ଭାସ୍କର ସାହୁ ଙ୍କ ସ୍ତ୍ରୀ 5T ସଚିବ ଙ୍କୁ କାଳି ମାଡ ଘଟଣାକୁ ନେଇ କଣ ପ୍ରତିକ୍ରିୟା ରଖିଛନ୍ତି ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ 2 ଦିନ ତଳେ ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି 5T ସଚିବ ଙ୍କ ଉପରକୁ କାଳି ମାଡ କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଯାଇଥିଲା । ଆଉ ଭାସ୍କର ଙ୍କୁ ପୋଲିସ ତୁରନ୍ତ ଆରେଷ୍ଟ ମଧ୍ୟ କରିଥିଲା ଏଭଳି କାନାଡା ଘଟାଇ ଥିବାରୁ । ତେବେ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଭାସ୍କର ଙ୍କ ସ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ।

ଭାସ୍କର ଙ୍କ ସ୍ତ୍ରୀ କହିଛନ୍ତି ଯେ “ମୁଁ ନିଜକୁ ଗର୍ବ ମନେ କରୁଛି ମୋ ସ୍ଵାମୀ ଏ କର୍ମ କରିଛି ବୋଲି । ମୋ ସ୍ଵାମୀ ଯାହା କରିଛି ଠିକ କରିଛି । ଆମେ ଘର ଲୋକ, ଗାଁ ଲୋକ ବି ଏହାକୁ ସମର୍ଥନ କରିଛନ୍ତି । ଭାସ୍କର ବାବୁ ଜଣେ LIC ଏଜେଣ୍ଟ ଓ ସୋସିଆଲ ୱାର୍କର । ସେ ଯାହାର ଯେଉଁଠି ଦୁଃଖ କଷ୍ଟ ଦେଖନ୍ତି ସେମାନଙ୍କୁ ସାହାର୍ଯ୍ୟ କରନ୍ତି । ଦୟାନଦୀ କୁ ନେଇ ସେ ବହୁତ ଆନ୍ଦୋଳନ କରିଛନ୍ତି ।

ସରପଞ୍ଚ, ୱାର୍ଡ ମେମ୍ବର ଙ୍କ ପାଖକୁ ଯାଇଛନ୍ତି । ସେ କେଉଁ ଦଳ କୁ ସମର୍ଥନ କରନ୍ତି ନାହିଁ । ଯାହା ଠିକ ତାହା କୁହନ୍ତି ମୋ ସ୍ଵାମୀ । ବିଜେଡି ହେଉ କି ବିଜେପି ହେଉ କାହାକୁ ବି ସମର୍ଥନ କରନ୍ତି ନାହିଁ । ସେ ସ୍ବାଧୀନ ହିସାବ ରେ ଚାଲୁଥିଲେ । ଲୋକଙ୍କ ସେବା ଯେହେତୁ କରୁଥିଲେ ସେଥିପାଇଁ ବୁଲି ବୁଲି ଲୋକଙ୍କ ଦୁଃଖ କଷ୍ଟ ବୁଝୁଥିଲେ ।

ସେ ଭାବୁ ଥିଲେ ତାଙ୍କ ହାତରେ ପାୱାର ପୋଜିସନ ଆସିବ ଯଦି କିଛି କ୍ଷମତା ହାତରେ ରହିବ ତେବେ ଲୋକଙ୍କ ପାଇଁ କିଛି କରି ପାରିବେ । ସେଥିପାଇଁ ସେ ଗତ ଇଲେକ୍ସନ ରେ ସ୍ଵାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ । ସେ ସବୁ ଗାଁ କୁ ଯାଆନ୍ତି ନିଜର LIC କାମରେ । ସରକାରଙ୍କ ପ୍ରତି ଏତେ ଖରାପ ମନୋଭାବ ଆସିଥିବାରୁ ବୋଧ ହୁଏ ସେ ଏମିତି କରିଛନ୍ତି ବୋଲି ମୁଁ ଆଶା କରୁଛି ।

ଯେହେତୁ ପାଣି ସମସ୍ୟାକୁ ନେଇ ସେ ବହୁତ ଚେଷ୍ଟା କରିଲେଣି ତଥାପି ବିଫଳ ହେଉ ନାହିଁ । କଲେକ୍ଟର, ସରପଞ୍ଚ ଙ୍କୁ ଏ ବାବଦରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ବୋଧ ହୁଏ ମୁଁ ଭାବୁଛି ସେଥିପାଇଁ ସେ ଏମିତି କାମ କରିଛନ୍ତି । ତାଙ୍କ ଦ୍ରୁଷ୍ଟି ରୁ ସେ ଯାହା ଚିନ୍ତା କରି କରିଥିବେ । ସେ ତ ଝଗଡା କରିବା ଲୋକ ନୁହେଁ ।

ମୁଁ ଭାବୁଛି ସେ ଠିକ କରିଥିବେ ବୋଲି କାରଣ ସେ ଜଣେ ସୋସିଆଲ ୱାର୍କର । ନିଜ ପାଇଁ ଚିନ୍ତା କରିଥିଲେ ସେ କଣ ଜାଣି ନାହାନ୍ତି ଅଫିସର ଙ୍କ ସହ ଏମିତି କରିଲେ ପୋଲିସ ବାନ୍ଧି କି ନେବ । ପୋଲିସ ମାନେ ମୋତେ ଅପରାଧୀ ଭାବେ ପଚାରିଲେ ତମ ସ୍ଵାମୀ ଯାହା କରିଛନ୍ତି ତାହା କେତେ ଦୂର ଠିକ” ? ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।