ସିଏ ଆମ ପାଇଁ ମରିଗଲା । ହଁ ଦର୍ଶକ ବନ୍ଧୁ ବଞ୍ଚିଥିବା ଭଉଣୀ ପାଇଁ ମହିଳା ଜଣକ କାନ୍ଦି କାନ୍ଦି ଏମିତି କିଛି କହୁଛନ୍ତି । ଖାଲି ଭଉଣୀ ନୁହେଁ ଜନ୍ମ କଲା ବାପା ମା ବି ନିଜ କର୍ମ କୁ ନିନ୍ଦୁଛନ୍ତି । ଗୋଟେ ପଟେ ଚାଲିଛି ବିବ ଆହା ଆଉ ଅନ୍ୟ ପରେ ଶୁଦ୍ଧିକ୍ରିୟା ଚାଲିଛି । ଏପଟେ ମଥାରେ ସିନ୍ଦୁର ଲାଗୁଥିଲା ସେପଟେ ଫୋଟୋ ରେ ଦିଆ ହେଉଥିଲା ଫୁଲମାଳ । ଯିଏ କନ୍ୟା ହୋଇଛି ତା ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି ।

ତେବେ ଏ କଥା ଟି ସୁଂବିବାକୁ ଅଜବ ଲାଗୁଥିଲେ ବି କଥା ଟି ସଂପୂର୍ଣ୍ଣ ସତ । କାରଣ ଝିଅ ବଞ୍ଚି ଥାଉ ଥାଉ ତାର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ । ଅନ୍ୟ ଜାତିରେ ଝିଅ ଟି ବାହା ହେଲା ବୋଲି ଗତ କାଲି 11 ଦିନରେ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ । ଆଉ ଆଜି ଝିଅର 12 ଦିନ ପାଳିତ ହେଉଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ମୋହନା ବ୍ଲକ ଚାନ୍ଦିପୁଟ ଗାଁ ରେ ।
ଗାଁ ର ସହଦେବ ସାହୁଙ୍କ ମଝିଆ ଝିଅ ଚାନ୍ଦିନୀ ସାହୁ ଗତ 2 ତରାଇଖ ବିଳମ୍ବିତ ରାତିରେ ଘରୁ କୁଆଡେ ପଳାଇ ଯାଇଥିଲେ । ପରିବାର ଲୋକେ ଝିଅକୁ ଅନେକ ଆଡେ ଖୋଜା ଖୋଜି କରିଥିଲେ । ହେଲେ କିଛି ସନ୍ଧାନ ମିଳି ନ ଥିଲା । ଝିଅ କୁଆଡେ ଗଲା କେମିତି ଗଲା କାହା ସହ ଗଲା ଏ କଥା ଚିନ୍ତା କରି ଦୁଃଖୀ ହୋଇ ପଡିଥିଲେ ପରିବାର ଲୋକେ ।

ହେଲେ ତା ପର ଦିନ ସକାଳୁ ସୋସିଆଲ ମିଡିଆରେ ଯେଉଁ ଫୋଟୋ ଭାଇରାଲ ହେଲା ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଲା । ଚାନ୍ଦିନୀ ନିଖୋଜ ହେବାର ଗୋଟେ ଦିନ ପରେ ପରିବାର ଲୋକେ ଜାଣିବାକୁ ପାଇଥିଲେ କି ଝିଅ ଅନ୍ୟ ଜାତି ରେ ପୁଅକୁ ବିବାହ କରିଛି । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପାଇଁ ଝିଅ ବଞ୍ଚି ଥାଉ ଥାଉ ଶୁଦ୍ଧିକ୍ରିୟା କରିବାକୁ ନିସ୍ପତି ନେଲେ ।
ଖାଲି ନିସ୍ପତି ନେଲେ ତାହା ନୁହେଁ ବରଂ ପରିବାର ଲୋକେ ଶୁଦ୍ଧ ବି ହେଲେ । ଆଉ ପୁରୋହିତ ଙ୍କୁ ଡାକି ଝିଅର ଶୁଦ୍ଧିକ୍ରିୟା କରିଲେ । ଯାହାକୁ ନେଇ ସାରା ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ କିଛି ଦିନ ପୂର୍ବରୁ କେନ୍ଦ୍ରାପଡା ଆଳି ରୁ ମଧ୍ୟ ଏଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା ।
ଯାହା ପୁରା ରାଜ୍ୟ ରେ ଚହଳ ସୃଷ୍ଟି କରି ଦେଇଥିଲା । ପୁରା ଘଟଣାରେ ପୁଅ ଘର ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତକ୍ଷେପ ହୋଇପାରି ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।