ଗୋଟିଏ ଜଙ୍ଗଲ ନଷ୍ଟ କରି ଆଉ ଗୋଟେ ଜଙ୍ଗଲ ଯାଉଛି ବାଘୁଣୀ । ଜଙ୍ଗଲର ବାଘୁଣୀ କୁ ଦେଖି ଏବେ ବଡ ବାବୁ ଭୟରେ ଥରହର ହେଉଛନ୍ତି । ଖବର ପ୍ରସାରଣ ପରେ ଏବେ ରାଗି ଯାଇଛି ବାଘୁଣୀ । ଜଙ୍ଗଲରୁ ତଡା ଖାଇଲେ ବି ଜଙ୍ଗଲ ଛାଡି ଯାଉ ନାହାନ୍ତି ବାଘୁଣୀ । ହଁ ଦର୍ଶକ ବନ୍ଧୁ ଏ ବାଘୁଣୀ ହେଉଛନ୍ତି ବନ ରଖୀ କବିତା ବେହେରା । ମ୍ୟାଡମ ଙ୍କ ନାଁ ଶୁଣିବା ମାତ୍ରେ ଭୟରେ ଥଋ ଉଠନ୍ତି ACF, DFO ଓ ରେଜର ।

ମ୍ୟାଡମ ଜଣକ ଛୋଟ ରିୟାଙ୍କ ରେ ଥାଇ ବି ବଡ ବଡ ବାବୁଙ୍କର ନିଦ ହଜାଇ ଦିଅନ୍ତି । ଏବେ କବିତା ବେହେରା ଜଙ୍ଗଲରୁ ତଡା ଖାଇଛନ୍ତି । କିନ୍ତୁ ଜଙ୍ଗଲ ଛାଡି ଜମା ବି ଯାଉ ନାହାନ୍ତି । ବନ ରଖୀ କବିତା ବେହେରା ଙ୍କୁ ଅନେକ ଦିନ ହେବ ଜଙ୍ଗଲ ଛାଡି ଯିବାକୁ କୁହା ଯାଇଛି । ସାତକୋଶିଆ ରେଞ୍ଜ ର କରଞ୍ଜିଆ ରେଞ୍ଜ କୁ ଟ୍ରାନ୍ସଫର କରା ଯାଇଛି କବିତାଙ୍କର ।
କିନ୍ତୁ କବିତା ମ୍ୟାଡମ ସାତକୋଶିଆ ରେଞ୍ଜ ରୁ ଯାଉ ନାହାନ୍ତି । ଯଦି ଏହି ଜଙ୍ଗଲ ଛାଡି କରଞ୍ଜିଆ ଜଙ୍ଗଲକୁ ଯାଆନ୍ତି ତେବେ ସେଠାରେ ମଧ୍ୟ ଜଙ୍ଗଲ ସଫା କରିପାରନ୍ତି । ସାତକୋଶିଆ ଜଙ୍ଗଲରେ ଅନେକ ଗଛ କାଟି ବିକ୍ରି କରିଛନ୍ତି ଓ କୋଟି କୋଟି ଟଙ୍କା କମାଇଛନ୍ତି କବିତା ମ୍ୟାଡମ । ଏବେ ତାଙ୍କୁ ନେଇ ଚର୍ଚ୍ଚା ହେଉଛି କି ସେ ଯେଉଁ ହାର ପିନ୍ଧିଛନ୍ତି ତାହା ଜଙ୍ଗଲରୁ ଗଛ କାଟି ବିକ୍ରି ପଇସାରେ କିଣିଛନ୍ତି ।

ଏହି ଜମିରେ ଚାଷୀ ମାନେ ଦୀର୍ଘ ଦିନ ହେବ ଚାଷ କରି ଆସୁଥିଲେ ହେଲେ ମ୍ୟାଦାମ ଜମିରେ କଣ୍ଟା ବାଡ ଦେଇ ନିଜ ଅକ୍ତିଆରରେ ରଖିଛନ୍ତି । ଆଉ ଅଞ୍ଚଳ ବାସୀ ଙ୍କୁ କହୁଛନ୍ତି ଏ ହେଉଛି ତାଙ୍କର ଜମି । ହେଲେ ଏ ହେଉଛି ସରକାରୀ ଜମି । ଚାଷ କରିବା ପାଇଁ ଚାଷୀ ମାନେ ଏବେ ନିଜ ଜମିରେ ହଇରାଣ ହେଉଛନ୍ତି । ଏଭଳି କିଛି ଅଭିଯୋଗ ଆଣିଛନ୍ତି ଅଞ୍ଚଳ ବାସୀ ।
ତେବେ ଏହି ବନ ରଖୀ ମ୍ୟାଡମ କବିତା ବେହେରାଙ୍କୁ କିଏ ଦେଉଛି ସୁରକ୍ଷା, କୋଟି କୋଟି ଟଙ୍କାର ଗଛ ବିକ୍ରି କରି ପଇସା କଣ କରୁଛନ୍ତି ? ସାତକୋଶିଆ ଜଙ୍ଗଲରୁ କେତେ ଗଛ କାତିଛନ୍ତି ? ବେଆଇନ ଭାବେ ରୋଜଗାର କରିଥିବା ଟଙ୍କା କାହା ନାଁ ରେ ରଖିଛନ୍ତି ? ସବୁ ଟଙ୍କା କବିତା ବେହେରା ନେଇଛନ୍ତି ବା ବଡ ବାବୁ ଙ୍କର ଏହା ପଛରେ ହାତ ଅଛି ?
ଏଭଳି ନାନା ପ୍ରଶ୍ନ ଏବେ ଉଙ୍କି ମାରୁଛି । ଏହି ସବୁ ପ୍ରଶ୍ନର ଉତ୍ତର ସେତେବେଳେ ଜଣା ପଡିବ ଯେତେବେଳେ ବନ ବିଭାଗ ତଦନ୍ତ ଆରମ୍ଭ କରିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।