ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓ ରେ ପୋଲିସ ବାବୁ ଜଣକ ନିଜ ସ୍ତ୍ରୀ ଙ୍କ ବିଷୟାରେ କିଛି ଏମିତି କଥା କହିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଆଉ ଡେରି ନ କରି ନଜର ପକାଇବା ପୁରା ଖବର ବିଷୟରେ । ପୋଲିସ ବାବୁ ଜଣକ କହିଛନ୍ତି ଯେ “ମୁଁ ଏବେ ASI ଭାବେ ପୋଲିସ ଡିପାର୍ଟମେଣ୍ଟ ରେ ଚାକିରି କରୁଛି କଟକ କମିଶନ ରେ ।

ପୂର୍ବରୁ ମୁଁ ଯେଉଁ ବିବାହ କରିଥିଲି ସେ ହରିପୂର ଗାଁ ର । କିଛି ଦିନ ପରେ ସେ ପାଗଳୀ ହୋଇଗଲା । ତାପରେ 2012 ରେ ସନ୍ତୋଷ ପୋଥିଙ୍କ ବଡ ଝିଅ ହେମାଙ୍ଗନୀ ପୋଥି ଙ୍କୁ ଦ୍ଵିତୀୟ ବିବାହ କରିଥିଲି । ବିବାହ ପରେ ସୁଖରେ ଦିନ କାଟୁଥିଲି । ଦ୍ଵିତୀୟ ସ୍ତ୍ରୀ ମୋ ପ୍ରଥମ ସ୍ତ୍ରୀ ର ବହୁତ ସେବା ଯତ୍ନ କରୁଥିଲେ । କିନ୍ତୁ ତାଙ୍କୁ ମଧ୍ୟ ବ୍ରେଷ୍ଟ କ୍ୟାନ୍ସର ହୋଇଗଲା । ଗତ ଜୁନ 16 ତାରିଖରେ ତାଙ୍କର ଦେହାନ୍ତ ଘଟିଲା ।
ଏହାପରେ ପ୍ରଥମ ସ୍ତ୍ରୀ କହିଲା ଆଉ ଗୋଟେ ବିବାହ କରିବାକୁ କିନ୍ତୁ ମୁଁ ମନା କରିଲି । ସେହି ସମୟରେ ତାଙ୍କ ସାନ ଭଉଣୀ କୁ ବିବାହ କରିବାକୁ ମୋତେ ପ୍ରଥମ ସ୍ତ୍ରୀ କହିଲେ । 2021 ଠାରୁ ଠାକୁରଙ୍କୁ ସିନ୍ଦୁର ଦେଇ ମୁଁ ଶାଳି ଙ୍କୁ ବିବାହ କରିଲି । କିନ୍ତୁ ଶ୍ଵଶୁର ଶାଶୁ ସାନ ଝିଅକୁ ମାଉସୀ ପାଖରେ ଛାଡି ଦେଇଥିଲେ । ଆଉ ମୋର ବଦଳି କଟକ ହୋଇ ଯାଇଥିଲା । କିନ୍ତୁ ଯେବେ ମୋ ହାତରେ ଭିଡିଓ ପଡିଲା ମୁଁ ଦେଖିକି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।

ଭିଡିଓ ରେ ଅଜୟ ସାହୁ ନାମକ ମୋ ସ୍ତ୍ରୀ ର ଧରମ ଭାଇ ତାକୁ ବେଡ ରୁମରେ ବସି ତାର ବେଣୀ ପାରୁଥିଲା । ଓ ତା ପିଠି କୁ ଆଉଁସୁଥିଲା । ସେହି ସମୟରେ ମୋ ଝିଅ ସବୁ ରେକର୍ଡ କରିଥିଲା ଓ ମୋତେ ଦେଖାଇ ଥିଲା । ସବୁବେଳେ ମୋ ସ୍ତ୍ରୀ ଅଜୟଙ୍କ ଘରକୁ ଯିବା ଆସିବା କରେ । ମୁଁ ତାକୁ ପଚାରିବାରୁ କିଛି କହିଲା ନାହିଁ ।
ଏ ସବୁ ଘଟଣା ମୁଁ ଶାଶୁ ଶ୍ଵଶୁର ସମସ୍ତଙ୍କୁ କହିଲି ହେଲେ ସେମାନେ ମୋତେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଲେ । ତା ପରେ ମୁଁ ଆଇନ କୁ ହାତକୁ ନ ନେଇ ଥାନାରେ ଏତାଲା ଦେଲି । ମୋ ଶ୍ଵଶୁର ଚାହୁଁ ଥିଲେ ଯିଏ ତାଙ୍କ ସାନ ଝିଅ କୁ ବାହା ହେବ ସେ 5 ଲକ୍ଷ ଟଙ୍କା ଦେବ । ଯାହାର ଫାଇଦା ଉଠାଇ ଥିଲା ଅଜୟ ସାହୁ ନାମକ ଯୁବକ ।
ମୋ ଶ୍ଵଶୁର ଓ ସ୍ତ୍ରୀ କୁ ପ୍ରଲୋଭନ ଦେଖାଇ ସେ ମୋ ସ୍ତ୍ରୀ କୁ ରଖିଛନ୍ତି । ତେଣୁ ମୁଁ ନ୍ୟାୟ ପାଇବାକୁ ଦାବି କରୁଛି । ମୋ ସ୍ତ୍ରୀ ମୋ ପାଖକୁ ଫେରି ଆସୁ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।