନ୍ତି । ସେ ଘରର ସୁନା ନାଖି ଝିଅ ଆଉ ରାଜ୍ୟର ସୁନା ନାଖି ଝିଅ ବୋଲି କୁହନ୍ତି ଜ୍ୟୋସ୍ନାରାଣୀ ଙ୍କ ଶାଶୁ । ବୋହୂ ର ପ୍ରତିଭା କୁ ନେଇ ଶ୍ଵଶୁର ମଧ୍ୟ ବେଶ ଖୁସି ଅଛନ୍ତି । ଯୁଗ ବଦଳିବା ସହ ବୋହୂ ର ପ୍ରତିଭା ଓଢଣା ତଳେ ନ ରହି ବାହାରକୁ ବାହାରିବା ବୋଲି ଶ୍ଵଶୁର କୁହନ୍ତି ।
ସେହିଭଳି ଜ୍ୟୋସ୍ନରାଣୀ ଙ୍କ ଏହି ସଫଳତା ଅନ୍ୟ ମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ସାଜିଛି ବୋଲି ଗାଁ ଲୋକେ କୁହନ୍ତି । ତେବେ ଜ୍ୟୋସ୍ନାରାଣୀ ଙ୍କ ଏଭଳି ପ୍ରତିଭା କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ସତରେ ଜ୍ୟୋସ୍ନାରାଣୀ ହେଉଛନ୍ତି ସମସ୍ତଙ୍କ ପାଇଁ ଏକ ପ୍ରେରଣା ।
ତାଙ୍କ ଠାରୁ ଅନ୍ୟ ବୋହୂ ମାନେ ଓ ତାଙ୍କ ପରିବାର ମାନେ କିଛି ନା କିଛି ଶିଖିବା ଉଚିତ । କାରଣ ଯୁଗ ସହ ପାଦ ମିଶାଇ ଚାଲିବା କେମିତି ହୋଇଥାଏ ତାହା ଜ୍ୟୋସ୍ନାରାଣୀ ଓ ତାଙ୍କ ପରିବାର ହେଉଛନ୍ତି ଏକ ଉଦାହରଣ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।