କୋରାପୁଟ ଜେଲ ରେ ଅଭିଯୁକ୍ତ ମାନେ ନିଆରା ଢଙ୍ଗରେ ପାଳନ କରିଛନ୍ତି ରାକ୍ଷୀ ପର୍ବ ।

ମୁଁ ଜାଣିଛି ମୋ ଭାଇ ଅପରାଧୀ । ସେ ଜେଲରେ ଅଛି । କିନ୍ତୁ ରାକ୍ଷୀ ଭଳି ଶୁଭ ଦିନରେ ମୁଁ କେମିତି ଭାଇ ହାତରେ ରାକ୍ଷୀ ନ ବାନ୍ଧି ରହିଥାନ୍ତି । ମୋ ଭାଇ ବି ରାକ୍ଷୀ ବାନ୍ଧିବ । ମୋ ଭାଇଆ ର ହାତ ଖାଲି ରହିବନି । ମୁଁ ତା ହାତରେ ସୁରକ୍ଷାର ଡୋରୀ ବାନ୍ଧିବି । ସବୁ ଭଉଣୀ ମାନେ ନିଜ ଭାଇ କୁ ରାକ୍ଷୀ ବାନ୍ଧୁ ଛନ୍ତି । ହେଲେ ମୋ ଭାଇ ଜେଲରେ ଦଣ୍ଡ ଭୋଗୁଛି । କିନ୍ତୁ କଣ ହେଲା ମୁଁ ରାକ୍ଷୀ ବାନ୍ଧିବି ମୋ ଭାଇ ହାତରେ ।

ହଁ ଦର୍ଶକ ବନ୍ଧୁ ଗତ କାଲି ଥିଲା ଶ୍ରାବଣ ପୂର୍ଣ୍ଣିମା । ଏହା ସହ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଗତ କାଲି ଅନେକ ସ୍ଥାନରେ ପାଳନ କରା ଯାଇଛି । ଆଉ ଏହାରି ମଧ୍ୟରେ ସବୁ ଭଉଣୀ ମାନେ ନିଜ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ଭାଇ ର ଶୁଭ ମନାସି ଭଉଣୀ ରାକ୍ଷୀ ବାନ୍ଧି ଛନ୍ତି । ଆଉ ଭାଇ ମଧ୍ୟ ଭଉଣୀ ର ସୁରକ୍ଷା ପାଇଁ କଥା ଦେଉଛି ।

ଆଉ ଏହାରି ମଧ୍ୟରେ ଦେଖିବାକୁ ମିଳିଛି କିଛି ନିଆରା ଢଙ୍ଗରେ ପାଳିତ ହେଉଥିବା ରାକ୍ଷୀ ପର୍ବ କୋରାପୁଟ ଜେଲ ରେ । ଏମିତି କିଛି ଭାବନା ମନକୁ ଆନ୍ଦୋଳିତ କରିବା ଭିତରେ ହାତରେ ରାକ୍ଷୀ, ସିନ୍ଦୁର, ମିଠା ଧରି ଗତ କାଲି ରାକ୍ଷୀ ପୂର୍ଣ୍ଣିମା ରେ କୋରାପୁଟ ଜେଲ କୁ ଧାଇଁ ଆସିଥିଲେ ଭଉଣୀ ମାନେ । ଆଗ ପଛ ହୋଇ ଭଉଣୀ ମାନେ ଅପେକ୍ଷା କରିବା ପରେ ଜେଲ ର ଛୋଟ ଝରକା କୁ ହାତ ବଢାଇଲା ଭାଇ ।

ଆଉ ବାହାରେ ଥାଇ ଭଉଣୀ ମାନେ ଭାଇ ହାତରେ ରାକ୍ଷୀ ବାନ୍ଧିଲେ । କୋରାପୁଟ ଜେଲରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ କଏଦୀ ମାନଙ୍କୁ ରକ୍ଷା ବନ୍ଧନ ଉଶ୍ଚବ ରେ ସାମିଲ ହେବାକୁ ସୁଯୋଗ ଦିଆ ଯାଇଛି । ଦୁନିଆ ଆଗରେ ସିନା ଭାଇ ଜେଲରେ ଥିବା ଭାଇ ମାନେ ଅଭିଯୁକ୍ତ ହେଲେ ତାଙ୍କ ଭଉଣୀ ଙ୍କ ପାଇଁ ଭାଇ ସବୁ କିଛି । ଜେଲ ଭିତରୁ ଅଭିଯୁକ୍ତ ଭାଇ ର ନାଁ ଡକା ଗଲା ।

ଆଉ ଝରକା ବାହାରକୁ ଆସିଲା ଭାଇ ର ହାତ । ତା ପରେ ଭଉଣୀ ମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ସିନ୍ଦୁର ଟୋପା ଲଗାଇ ଦେଇ ମିଠା ଖୁଆଇ ଦେଇଛନ୍ତି ଭଉଣୀ । ଏଭଳି ନିଆରା ଦ୍ରୁଶ୍ଯ କୋରାପୁଟ ଜେଲ ରେ ଗତ କାଲି ଦେଖିବାକୁ ମିଳିଛି । ଛୋଟ ଝରକା ବାଟେ ଭଉଣୀ ନିଜ ଭାଇ କୁ ଆଖି ପୁରା ଦେଖିଥିଲା ମଧ୍ୟ । ତେବେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।