ଭାରତର ପ୍ରସିଦ୍ଧ ଓକିଲ ପୁଣି ଥରେ ବର ସାଜିଲେ Harish Saalbhe 68 ବର୍ଷ ରେ ନିଜର ତୃତୀୟ ବିବାହକୁ ନେଇ ଚର୍ଚ୍ଚା କୁ ଆସିଲେ

ଦୁଇ ଥର ଛାଡପତ୍ର ପରେ 68 ବର୍ଷ ରେ ତୃତୀୟ ବିବାହ । ହଁ ଦର୍ଶକ ବନ୍ଧୁ ପୁଣି ଥରେ ତୃତୀୟ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଖ୍ୟାତିନାମା ଓକିଲ ହରିଶ ସାଲଭେ । ଭାରତର ପୂର୍ବତନ ସଲିସେଟର ଜେନେରାଲ ତଥା ଦେଶର ଖ୍ୟାତିନାମା ହରିଶ ଙ୍କୁ ପୁଣି ଠାରେ ତାଙ୍କର ପ୍ରେମ ମିଳି ଯାଇଛି । 68 ବର୍ଷ ବୟସରେ ତାଙ୍କ ବନ୍ଧୁଙ୍କ ଗହଣରେ ଲଣ୍ଡନରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି ହରିଶ ।

ଏଠାରେ ତାଙ୍କର ଜୀବନ ସାଥି ହୋଇଛନ୍ତି ତ୍ରିନା । ରବିବାର ଦିନ ତାଙ୍କର ବିବାହ ଆୟୋଜିତ ହୋଇଥିଲା । ଏହି ବିବାହ ଉଶ୍ଚବ ରେ ସାମିଲ ହୋଇଥିଲେ ଭାରତର ବଡ ବଡ ବିଜେନ୍ସ ମ୍ୟାନ ଓ ତାଙ୍କ ପରିବାର । ତାଙ୍କ ବିବାହରେ ସାମିଲ ହୋଇଥିଲେ ନିତା ଅମ୍ବାନୀ, ଲଲିତ ମୋଦୀ, ଉଜ୍ଵଳ ରାଓ ଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଗଣ । ଋପ୍ସେସନ ରେ ହରିଶ ଙ୍କ ନୂଆ ଜୀବନ ସାଥି ତ୍ରିନା ଙ୍କୁ ସବୁଜ ରଙ୍ଗର ଗାଉନ ରେ ଦେଖିବାକୁ ମିଳିଥିଲା ।

ଦୁହେଁ ଲଣ୍ଡନର ଏକ ଚର୍ଚ ରେ ବିବାହ କରିଛନ୍ତି । ଏହା ପରେ ଦୁହେଁ ରେଜିଷ୍ଟର ବିବାହ କରିଛନ୍ତି । ସବୁଠୁ ବଡ କଥା 68 ବର୍ଷ ବୟସରେ ସାଲଭେ ଙ୍କର ଏହା ତୃତୀୟ ବିବାହ । ଏହା ପୂର୍ବରୁ ସେ 2020 ରେ ନିଜର ପ୍ରଥମ ସ୍ତ୍ରୀ ମିନାକ୍ଷୀ ସାଲଭେ ଙ୍କୁ ଛାଡପତ୍ର ଦେଇ 56 ବର୍ଷିୟା କ୍ୟାରୋଲିନ ପ୍ରୋସାଡ ଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।

ସାଲଭେ କେହିଛନ୍ତି ନିଜର ବ୍ୟକ୍ତିଗତ ସମସ୍ୟାକୁ ନେଇ ମାନସିକ ଚିନ୍ତାରେ ଥିବା ସମୟରେ ଏକ ଆକ୍ଟ ଏଭେଣ୍ଟରେ କ୍ୟାରୋଲିନା ଙ୍କ ସହ ସାକ୍ଷାତ ହୋଇଥିଲା । ସେହି ସମୟରେ କ୍ୟାରୋଲିନ ତାଙ୍କୁ ବହୁତ ସପୋର୍ଟ କରିଥିଲେ । ସମୟ ବିତିବା ସହ ଦୁହିଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା ଓ ଦୁହେଁ ବିବାହ କରିବାକୁ ନିସ୍ପତି ନେଇଥିଲେ । 2020ରେ ଦୁହେଁ ପ୍ରେମ ବିବାହ କରିଥିଲେ ମଧ୍ୟ ଅଧିକ ଦିନ ତିଷ୍ଠିଲା ନାହିଁ ।

ଏବେ କ୍ୟାରୋଲିନଙ୍କୁ ଛାଡପତ୍ର ଦେଇ ତ୍ରିନା ଙ୍କୁ ବିବାହ କରିଛନ୍ତି ହରିଶ ସାଲଭେ । ସେ ସବୁଠାରୁ ଅଧିକ ଫିସ ନେଇଥାନ୍ତି ଗୋଟେ କେସ ପାଇଁ । ହରିଶ କେନ୍ଦ୍ର ସରକାର କରିଥିବା ୱାନ ନ୍ୟାସନ ୱାନ ଇଲେକ୍ସନ କମିଟିର ସଦସ୍ୟ ଅଛନ୍ତି । ଭାରତ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତା ମାମଲାରେ ତାଙ୍କର ସମ୍ପୃକ୍ତି ରହିଆସିଛି । 1999 ନଭେମ୍ବର 1ରୁ ଆରମ୍ଭ କରି 2002 ଡିସେମ୍ବର 2 ତାରିଖ ଯାଏଁ ଭାରତର ସଲେସେଟର ଜେନେରାଲ ଭାବେ ହରିଶ କାର୍ଯ୍ୟ କରିଛନ୍ତି ।

1955 ଜୁନ 22ରେ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିବା ହରିଶ ଭାରତର ସବୁଠାରୁ ଅଧିକ ପାଉଣା ପାଉଥିବା ତଥା ସୁପ୍ରିମ କୋର୍ଟରେ ବରିଷ୍ଠ ବ୍ୟକ୍ତିନା ଭାବେ ପରିଚିତ ଅଟନ୍ତି । 2015ରେ ତାଙ୍କୁ ଭାରତର ସର୍ବୋଚ୍ଚ ପ୍ରଥମ ସମ୍ମାନରେ ସମ୍ମାନିତ କରାଯାଇଛି । ଏକାଧିକ ବଡ ବଡ ମାମଲାରେ ନିଜର ଦକ୍ଷତା ଦେଖାଇଛନ୍ତି ହରିଶ ସାଲଭେ । ତାଙ୍କୁ ସର୍ବୋଚ୍ଚ ନ୍ୟାୟାଳରେ ପ୍ରଥମ ଥର ପାଇଁ ଆଣ୍ଟି ଡବିଙ୍ଗ ମାମଲାରେ ଯୁକ୍ତି ସ୍ଥାପନା କରିବାକୁ ମାନ୍ୟତା ମିଳିଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।