ନିଜେ ବାର୍ ରେ ନାଚିବ ବୋଲି ଭଲ ପାଇ ବାହା ହେଇଥିବା ସ୍ୱାମୀକୁ ଅନ୍ଧ କରି ଦେଲା ସ୍ତ୍ରୀ…

ସ୍ଵାମୀ କୁ ଅନ୍ଧ କରି ଛୋଟ ଡ୍ରେସ ପିନ୍ଧି ବାର ରେ ନାଚିଲା ସ୍ତ୍ରୀ । ଛୋଟ ଛୋଟ ଡ୍ରେସ ପିନ୍ଧି ଫୋଟୋ ପୋଷ୍ଟ କରିଲା । ରାତି ସାରା ହୋଟେଲରେ ରହି ଡ୍ୟାନ୍ସ କରିଲା । ଏ ସବୁ କାଳେ ସ୍ଵାମୀ ଦେଖିଥାନ୍ତା ସେଥିପାଇଁ ସ୍ଵାମୀ କୁ ଅନ୍ଧ କରିଲା ସ୍ତ୍ରୀ । ହଁ ଦର୍ଶକ ବନ୍ଧୁ ଭଲ ପାଇ ବାହା ହେବାର ଫଳ ଆଜି ସ୍ଵାମୀ ଭୋଗୁଛି । ଏମିତି ପ୍ରେମ କରି ସାରା ଜୀବନ ପାଇଁ ସ୍ଵାମୀ ଅନ୍ଧ ହୋଇ ଯାଇଛି । ସ୍ତ୍ରୀ ସ୍ଵାମୀ କୁ ଅନ୍ଧ କରିବା ପାଇଁ ଘରେ ଘରେ ବୁଲି ଭିକ ମାଗୁଛନ୍ତି ସ୍ଵାମୀ ଜଣକ ।

ଏମିତି କିଛି ଅଭାବନୀୟ ଦ୍ରୁଶ୍ଯ ଦେଖିବାକୁ ମିଳିଛି ଜଗତସିଙ୍ଘପୁର ଜିଲ୍ଲା ବାଲିପଦା ଅନ୍ତର୍ଗତ ପରିଲା ଗାଁ ରେ । ବାହାଘର ପରେ ସ୍ତ୍ରୀ ଙ୍କର କିଛି ଅଲଗା ରୂପ ଥିଲା ଆଉ ଏବେ କିଛି ଅଲଗା ରହିଛି । ଯାହାର ଭିଜୁଆଲ ଆପଣ ମାନେ ଦେଖି ପାରିବେ । କେମିତି ସ୍ତ୍ରୀ ଜଣକ ଛୋଟ ଡ୍ରେସ ପିନ୍ଧି ମୁଣ୍ଡରୁ ସିନ୍ଦୁର ଲିଭାଇ ସଜବାଜ ହୋଇଛନ୍ତି ।

ସୂଚନା ଅନୁଯାୟୀ ପାରିଲା ଗାଁ ର ଚନ୍ଦନ ନାୟକ ଲକ୍ଷ୍ମୀ ବେହେରା ଙ୍କୁ ଭଲ ପାଇ ଗତ 7 ବର୍ଷ ତଳେ ବାହା ହୋଇଥିଲେ । ଉଭୟଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ବାହାଘର ପରେ ଲକ୍ଷ୍ମୀ ଙ୍କର ନୂଆ ରୂପ ଦେଖିବାକୁ ମିଳିଥିଲା । ବିହାରରେ ସେ ଏକ NGO ରେ କାମ କରନ୍ତି ବୋଲି କହି ସ୍ବାମୀଙ୍କୁ ସେଠାକୁ ନେଇ ଯାଇଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ସବୁ କିଛି ଅଲଗା ସ୍ଥିତି ଥିଲା ।

ଲକ୍ଷ୍ମୀ NGO ରେ ନୁହେଁ ଏକ ବାର ରେ ଡ୍ୟାନ୍ସ କରୁଥିଲେ । ଚନ୍ଦନ ଲକ୍ଷ୍ମୀ ଙ୍କୁ ଡ୍ୟାନ୍ସ କରିବାକୁ ମନା କରିବାରୁ ଲକ୍ଷ୍ମୀ ପତା ରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଯାହା ଦ୍ଵାରା ସବୁ ଦିନ ପାଇଁ ଚନ୍ଦନ ଅନ୍ଧ ହୋଇଗଲେ । ଏହା ପରେ ଲକ୍ଷ୍ମୀ ଚନ୍ଦନ କୁ ଭୁଲ ମାଗିବା ସହ ଘରେ ରହିଲେ । କିନ୍ତୁ ଲକ୍ଷ୍ମୀଙ୍କ ମନରେ ରାଗ ଥିଲା ଯେଉଁଥି ପାଇଁ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଲକ୍ଷ୍ମୀ ଚନ୍ଦନ ଙ୍କ ପରିବାର ନାଁ ରେ ଆଣିଥିଲେ ।

ଯାହା ଥାନାରେ ସମାଧାନ ହୋଇଥିଲା । ହେଲେ ଏବେ ପୁଣି ଥରେ ଲକ୍ଷ୍ମୀ ଚନ୍ଦନ ଙ୍କୁ ଛାଡି ବିହାର ଚାଲି ଯାଇଛନ୍ତି । ଏବେ ଦୁଇ ପିଲାଙ୍କୁ କେମିତି ପାଳିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି ଚନ୍ଦନ । ସେଥିପାଇଁ ଚନ୍ଦନ ଘର ଘର ବୁଲି ଭିକ ମାଗୁଛନ୍ତି ନିଜ ପୁଅ ସହ । ସେପଟେ ସ୍ତ୍ରୀ ଙ୍କୁ ତାଙ୍କ ପାଖକୁ ଫେରିବାକୁ ଆକୁଳ ନିବେଦନ କରୁଛନ୍ତି ଚନ୍ଦନ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।