ଅଭିନେତ୍ରୀ ଅନୁ ଚୌଧୁରୀ ହେଲେ ସାଇବର ଥାନାର ଦ୍ଵାରସ୍ଥ ! ତେବେ ଖବର ମୁତାବିକ ଅଭିନେତ୍ରୀ ଅନୁ ଚୌଧୁରୀ ଏକ ୱେବ ପୋର୍ଟାଲରେ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । କାରଣ ଅନୁ ଚୌଧୁରୀଙ୍କ ନାଁରେ ଏକ ୱେବ ପୋର୍ଟାଲରେ ମିଛ ଖବର ପ୍ରସାରଣ କରାଯାଇଥିଲା । ଯେଉଁ ଖବର ଫାଇଲ ପରେ ଅନୁ ଚୌଧୁରୀ ସାଇବର ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଏହା ସହିତ ସେହି ମିଛ ପ୍ରସାରଣ କରୁଥିବା ୱେବ ପୋର୍ଟାଲ ନାମରେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।

ତେବେ ଅନୁ ଚୌଧୁରୀଙ୍କ ନାମରେ ମିଛ ଖବର ପ୍ରସାରଣ ହେଉଥିଲା । ଯେ ଅଭିନେତ୍ରୀ ଅନୁ ଚୌଧୁରୀ ବର୍ତ୍ତମାନ ସମୟରେ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି । ହେଲେ ଆନୌ ଚୌଧୁରୀ ଏହି ମିଛ କଥାର ଖଣ୍ଡନ କରି କହିଥିଲେ । ଏହା ସଂପୂର୍ଣ୍ଣ ମିଥ୍ୟା ଖବର ଯାହାକି ମୋ ନାମରେ ଏଭଳି କିଏ ଗୁଜବ ପ୍ରସାରଣ କରୁଛି । ତେବେ ଅନୁ ଚୌଧୁରୀଙ୍କ କହିବା ଆଧାରରେ ମୁଁ ବର୍ତ୍ତମାନ ସମୟରେ ସଂପୂର୍ଣ୍ଣ ଭାବରେ ସୁସ୍ଥ ଅଛି । ତେବେ ଖାଲି ମୋ ନାଁରେ ନୁହେଁ ।
ଏହିଭଳି ଅନେକ କଳାକାର ମାନଙ୍କ ନାମରେ ଅନେକ ସମୟରେ ବହୁତ କିଛି ଲୋକ ନିଜର ଭିଉଜ ପାଇଁ ମିଛ ଖବର ପ୍ରସାରଣ କରୁଛନ୍ତି । ତେବେ ଲୋକନ୍କାଏ ଏତେ ଛୋଟ ମାନସିକତା ଯେ ଲୋକେ ଟଙ୍କା ଇନକମ କରିବା ପାଇଁ କାହା ନାଁରେ ବି କୌଣସି ପ୍ରକାର ମିଛ କଥା କହିବାକୁ ପଛଊ ନାହାନ୍ତି । ଯଦି ଜଣେ ଲୋକଙ୍କ ନାମରେ ଏଭଳି ମିଛି କଥାର ଗୁଜବ ଉଠିବ । ତେବେ ତାଙ୍କର ପରିବାର ଲୋକେ ମଧ୍ୟ ଡିଷ୍ଟର୍ବ ହେଲେ ।

ଏହା ଛଡା ଆମେ ମାନେ ଆମ ମାନଙ୍କର କାମରେ ମଧ୍ୟ ଫୋକୋଷ କରିପାରିବୁ ନାହିଁ । ତେଣୁ ଦୟା କରି ଏଭଳି ଲୋକଙ୍କ ନାମରେ ଗୁଜବ ପ୍ରଘଟ କରିବା ବନ୍ଦ କରନ୍ତୁ ବୋଲି ଅନୁ ଚୌଧୁରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହା ଛଡା ଯେଉଁ ଲୋକ ମଧ୍ୟ ଏଭଳି ମିଛ ଖବର ୱେବ ପୋର୍ଟାଲରେ ପ୍ରସାରଣ କରିଛନ୍ତି ।
ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ମଧ୍ୟ ଅଭିନେତ୍ରୀ ଅନୁ ଚୌଧୁରୀ ଜଣାଇଛନ୍ତି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ