ବସ ଉପରକୁ ହଠାତ ଆକ୍ରମଣ କରିଲା ଜଙ୍ଗଲି ହାତୀ, ହେଲେ ହାତୀ ସଂଘର୍ଷ କରିଲେ ବସ ଡ୍ରାଇଭର କିନ୍ତୁ ଡରିଲେନି ଡ୍ରାଇଭର

ନମସ୍କାର ବନ୍ଧୁଗଣ । ବସ ରେ ବସିଥିବା ଯାତ୍ରୀ ମାନଙ୍କର ସଂପୂର୍ଣ୍ଣ ଦାୟିତ୍ଵ ହେଉଛି ବସ ଡ୍ରାଇଭର ର । କିନ୍ତୁ ଅନେକ ସମୟରେ ବସ ଡ୍ରାଇଭର ଙ୍କ ଅବହେଳା କାରଣରୁ ଯାତ୍ରୀଙ୍କ ଜୀବନ ବିପଦରେ ପଡିଯାଏ । ତେବେ ଏମିତି ମଧ୍ୟ ଅନେକ ଡ୍ରାଇଭର ଅଛନ୍ତି ଯେଉଁ ମାନଙ୍କ ପାଇଁ ଯାତ୍ରୀ ମାନେ ସୁରକ୍ଷିତ ଯାତ୍ରା କରିଥାନ୍ତି । ରାସ୍ତା ରେ ଛିଡା ହୋଇଥିଲା ହାତୀ । ଯାହାକୁ ଦେଖି ବସ ଦୂର ରୁ ଅଟକିଗଲା । ବସ ଡ୍ରାଇଭର ଜଙ୍ଗଲି ହାତୀ କୁ ଦେଖି ତୁରନ୍ତ ଦୂରରୁ ବସ କୁ ଅଟକାଇ ଦେଲେ ।

ଆଉ ବସ ରେ ବସିଥିବା ଯାତ୍ରୀ ମାନେ ମଧ୍ୟ ଭାବିଲେ ହାତୀ ପାଖକୁ ଆସିବନି । ହେଲେ ହାତୀ ହଠାତ ବୁଲିଗଲା ଆଉ ବସ ମୁହାଁ ହୋଇ ଦୌଡିବାକୁ ଲାଗିଲା । ଯାହାକୁ ଦେଖି ଯାତ୍ରୀ ମାନେ ଭୟଭୀତ ହୋଇ ପଡିଲେ । ଆଉ ସେପଟେ କିଛି ଯାତ୍ରୀ ବସ ରୁ ଓଲହାଇ ଜୀବନ ବିକଳରେ ଦୌଡିବାକୁ ଲାଗିଲେ । ଆଉ କିଛି ଯାତ୍ରୀ ବସ ରେ ସେମିତି ରହିଥିଲେ । ଛୋଟ ପିଲା ଓ ବୟସ୍କ ବସ ରେ ଥିଲେ ଆଉ ବସ ଡ୍ରାଇଭର ମଧ୍ୟ ଥିଲେ ବସ ରେ ।

ସେଥିପାଇଁ ବସ ରେ ବସି ହାତୀ ସହ ମୁକାବିଲା କରିଲେ ବସ ଡ୍ରାଇଭର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ରେ ହାତୀ ବସ ପାଖକୁ ଆସି ବସ କୁ ଠେଲି ଦେଉଛି ଓ କାଚ ଭାଙ୍ଗି ଡୁଛି । ତଥାପି ଡ୍ରାଇଭର ସେମିତି ବସିଛନ୍ତି । ଆଉ ପଛକୁ ପଛ ବସ କୁ ଧୀରେ ଧୀରେ ଗଡାଉଛନ୍ତି । ତେବେ ହାତୀ ଟି ବସ ଉପରକୁ ଏଭଳି ଭାବେ ଆକ୍ରମଣ କରିଥିଲା ।

ଆନ୍ଧ୍ର ରୁ ଆସୁଥିବା ଓଡିଶା ସୀମାନ୍ତ ଦେଇ ଆସୁଥିବା ବସ ସହ ଆଜି କିଛି ଏମିତି ଦୁର୍ଘଟଣା ହାତୀ ଯାଇଛି । ତେବେ ପାଖା ପାଖି 2000 ବସ ପ୍ରତେକ ଦିନ ଯାତାୟାତ କରିଥାନ୍ତି ଏହି ରାସ୍ତା ରେ । ହେଲେ ଆଜି ସକାଳ 6:00 ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ବସ ଟି ଯେବେ ପବର୍ତ୍ତୀପୂରମ ଯାଉଥିଲା ସେହି ସମୟରେ ଏଭଳି ଜଙ୍ଗଲି ହାତୀ ଆନ୍ଧ୍ର ର ମୁଖ୍ୟ ରାସ୍ତା କୁ ଓଲହାଇ ଆସିଥିଲା ।

ଆଉ କିଛି ସମୟ ରାସ୍ତା ଉପରେ ଛିଡା ହୋଇ ସମସ୍ତଙ୍କୁ ଡରାଇବା ସହ ସିଧା ଦଉଡି ଆସି ବସ ଉପରକୁ ଆକ୍ରମଣ କରିଥିଲା । ବସ ରେ ବସିଥିବା ଯାତ୍ରୀ ମାନେ ଏପଟ ସେପଟ ହୋଇ ଦୌଡଥିଲେ । ତେବେ ଜଙ୍ଗଲ ହାତୀ ଟି ଈର୍ଷା ହୋଇ ବସ କୁ କିଛି ଦୂର ଶୁଣ୍ଢ ରେ ଠେଲି ଦେଇଥିଲା ଓ ବସ ର ଆଗ କାଚ ଭାଙ୍ଗି ଦେଇଥିଲା ।

ଅନ୍ୟ ପଟେ ରାସ୍ତା ରେ ଥିବା ବାଇକ ଗୁଡିକୁ ମଧ୍ୟ ପକାଇ ଦେଇଥିଲା ହାତୀ ଟି । ସୂଚନା ଅନୁଯାୟୀ ବସ ଟି ନିଜର ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।