ମୁଁ ବିଲ ରୁ ଝାଳ ହୋଇ ଆସି ନଦୀ କୁ ଯାଇଥିଲି ଗାଧୋଇବାକୁ, ହେଲେ କୁମ୍ଭୀର…

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ରାଜ୍ୟରେ କୁମ୍ଭୀର ର ଆତଙ୍କ ଦେଖା ଯାଉଛି । ଯାହା ପାଇଁ ସାଧାରଣ ଲୋକେ ଭୟ ରୁ ଘରୁ ମଧ୍ୟ ବାହାରୁ ନାହାନ୍ତି । କାରଣ କୁମ୍ଭୀର ଏବେ ପାଣି ଭିତରେ ଶିକାର ନ ପାଇବାରୁ ବାହାରକୁ ଉଠି ଆସୁଛି । ଆଉ କେଉଁ ବୁଦା ଭିତରେ ଲୁଚି ରହୁଛି ନିଜର ଶିକାର କୁ ଅପେକ୍ଷା କରି । ଏହାରି ମଧ୍ୟରେ ଲୋକ ମାନେ ଆଉ ନଦୀ ଭିତର କୁ ଯାଉ ନାହାନ୍ତି ।

ଯାହା ପାଇଁ କୁମ୍ଭୀର ନିଜର ଶିକାର କରିପାରୁ ନାହିଁ ତେବେ ବର୍ତ୍ତମାନ ଜଣେ ବୃଦ୍ଧ ବ୍ୟକ୍ତି ଗଣମାଧ୍ୟମ ରେ କୁମ୍ଭୀର କୁ ନେଇ ଏକେ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବୃଦ୍ଧ ବ୍ୟକ୍ତି ଜଣକ କହୁଛନ୍ତି ଯେ ” ମୁଁ ଯେବେ ନଦୀ ପାଖକୁ ଗାଳି ସେତେବେଳେ ସେଠାରେ କେହି ବି ନ ଥିଲେ । ପାଣି ପୁରା ପରିଷ୍କାର ଥିଲା ।

ସେଥିପାଇଁ ମୁଁ ମୋ ଗାମୁଛା ପାଣି ରେ ବୁଡାଇଲି । ଠିକ ସେତିକି ମୋ ସହ ଯାଇଥିବା କୁକୁର 2ଟି ଭୋକିବାକୁ ଆରମ୍ଭ କରିଲେ । ମୁଁ ଭାବିଲି କୁକୁର କାହିଁକି ଭୋକୁଛି ? ଏହା ପରେ ଉପରକୁ ଉଠି ଅନାଇ ଦେଖିଲା ବେଳକୁ କୁମ୍ଭୀର ରାସ୍ତା ରେ ଚାଲୁଛି । ଏହା ପରେ ମୁଁ କୁମ୍ଭୀର ର ପିଛା କରିଲି । କୁମ୍ଭୀର ବାଲିକୁଦା ଯାଏଁ ସେମିତି ଗଲା । ସେ ମୋ ଆଡକୁ ଆସି ନାହିଁ ।

ତା ପରେ ମୁଁ ଦୌଡିକି ପଳାଇଲି ସେଠାରୁ । ମୋ ଘର ଲୋକ ମୋତେ ମନା କରିଥିଲେ ନଦୀ ପାଖକୁ ନ ଜୀବ ଏପାଇଁ । ହେଲେ ମୁଁ କାହା କଥା ନ ଶୁଣି ନଦୀ କୁ ଗାଧୋଇବାକୁ ପଳାଇ ଆସିଥିଲି । କିନ୍ତୁ ଯେବେ କୁମ୍ଭୀର କୁ ନିଜ ଆଖି ରେ ଦେଖିଲି ମୋର ହୋସ ଉଡିଗଲା । ଆମେ କେମିତି ଚାଲିବୁ ଏବେ ? ଏ ଯାଏଁ କୁମ୍ଭୀର କୁ ଧାରୁ ନାହାନ୍ତି ।

ଆମେ ଗାଧୋଇବୁ କେମିତି, ଶୌଚ ହେବୁ କେମିତି ଆମର ତ କିଛି ନାହିଁ । ବନ ବିଭାଗ କର୍ମଚାରୀ ମାନେ କିଛି ବି କରୁ ନାହାନ୍ତି । ଆମେ ପୁଣି ଚଳିବୁ କେମିତି” ? ତେବେ କୁମ୍ଭୀର କୁ ନେଇ ଏମିତି କିଛି ମତ ରଖିଛନ୍ତି ବୃଦ୍ଧ ବ୍ୟକ୍ତି ଜଣକ । ତେବେ ସେ ଯାହା ବି ହେଉ ଯାଜପୁର ରେ ମହିଳା ଙ୍କୁ କୁମ୍ଭୀର ଯେମିତି ଟାଣି ନେଇ ପାଣି ଭିତରେ ମାରି ଖାଇଗଲା ସେ ଦ୍ରୁଶ୍ଯ କେହି ବି ଭୁଲିପାରୁ ନାହାନ୍ତି । ଆଉ ସେହି ଘଟଣାକୁ ନେଇ ଏବେ ଚାରି ଆଡେ କୋକୁଆ ଭୟ ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।