୧୦ ଲକ୍ଷ ଟଙ୍କା ପାଇବା ପାଇଁ ସ୍ୱାମୀ ମରିଛନ୍ତି ବୋଲି ମିଛ କହିଥିଲେ ସ୍ତ୍ରୀ.. ଏବେ ତାହା ସତ ହୋଇଯାଇଛି ।

10 ଲକ୍ଷ ପାଇଁ ସ୍ତ୍ରୀ ମିଛ କହୁଥିଲା । ଟ୍ରେନ ଦୁର୍ଘଟଣା ରେ ସ୍ଵାମୀ ମରିଛନ୍ତି ବୋଲି କହୁଥିଲେ । ପୋଖରୀ ରେ ଭାସୁଛି ଗୀତାଞ୍ଜଳି ଙ୍କ ସ୍ବାମୀର ଶବ । ହଁ ଦର୍ଶକ ବାନ୍ଧି ଗତ କିଛି ମାସ ତଳେ ଯେବେ ବାହାନଗା ଟ୍ରେନ ଦୁର୍ଘଟଣା ଖାଲି ଓଡିଶା ନୁହେଁ ସାରା ବିଶ୍ଵ କୁ ବ୍ୟଥିତ କରିଥିଲା । ସେହି ଛାତିଥରା ଦୁର୍ଘଟଣା ରେ ପ୍ରାୟ 300 ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ ।

ଆଉ ମୃତାହତ ଯାତ୍ରୀଙ୍କ ପାଇଁ ଘୋଷଣା ହୋଇଥିଲା ସରକାରୀ ସହାୟତା । ସେତେବେଳେ ମୃତ ଯାତ୍ରୀ ଙ୍କ ଶବ ନେବା ପାଇଁ ତାଙ୍କ ପରିଜନ ମାନେ ଆସୁଥିଲେ । ଅନେକ ମୃତ ଦେହ ବିଭଶ୍ଚ ହୋଇଥିବାରୁ ପରିଜନ ମାନେ ପ୍ରମାଣ ଦେଖାଇ ଶବ ନେଉଥିଲେ । ସେତିକି ବେଳେ ଏହି ସ୍ଥିତିର ଫାଇଦା ଉଠାଇ ଜଣେ ମହିଳା ତାଙ୍କ ସ୍ଵାମୀ ମରିଛନ୍ତି ବୋଲି କ୍ଷତିପୂରଣ ଟଙ୍କା ନେବାକୁ ଆଗେଇ ଆସିଥିଲେ ।

ବାହାନଗା ଟ୍ରେନ ଦୁର୍ଘଟଣା ରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଛି କହିବା ସହ 10 ଲକ୍ଷ ଟଙ୍କାର ସରକାରୀ ସହାୟତା ଦାବି କରିଥିଲେ ଗୀତାଞ୍ଜଳି ନାମକ ମହିଳା । କଟକ ବଡମ୍ବା ଥାନାକୁ ଯାଇ ଅନ୍ୟ ଜଣେ ଲୋକଙ୍କ ମୃତ ଦେହକୁ ନିଜ ସ୍ଵାମୀ କହି ଟଙ୍କା ନେବାକୁ ବସିଥିଲେ । ସେ ଦର୍ଶାଉଥିବା ବୟସ ଓ ମୃତ ବ୍ୟକ୍ତିଙ୍କ ବୟସକୁ ନେଇ ପୋଲିସ ସନ୍ଦେହ କରିଥିଲା । ଆଉ ଯେବେ ଗୀତାଞ୍ଜଳିଙ୍କ ସତ ଧରା ପଡିଥିଲା ସେ ଫେରାର ହୋଇଥିଲେ ।

ପରେ ତାଙ୍କ ସ୍ଵାମି ବିଜୟ କୁମାର ଦତ୍ତ ଥାନାରେ ଏତାଲା ଦେଇଥିଲେ । ସେ ବଞ୍ଚି ଥାଉ ଥାଉ ତାଙ୍କୁ ମୃତ କହି 10 ଲକ୍ଷ ଟଙ୍କା ନେବା ଉଦ୍ଦେଶ୍ୟ ବିଷୟରେ ସ୍ତ୍ରୀ ର ମୁଖା ଖୋଲି ଦେଇଥିଲେ ସ୍ଵାମୀ ବିଜୟ । ଏହି ଘଟଣା ସେହି ସମୟରେ ଚର୍ଚ୍ଚାରେ ବିଷୟ ପାଲଟିଥିଲା । ହେଲେ ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି ।

ଗୀତାଞ୍ଜଳିଙ୍କ ସ୍ଵାମି ବିଜୟଙ୍କ ମୃତ ଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଛି । ମାଣିଆବନ୍ଧ ରେ ଏକ ପୋଖରୀରେ ବିଜୟଙ୍କ ମୃତ ଦେହ ଭାସୁଥିବାର ଖବର ପାଇବା ପରେ ପୋଲିସ ପହଞ୍ଚି ଉଧାର କରିବା ସହ ତଦନ୍ତ ଚାଲିଛି । ବିଜୟ ଓ ଗୀତାଞ୍ଜଳିଙ୍କ ର ଗୋଟେ ଝିଅ ଥିବା ବେଳେ ଘରୋଇ କଳି କାରଣରୁ ଉଭୟ ଅନେକ ବର୍ଷ ହେବ ଅଲଗା ରହୁଥିଲେ ।

ଟଙ୍କା ଲୋଭରେ ସ୍ତ୍ରୀ ଗୀତାଞ୍ଜଳି ଙ୍କୁ ମିଛରେ ମରିବା କହିବା ପରେ ବିଜୟ ସମଙ୍କୁ ଆସି ସ୍ତ୍ରୀ ର ମୁଖା ଖୋଲିବା ସହ କାର୍ଯ୍ୟନୁଷ୍ଠାନ ମଧ୍ୟ ଦାବି କରିଥିଲେ । ଆଉ ଏବେ ହଠାତ ବିଜୟ ଙ୍କ ମୃତ ଦେହ ପାଣିରେ ଭାସିବା ପରେ ଏହାକୁ ନେଇ ନେକ ସନ୍ଦେହ ସୃଷ୍ଟି ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।