ମୁଁ ପୋଲିସରେ ଚାକିରୀ କରିଥିଲି, ମିଛରେ କେଶ କରି ମୋ ଚାକିରୀ ଖାଇଲେ… ଏବେ ଅନ୍ୟ ଝିଅ ସହ ରୁମକୁ ଯାଉଛି ମୋ ସ୍ୱାମୀ

ମୁଁ ପୋଲିସରେ ଚାକିରୀ କରୁଥିଲି, ହେଲେ ମିଛ କେଶ କରି ମୋ ଚାକିରୀ ଛଡେଇ ନେଇଗଲେ । ତେବେ ଖବର ମୁତାବିକ ଏଭଳି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ନିଜ ସ୍ତ୍ରୀ ଥାଉ ଥାଉ ସ୍ଵାମୀ ପରକୀୟା ପ୍ରୀତିରେ ଲିପ୍ତ ରହିଛନ୍ତି । ଯାହା ସ୍ତ୍ରୀ ନିଜ ଆଖିରେ ଦେଖି ପଚରା ଉଚରା କରିବାରୁ ଓଲଟା ସ୍ଵାମୀ ନିଜ ସ୍ତ୍ରୀ ଜଣଙ୍କୁ ମାଡପିଟ କରିଛନ୍ତି । ତେବେ ଉକ୍ତ ପୀଡ଼ିତା ମହିଳା ଜଣଙ୍କ ଗଣ ମାଧ୍ୟମ ସମ୍ମୁଖରେ ନିଜର ସବୁ କଥା ଖୁଲାସା କରି କହିଛନ୍ତି ।

ମୁଁ ପୋଲିସରେ ପ୍ରଥମେ ଜବ କରୁଥିଲି । ହେଲେ ମୋ ନାମରେ ମିଛ କେଶ ଦେଇ ମୋ ଚାକିରୀ ଏମାନେ ଛଡେଇ ଦେଇଥିଲେ । ଶାଶୁଘରର ବନ୍ଧୁବାନ୍ଧବରେ ମିନିଷ୍ଟର ପାୱାର ଅଛି ବୋଲି ସେ ମୋ ଉପରେ ସବୁବେଳେ ହୁକୁମ ଚଳାଇ ଆସିଛନ୍ତି । ମୋ ବାହାଘରକୁ ୮ ବର୍ଷ ହେଇଗଲାଣି । ହେଲେ ବାହାଘର ଦିନ ଠାରୁ ଆଜି ପର୍ଯ୍ୟନ୍ତ ମୋ ଶାଶୁଘର ଲୋକ ମୋ ସହିତ ସବୁବେଳେ କିଛି ନା କିଛି କାରଣ ପାଇଁ ଝଗଡା ଲାଗି ରହିଥାଏ ।

ମୋ ସ୍ଵାମୀ ଭଲ ଫାର୍ମାଶିଷ୍ଟ ଲାଇନରେ ଜବ କରୁଛନ୍ତି ବୋଲି କହି ବାହା କରେଇଦେଲେ । ହେଲେ ସେ ବାହାଘର ବେଳେ କିଛି ବି କାମ କରୁନଥିଲେ । ତାପରେ ସବୁବେଳେ ଝଗଡାଝାଟି ଲାଗିକି ରହିଥିବା ବେଳେ ମୁଁ ଗତ ୩ ବର୍ଷ ହେବ । ମୋ ସ୍ଵାମୀ ତାଙ୍କ ପାଖରେ ମୋତେ ବି ରଖୁନଥିଲେ । ମୋ କଥା କି ମୋ ଛୁଆ କଥା ବି ବୁଝୁ ନଥିଲେ । ହେଲେ ତାଙ୍କର ପର ଗୋଟେ ଯୁବତୀ ସହ ପରକୀୟାପ୍ରୀତି ରହିଛି ବୋଲି ଆଗରୁ ଶୁଣା ପାଇଥିଲି ।

ହେଲେ ଯେତେବେଳେ ନିଜ ଆଖିରେ ଦେଖି ମୋ ସ୍ଵାମୀଙ୍କୁ ସେହି ଯୁବତୀ ବିଷୟରେ ପଚାରିଲି । ସେ ମୋତେ ଓଲଟା ମାଡପିଟି କରି ଘରେ ବନ୍ଦ କରି ମାରିଦେବାକୁ ଚାହୁଁଥିଲେ । ମୋ ଭଉଣୀ ଆସି ଠିକ ସମୟରେ ପହଞ୍ଚି ଅଟକାଇବାରୁ ମୋତେ ଯାଇ ଛାଡିଲେ । ମୋ ସ୍ଵାମୀ ମୋର କି ମୋ ପିଲାରକିଛି କଥା ବି ବୁଝୁ ନାହାନ୍ତି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଯୋଡି ହୋଇ ରୁହନ୍ତୁ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ