ଶିକାର ଖୋଜିବାକୁ ଯାଇ ମୁଣ୍ଡଳି ରେ ପହଞ୍ଚିଲା ମଣିଷଖିଆ କୁମ୍ଭୀର… ଅଞ୍ଚଳବାସୀ ଏବେ ଭୟଭୀତ ହୋଇ ପଡିଛନ୍ତି ।

ଏବେ ହୋଇ ଯାଆନ୍ତୁ ସାବଧାନ । କାରଣ ମୁଣ୍ଡଳୀ ରେ ପହଞ୍ଚିଲା ମଣିଷଖିଆ କୁମ୍ଭୀର । ନଦୀ ରେ ପହଁରି ପହଁରି ଆସି ମୁଣ୍ଡଳୀ ରେ ପହଞ୍ଚି ଯାଇଛି । ଗଭୀର ନଦୀ ରେ ପହଁରି ଯାଉଛି କୁମ୍ଭୀର ଯାହା କୁ ଲୋକେ ଦେଖି ଭୟ ରେ ରହିଛନ୍ତି । ହଁ ଦର୍ଶକ ବନ୍ଧୁ ରାଜ୍ୟରେ ଏବେ ସବୁ ନଦୀ ରେ ମଣିଷଖିଆ କୁମ୍ଭୀର ଆତଙ୍କ ଖେଳାଇଛି । ଯାଜପୁର ରେ ମହିଳାଙ୍କୁ ଭିଡି ଖାଇବା ପରେ ଏବେ ଗୋଟେ ପରେ ଗୋଟେ ନଦୀ କୁ ଘୁରି ବୁଲୁଛି କୁମ୍ଭୀର ।

ଭୋକିଲାରେ ଆସି କୁମ୍ଭୀର ତା ହାବୁଡା ରେ ଯିଏ ପଡିବ ତାର ଆଉ ତ୍ରାହି ନାହିଁ । ଆଉ ଏବେ କଟକ ମୁଣ୍ଡଳୀ ରେ ଆସି ପହଞ୍ଚି ଯାଇଛି ମଣିଷଖିଆ କୁମ୍ଭୀର । ମହାନଦୀ ଜଳରେ ଏବେ ଘୁରି ବୁଲୁଛି କୁମ୍ଭୀର । କେହି କେବେ ଭାବି ନ ଥିଲେ କି ମୁଣ୍ଡଳୀ ରେ ବି କୁମ୍ଭୀର ଦେଖାଯିବ କିନ୍ତୁ ଏହା ହୋଇ ଯାଇଛି । ଲୋକେ କୁମ୍ଭୀର କୁ ଦେଖି ଏବେ ଛାନିଆ ହେଲେଣି ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମୁଣ୍ଡଳୀ ର ଲୋକ ମାନେ ମଧ୍ୟ କହୁଛନ୍ତି ମୁଣ୍ଡଳୀ ର ଆନିକଟ ଉପର ଓ ତଳ ମହାନଦୀ ର ଅବବାହିକା ରେ ଦେଖିବାକୁ ମିଳିଛି କୁମ୍ଭୀର । ଉପର ମୁଣ୍ଡରେ 2 ଟି ଓ ତଳ ମୁଣ୍ଡରେ 2 ଟି କରି ମୋଟ 4 ଟି କୁମ୍ଭୀର ଏବେ ଘୁରି ବୁଲୁଛି । ଯାହାକୁ ନେଇ ଏବେ ସ୍ଥାନୟୟ ଲୋକଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି ହୋଇଛି । ଲୋକ ମାନେ ମହାନଦୀ ରେ ନିଜ ଆଖି ରେ କୁମ୍ଭୀର ନ ଦେଖିଥିବା ବେଳେ ଭିଡିଓ ମାଧ୍ୟମ ରେ ଦେଖି ଭୟ ରେ ରହିଛନ୍ତି ।

କିଛି ଲୋକ କହୁଛନ୍ତି ସେମାନେ କୁମ୍ଭୀର କୁ ଦେଖିଛନ୍ତି କିନ୍ତୁ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ଅନ୍ୟ ପଟେ କୁମ୍ଭୀର ଭୟ ରେ ଲୋକେ ନିତ୍ୟକର୍ମ କରିବା ବନ୍ଦ କରି ଦେଇଛନ୍ତି । ଆଉ ପାଣି କୁ ଯିବାକୁ ଲୋକେ ଭୟ କରୁଛନ୍ତି । ଏମିତି ଭୟ ଖେଳି ଯାଇଛି କି ସ୍ଥାନୀୟ ମଶ୍ଚ୍ୟ ଜୀବି ମାନେ ଡଙ୍ଗା ନେଇ ମାଛ ଧରିବାକୁ ଯିବାକୁ ବନ୍ଦ କରି ଦେଇଛନ୍ତି ।

ଏଭଳି ଆଲୋଚନା ପରେ କୁମ୍ଭୀର ମାନଙ୍କୁ ଧରି ଭିତରକାନିଆ ରେ ଛାଡିବାକୁ ଲୋକେ ଏବେ ଦାବି କରିଲେଣି । ତେବେ କୁମ୍ଭୀର କୁ ନେଇ ଏବେ ଚାରି ଆଡେ ଭୟ ର ଆତଙ୍କ ଖେଳି ଗଲାଣି । ବନ ବିଭାଗ କେବେ କୁମ୍ଭୀର କୁ ଧରିବା ତାହାକୁ ନେଇ ଏବେ ସମସ୍ତେ ଚିନ୍ତା ରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।