ଅଙ୍ଗନୱାଡି ଦିଦିଙ୍କୁ ଝୁରୁଛି ପୁରା ଗାଁ, ସମସ୍ତଙ୍କ ଆଖିରେ ଲୁହ ଭରି ଦେଇ ଅଫେରା ରାଇଜକୁ ଚାଲିଗଲେ ଦିଦି ।

ଦର୍ଶକ ବନ୍ଧୁ ବାଲେଶ୍ଵର ଜିଲ୍ଲା ଖନ୍ତପଡା ଥାନା ମହାରାଜପୁର ଗାଁ ର ପ୍ରଜ୍ଞାପରମିତା ଦାସ । ଯିଏକି ଜଣେ ଅଙ୍ଗନବାଡି ଦିଦି ତଥା ରାକ୍ଷୀ ଦିଦି ଭାବେ ବେଶ ପରିଚିତ ଥିଲେ । ଅଙ୍ଗନବାଡି କେନ୍ଦ୍ରର ପିଲା ମାନେ ତାଙ୍କୁ ରାକ୍ଷୀ ଦିଦି ବୋଲି ଡାକନ୍ତି । ଆଉ ଆଜି ରାକ୍ଷୀ ଦିଦି ଅଫେରା ରାଇଜକୁ ଚାଲି ଯାଇଛନ୍ତି ହେଲେ ପିଲାଙ୍କ ଆଖି ରୁ ସୁଖୁ ନାହିଁ ଲୁହ । ସମସ୍ତଙ୍କ ଆଖି ରେ ରାକ୍ଷୀ ଦିଦି ଭରି ଦେଇ ଯାଇଛନ୍ତି ଲୁହ ।

ଗତ 12 ବର୍ଷ ତଳେ ପ୍ରଜ୍ଞା ବିସ୍ମିତ ଙ୍କ ପ୍ରେମରେ ପଡିଥିଲେ । ଆଉ ଘର ଛାଡି ପଳାଇଯାଇ ଉଭୟ ପରସ୍ପରକୁ ବିବାହ ମଦ୍ୟ କରିଥିଲେ । ଏହା ପରେ ଦୁହିଙ୍କର 2ଟି ଛୁଆ ମଧ୍ୟ ଥିଲେ । ଏହା ପରେ ସବୁ ଦିନ ବିସ୍ମିତ ମଦ୍ୟପାନ କରି ଆସି ପ୍ରଜ୍ଞାଙ୍କୁ ମାରପିଟ କରନ୍ତି ଯାହା ବିଷୟରେ ପ୍ରଜ୍ଞା କାହାକୁ କେବେ କହି ନାହାନ୍ତି । ଏମିତିକି ବିସ୍ମିତ ଅନ୍ୟ ମହିଳାଙ୍କ ସହ ସମ୍ପର୍କରେ ଅଛନ୍ତି ଜାଣି ମଧ୍ୟ ପ୍ରଜ୍ଞା ଚୁପ ରହିଥିଲେ ।

ସେ ରାତି ଦିନ ପିଲାଙ୍କ ମୁହଁ କୁ ଚାହିଁ ବିତାଉ ଦେଉଥିଲେ । ଆଉ ମନରେ ଯେତିକି କଷ୍ଟ ଥାଏ ଅଙ୍ଗନବାଡି କୁ ଯିବା ପରେ କୋଟ ଛୋଟ ପିଲାଙ୍କୁ ଦେଖି ଭୁଲି ଯାଉଥିଲେ । କିନ୍ତୁ ଏମିତି କଣ ହେଲା ଯେ ସକାଳୁ ଅଙ୍ଗନବାଡି କୁ ଯାଇଥିଲେ ହେଲେ ପ୍ରଜ୍ଞା ଆଉ ଫେରି ନ ଥିଲେ । ଶେଷରେ ତାଙ୍କର ମୃତ ଦେହ ମିଳିଲା । ଯାହାକୁ ଦେଖି ପରିବାର ଲୋକେ ବିଶ୍ଵାସ କରିପାରୁ ନାହାନ୍ତି ।

ତାଙ୍କ ବାପଘର ଲୋକେ କହିଛନ୍ତି ଶ୍ଵଶୁର ଘର ଲୋକେ ପ୍ରଜ୍ଞାଙ୍କ ଜୀବନ ନେବା ପରେ ଅଙ୍ଗନବାଡି କେନ୍ଦ୍ରରେ ମୃତ ଦେହକୁ ଛାଡି ଆସିଛନ୍ତି । ରାକ୍ଷୀ ଦିଦି ଙ୍କୁ ହରାଇ ଆଜି ପୁରା ଗାଁ କାନ୍ଦୁଛି । ପ୍ରଜ୍ଞା ଙ୍କୁ ହରାଇ ଛାତି ଫଟାଇ କାନ୍ଦୁଛି ତାଙ୍କର ମା । ସମସ୍ତେ ଏବେ ତାଙ୍କୁ ଝୁରି ହେଉଛି । ପୁରା ଗାଁ ଏବେ କାନ୍ଦ ବୋବାଳି ରେ ଫାଟି ପଡୁଛି ।

ସମସ୍ତଙ୍କ ଆଖି ରେ ଲୁହ ଭାରି ଦେଇ ଏକ ଅଫେରା ରାଇଜକୁ ଚାଲି ଯାଇଛନ୍ତି ପ୍ରଜ୍ଞା । ଛୋଟ ଛୁଆ ଠାରୁ ଆରମ୍ଭ କରି ବୁଢା ବୁଢୀ ସମସ୍ତଙ୍କ ଆଖି ରେ ଏବେ ଲୁହ । ଛୋଟ ଛୋଟ ପିଲା ମଧ୍ୟ ଏ କଥା ସହ୍ୟ କରିପାରୁ ନାହାନ୍ତି । ସମସ୍ତେ ଝୁରୁଛନ୍ତି ପ୍ରଜ୍ଞା ଙ୍କୁ ଆଉ କହୁଛନ୍ତି କୁଆଡେ ଗଲେ ଆମର ପ୍ରଜ୍ଞା ଦିଦି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।