ଓଡିଶାରେ ରହିଛି ଏମିତି ଏକ ଗାଁ ,ଯେଉଁଠି ପୁଅ ଓ ଝିଅମାନଙ୍କୁ ବିବାହ ପାଇଁ ମିଳୁ ନାହାଁନ୍ତି ବର ଆଉ କନ୍ୟା…

ନମସ୍କାର ବନ୍ଧୁଗଣ । ଏମିତି ଏକ ଗାଁ ରହିଛି ଯାହା ଅଭିଶପ୍ତ । ଏଠାରେ ଏମିତି ଏକ ସମସ୍ଯା ରହିଛି କି ଯେଉଁଠି ବାହାରୁ ଲୋକଙ୍କୁ ଭୟ କରନ୍ତି । ବିବାହ ପାଇଁ ଏହି ଗାଁ ର ପୁଅଙ୍କୁ ଝିଅ ମିଳୁ ନ ଥିବା ବେଳେ ଏହି ଗାଁ ର ଝିଅଙ୍କ ପାଇଁ ପୁଅ ମିଳୁ ନାହାନ୍ତି । ଯାହା ଫଳରେ ଅବିବାହିତ ହୋଇ ରହି ଯାଉଛନ୍ତି ଏହି ଗାଁ ର ପୁଅ ଓ ଝିଅ ମାନେ । ତେବେ କୋରାପୁଟ ଜିଲ୍ଲା ପଦୁପଡା ଗାଁ ରେ ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ।

ଏହି ସମସ୍ୟାକୁ ନେଇ କୁନି କଳାକାର ସୋନାଲି ଦାସ ସୋସିଆଲ ମିଡିଆରେ ସାରା ରାଜ୍ୟରେ ବେଶ ଚର୍ଚ୍ଚାରେ ରହିଥିଲା । ଆଉ ପୁଣି ଥରେ ଏହି ଗାଁ ଚର୍ଚ୍ଚା କୁ ଆସିଛି । ଏହି ଗାଁ ରେ ରହିଛି ବିରାଟ ସମସ୍ଯା ଯାହାକୁ କେହି କେବେ ହୃଦୟଙ୍ଗମ କରି ନାହାନ୍ତି । ଏଠାରେ ପୁଅ-ଝିଅଙ୍କ ପାଇଁ ବିବାହ କରିବା ସତ ସ୍ଵପ୍ନ ପାଲଟିଛି । ବାହାଘର ପାଇଁ ଉପଯୁକ୍ତ ବସ ହେଲେ ମଧ୍ୟ ଏବେ ବି ଝିଅଟି ଘର କୋଣରେ ରହିଛି ।

ନା ସେ ଝିଅକୁ ବାହା ହେବାକୁ ରାଜି ହେଉଛନ୍ତି ନା ଏହି ଗାଁ କୁ ବୋହୁହେବାକାଉ କେହି ଇଚ୍ଛା ପ୍ରକାଶ କରୁଛନ୍ତି । ସତେ ଯେମିତି ଏହି ଗାଁ ରେ କାହାର ଅଭିଶାପ ପଡିଛି । ଆଉ ଏହା ପଛରେ ରହିଛି ଏମିତି କିଛି କାରଣ । ଲୋକଙ୍କ ମନରେ ଗୋଟେ କଥା ପଦୁପଡା ଗାଁ ରେ ନା ପିଇବାକୁ ଭଲ ପାଣି ନା ଭଲ ରାସ୍ତା ଅଛି । ସେଠାରେ କଥା ହେବାକୁ ମୋବାଇଲ ଟାୱାର ବି ନାହିଁ ।

ସେଥିପାଇଁ ବାହାଘର ପାଇଁ କେହି ରାଜି ହେଉ ନାହାନ୍ତି । ଏହି ଗାଁ ରେ ଝିଅ ବାହା ହେଲେ ବଉତ କଷ୍ଟରେ ରହିବ ଏମିତି କିଛି କହୁଛନ୍ତି ଝିଅ ଘର ଲୋକେ । ବାରମ୍ବାର ବାହାଘର ପ୍ରସ୍ତାବ ଆସୁଛି ସତ ହେଲେ ଗାଁ ର ସ୍ଥିତି ଓ ଅବସ୍ଥା ଦେଖି ବାହାଘର ଭାଙ୍ଗି ଯାଉଛି । ନା ଏହି ଗାଁ ର ପୁଅଙ୍କୁ ବାହା ହେବାକୁ ରାଜି ହେଉଛନ୍ତି ନା ଝିଅ ମାନଙ୍କୁ ବୋହୁ କରି ନେବାକୁ ପସନ୍ଦ କରୁଛନ୍ତି ।

ଯାହା ଫଳରେ ବାପା-ମା ଙ୍କ ମୁଣ୍ଡରେ ଚଡକ ପଡି ଯାଇଛି । ପୁଅ-ଝିଅଙ୍କ ବାହାଘର କେମିତି ହେବ ତାହାକୁ ନେଇ ବାପା-ମା ଚିନ୍ତାରେ ପଡି ଯାଇଛନ୍ତି । ଏଭଳି ଭାବେ ରହି ଯାଇଛନ୍ତି ପଦୁପଡା ଗାଁ ର ପୁଅ-ଝିଅ । ଏହି ସମସ୍ୟାକୁ ନେଇ ବାହାଘର ବାରମ୍ବାର ଭାଙ୍ଗି ଯାଉଛି । ଯାହା ଫଳରେ ଗାଁ ରେ ସୃଷ୍ଟି ହୋଇଛି ଏକ ବିଷମ ସମସ୍ଯା । ଆଉ ଏହି ସମସ୍ୟାର ସମାଧାନ ନ ହେଲେ ପୁଅ ଝିଅ ଅବିବାହିତ ରହିଯିବେ ବୋଲି ବାପା ମା ଦୁଃଖ ପ୍ରକାଶ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।