ଉତ୍ତର ପ୍ରଦେଶର ମିଶ୍ରା ଫ୍ୟାମିଲି ଙ୍କ କାହାଣୀ କିଛି ନିଆରା, ଏହି ପରିବାରର 4 ଭାଇ ଭଉଣୀ IAS IPS ଅଧିକାରୀ ।

ସାନ ଭାଇ ଭଉଣୀଙ୍କ ପାଇଁ ଚାକିରି ଛାଡିଲେ ବଡ ଭାଇ । ଏବେ 4 ଭାଇ ଭଉଣୀ IAS IPS । ଚର୍ଚ୍ଚାରେ ଏବେ ଅଫିସର ମିଶ୍ରା ଫ୍ୟାମିଲିର କାହାଣୀ । ହଁ ଦର୍ଶକ ବନ୍ଧୁ ଏ ପରିବାର ହେଉଛି ଉତ୍ତରପ୍ରଦେଶ ପ୍ରତାପଗଡ ଜିଲ୍ଲା ଲାଲଗଞ୍ଜ ର । 4 ପୁଅ ଝିଅ ପ୍ରଶାସନିକ ଅଧିକାରୀ । ଜଣେ ଝିଅ IPS ହୋଇଥିବା ବେଳେ ଅନ୍ୟ 3 ଜଣ IAS ଅଫିସର । ଏ ପରିବବାରର ସଫଳତାର ଯାତ୍ରା ସବୁଠାରୁ ଅଲଗା ଓ ପ୍ରେରଣାଦାୟୀ ।

ପରୀକ୍ଷା ଭିତରେ ସବୁଠୁ UPSC ପରୀକ୍ଷା କଷ୍ଟଦାୟକ । ଅନେକ ଲୋକ ଆଇଏଏସ, ଆଇପିଏସ ହେବାର ସ୍ଵପ୍ନ ଦେଖନ୍ତି ହେଲେ ଖୁବ କମ ଏହାକୁ ପୂରଣ କରିପାରନ୍ତି । କାରଣ ଏଥିପାଇଁ ସବୁ ବିଷୟରେ ଜ୍ଞାନ ରହିବା ସହ ପରିଶ୍ରମ କରିବାକୁ ପଡିଥାଏ । ଲାଲଗଞ୍ଜ ର ମିଶ୍ରା ପରିବାର କହିଲେ ସମସ୍ତେ ଜାଣନ୍ତି । ହେଲେ ଏ ପରିବାରର 4 ଭାଇ ଭଉଣୀ ଏମିତି ହୋଇଛନ୍ତି ତାହା ସବୁଠୁ ନିଆରା । ଘରର ବଡ ପୁଅ ୟୋଗେଶ ମିଶ୍ରା ଯିଏ ପ୍ରଥମେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ ।

ସାନ ଭଉଣୀ ମାଧବୀ ଓ କ୍ଷମା UPSC ପରୀକ୍ଷା ଦେଇ ପ୍ରଥମ ଚେଷ୍ଟାରେ ବିଫଳ ହୋଇଥିଲେ । ଯାହା ୟୋଗେଶ ଙ୍କୁ ଚିନ୍ତାରେ ପକାଇଥିଲା । ଦୁଇ ଭଉଣୀଙ୍କ ସ୍ଵପ୍ନ କୁ ପୂରଣ କରିବାକୁ ବଡ ନିସ୍ପତି ନେଲେ ୟୋଗେଶ । ସେ ଘରକୁ ଆସି UPSC ପରୀକ୍ଷା ପାଇଁ ଚେଷ୍ଟା କରିଲେ ଓ 2013ରେ ପ୍ରଥମ ଚେଷ୍ଟାରେ IAS ଅଫିସର ହେଲେ । ଏହା ପରେ ବଡ ଭାଇ ୟୋଗେଶ ଅଟକି ନ ଥିଲେ କାରଣ ତାଙ୍କ ଆଗରେ ଥିଲା ଦୁଇ ଭଉଣୀଙ୍କା ସ୍ଵପ୍ନ ।

ନିଜର ଅଭିଜ୍ଞାତାକୁ ଦୁଇ ଭଉଣୀ କ୍ଷମା ଓ ମାଧବୀ ଙ୍କୁ ବାଣ୍ଟିଥିଲେ । ଦୁଇ ଭଉଣୀ ନିଜେ ଗାଇଡ କରିଥିଲେ । ବିନା କୋଚିଙ୍ଗରେ ବଡ ଭାଇଙ୍କ ଗାଇଡାନ୍ସରେ ଇ ଭଉଣୀ ଯଥାକ୍ରମେ 2015-16 ରେ UPSC କ୍ଲିୟର କରିଲେ । କ୍ଷମା ଏବେ କର୍ଣ୍ଣାଟକ ଗ୍ୟାଡରର ଆଇପିଏସ ଥିବା ବେଳେ ମାଧବୀ ଝାଡଖଣ୍ଡର ରାମଗଡରେ ଆଇଏସ ଭାବେ ନିଯୁକ୍ତ ଅଛନ୍ତି ।

3 ଭାଇ ଭଉଣୀଙ୍କ ଯୋଗ୍ୟତା ଦେଖିବା ପରେ ସାନ ଭାଇ ଲୋକେଶ ବଡ ଭାଇଙ୍କ ମାର୍ଗ ଦର୍ଶନରେ UPSC ପାଇଁ ଜୋରଦାର ପ୍ରସ୍ତୁତି କରିଲେ । ଲୋକେଶ 2016ରେ କ୍ଷମା ଙ୍କ ସହ ସେ ସଫଳତା ପାଇଲେ ଓ IAS ହେଲେ । ସାନ ଭାଇ ଲୋକେଶ ମିଶ୍ରା ଏବେ ରାଞ୍ଚିର SDJM ଭାବେ କାର୍ଯ୍ୟରତ ।

ଏ ପରିବାରର 4 ଭାଇ ଭଉଣୀ ପ୍ରଶାସନିକ ଅଧିକାରୀ ହେବା ଠାରୁ ବଡ କଥା ହେଉଛି ଏମାନଙ୍କ ମଧ୍ୟରେ ଥିବା ପରସ୍ପର ପ୍ରତି ତ୍ୟାଗ, ଭଲ ପାଇବା ଓ ସହଯୋଗ ଅଧିକ ରହିଛି । ନିଜ ପିଲାଙ୍କୁ ଏଭଳି ସଫଳତା ର ସହ ଦେଖି ବାପା ଅନିଲ ମିଶ୍ରା ଓ ମା କୃଷ୍ଣା ମିଶ୍ରା ସବୁ ଶ୍ରେୟ ଭଗବାନଙ୍କୁ ଦେଇଛନ୍ତି । ଏ ପରିବାରର କାହାଣୀ ସବୁ ବାପା, ମା, ଭାଇ, ଭଉଣୀ ଙ୍କ ପାଇଁ ଏକ ଉଦାହରଣ । ବନ୍ଧୁଗଣ ଆପଣ ମାନଙ୍କର ମିଶ୍ରା ପରିବାର ର କାହାଣୀ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।