ଗାଁ ଲୋକ ବାରମ୍ବାର ଫୋନ କରି ଡାକିଲେ । ଆମେ ନଦୀ ରେ କୁମ୍ଭୀର ଦେଖିଛୁ ଜଲ୍ଦି ଆସ । ଆଉ ଆସିଥିଲା ବନ ବିଭାଗ । ବନ ବିଭାଗ ନିଜର ବୁଦ୍ଧି ପ୍ରୟୋଗ କରି କୁମ୍ଭୀର ଊ ଧରିବା ପାଇଁ ଗୋଟେ ଦେଶୀ କୁକୁଡା ଯୋଗାଡ କରିଲେ । ଆଉ ବୋଟ ରେ ବସି କୁମ୍ଭୀର କୁ ଖୋଜିବା ଆରମ୍ଭ କରି ଦେଲେ । ହଁ ଦର୍ଶକ ବନ୍ଧୁ ରସି ରେ କୁକୁଡା ର ଗୋଡ ବାନ୍ଧି କୁମ୍ଭୀର ମୁହଁ କୁ ଫୋପାଡିଲେ । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରସି ରେ କୁକୁଡା ର ଗୋଡ କୁ ବନ୍ଧାଯାଇ ତାକୁ ପାଣି ଭିତରକୁ ଫୋପଡା ଯାଇଛି । ବନ ବିଭାଗ ପ୍ଳାନ କରିଥିଳୀ କୁକୁଡା ଖାଇବା ସମୟରେ କୁମ୍ଭୀର କୁ ଧରି ନେବ । ଆଉ ଏହି କୁମ୍ଭୀର କୁ ଧରିବା ସମୟରେ ଗାଁ ଲୋକେ ରୁଣ୍ଡ ହୋଇ ଦେଖୁଥିଲେ କିଭଳି କଏଦ କରି କୁମ୍ଭୀର କୁ ଧରୁଛି ବନ ବିଭାଗ । କାରଣ କୁମ୍ଭୀର ପାଇଁ ହନ୍ତସନ୍ତ ହେଲେଣି ଗାଁ ଲୋକେ । କେହି କିଛି କରିପାରୁ ନାହାନ୍ତି ।
ନଦୀ ରେ କିଛି କାମ ଥିଲେ ବି ଆସି ରେ ପାଦ ଦେବାକୁ ଭୟ କରୁଥିଲେ ଗାଁ ଲୋକେ । ଆଉ ଏବେ କୁମ୍ଭୀର କୁ ଧରିବା ପାଇଁ ବନ ବିଭାଗ ପାଣି ରେ କୁକୁଡା ବାନ୍ଧିଛି । ପାଣି ଭିତରେ ଘଣ୍ଟା ଘଣ୍ଟା ଧରି କୁମ୍ଭୀର କୁ ଖୋଜା ଚାଲିଲା । କୁମ୍ଭୀର ମୁହଁ ରେ କୁକୁଡା ପଡିଲେ ସେ ଝାମ୍ପି ନେବ ଆଉ ସେହି ସମୟରେ କୁମ୍ଭୀର କୁ ଧରି ନେବ ବନ ବିଭାଗ । ଆଉ ଏହି ସମୟରେ ନଦୀ ର ଗଭୀରତା କୁ ଓଲହାଇଥିଲା ବନ ବିଭାଗ ।
ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ରୁ ଚମ୍ପରତା ଦେଇ ଯାଇଥିବା ପିତକାଳିଆ ନଦୀ ରେ ଏଭଳି ଆତଙ୍କ ସୃଷ୍ଟି କରିଥିଲା କୁମ୍ଭୀର । ଗତ 5 ଦିନ ତଳେ ଗାଁ ର କିଛି ଲୋକେ କୁମ୍ଭୀର କୁ ଅଡି ବନ୍ଧରେ ଦେଖିଥିଲେ । ଆଉ ସେହି ଦିନ ଠାରୁ ଭୟରେ ଥିଲେ । ଆଉ ଯେବେ ଗାଁ ଲୋକେ ବନ ବିଭାଗକୁ ଜଣାଇଥିଲେ ବନ ବିଭାଗ ଆଉ ଦେଖିଥିଲା ଆଉ ନଦୀ ଭିତରେ ପସିଯାଇ ଘଣ୍ଟା ଘଣ୍ଟା ଧରି ଚେଷ୍ଟା କରୁଥିଲା ।
ସମସ୍ତେ ଜାଣିଛନ୍ତି କୁମ୍ଭୀର କୁ କଞ୍ଚା ମାଂସ ଭାରି ପସନ୍ଦ । ଆଉ ଜୀବନ୍ତା କୁକୁଡା ମିଳିଲେ କୁମ୍ଭୀର ତାକୁ ଗୋଟା ଗିଳି ଦେବ । ସେଥିପାଇଁ ବନ ବିଭାଗ ପାଣି ଭିତରକୁ କୁକୁଡା ପକାଇଛି । ପୂର୍ବରୁ ଏହି ଅଞ୍ଚଳରେ କେବେ ବି କୁମ୍ଭୀର ବାହାରି ନ ଥିଲା । ଯେବେ ସ୍ଥାନୀୟ ପ୍ରଶାସନ କୁ ଏହି ବିଷୟରେ କୁହା ଯାଇଥିଲା ଏଭଳି କିଛି ବ୍ୟବସ୍ଥା ନ ଥିଲା ଯେପରିକୁ କୁମ୍ଭୀର କୁ ସହଜରେ ଧରିପାରି ଥାନ୍ତେ । ତେବେ ବନ ବିଭାଗ ଜାଲ ଆଣିବା ସହ ଜୀବନ୍ତ କୁକୁଡା ମଧ୍ୟ ଆଣିଥିଲା ଯାହାକୁ ପକାଇ କୁମ୍ଭୀର କୁ ପାଣିରେ ଖୋଜୁଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।